୧୪ ଜଣଙ୍କର ଏକାଠି ବିବାହ

୧୪ ଜଣଙ୍କର ଏକାଠି ବିବାହ
Ipsita Picture
By: Ipsita
Published On

 

ମଧ୍ୟପ୍ରଦେଶର ଏକ ପରିବାର ନିଜର ୧୪ ଜଣ ପୁଅଙ୍କ ବିବାହ ଗୋଟିଏ ମଣ୍ଡପରେ କରାଇ ଚର୍ଚ୍ଚାରେ ଅଛନ୍ତି । ଯେଉଁଠାରେ ଟ୍ରାକ୍ଟରରେ ବର-କନ୍ୟାଙ୍କ ଆଗମନ ସହ ଏହି ଅନନ୍ୟ ସାମୂହିକ ବିବାହର ଚିତ୍ର ଓ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଲଗା ଅଲଗା ବିବାହ ଆୟୋଜନ କରିବା ବଦଳରେ ପରିବାର ଲୋକେ ସମସ୍ତ ୧୪ ଜଣ ପୁଅଙ୍କ ବିବାହ ଏକାଠି କରିବାକୁ ନିଷ୍ପତ୍ତି ନେଇଥିଲେ । ସମ୍ପୂର୍ଣ୍ଣ ସମାରୋହରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୋଟିଏ ସ୍ଥାନରେ ହିଁ ସମସ୍ତ ରୀତିନୀତି ପାଳନ କରାଯାଇଥିଲା । ଏକାସାଙ୍ଗରେ ୧୪ ବରଙ୍କ ଶୋଭାଯାତ୍ରା, ସରଳ ଆୟୋଜନ ଏବଂ ସମ୍ପୂର୍ଣ୍ଣ ପରିବାରର ଅପୂର୍ବ ଏକତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ସ୍ମରଣୀୟ ତଥା ଐତିହାସିକ ବିବାହ ମଧ୍ୟରୁ ଅନ୍ୟତମ ବୋଲି ଅଭିହିତ କରୁଛନ୍ତି ।

Tags: