୧୧୩ ମିଲିଅନ୍ ବର୍ଷର ଡାଏନୋସର

୧୧୩ ମିଲିଅନ୍ ବର୍ଷର ଡାଏନୋସର
Ipsita Picture
By: Ipsita
Published On

 

ଥାଇଲାଣ୍ଡ ବୈଜ୍ଞାନିକମାନେ ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ବଡ଼ ଡାଇନୋସରର ଜୀବାଶ୍ମ ଆବିଷ୍କାର କରିଛନ୍ତି, ଯାହାର ନାମ ନାଗାଟାଇଟନ୍ ଚାଇୟାଫୁମେନ୍ସିସ୍ରଖାଯାଇଛି । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, କ୍ରେଟାସିଅସ୍ ଯୁଗରେ ପ୍ରାୟ ୧୧୩ ମିଲିଅନ୍ ବର୍ଷ ପୂର୍ବେ ବାସ କରୁଥିବା ଏହି ବିଶାଳ ଶାକାହାରୀ ଡାଇନୋସରର ଲମ୍ବ ପ୍ରାୟ ୯୦ ଫୁଟ ବା ୨୭ ମିଟର ଥିଲା । ଏହା ସେ ସମୟର ନଦୀ, ଜଙ୍ଗଲ ତଥା ବୁଦାଭରା ଗରମ ଓ ଶୁଖିଲା ଅଞ୍ଚଳରେ ରହୁଥିଲା । ଥାଇଲାଣ୍ଡର ଚାଇୟାଫୁମ ପ୍ରଦେଶର ଜଣେ ଗ୍ରାମବାସୀ ପ୍ରଥମେ ଏହି ଜୀବାଶ୍ମ ଦେଖିବା ପରେ ବୈଜ୍ଞାନିକମାନେ ସେଠାରେ ଖନନ କରି ଏହାର ମେରୁଦଣ୍ଡ, ପାଞ୍ଜରା, ପେଲଭିସ୍ ଏବଂ ଗୋଡ଼ର ଅନେକ ହାଡ଼ ଉଦ୍ଧାର କରିଥିଲେ । ଯେଉଁଥିରେ ପ୍ରାୟ ୫.୮ ଫୁଟ (୧.୭୮ ମିଟର) ଲମ୍ବର ଏକ ହ୍ୟୁମେରସ୍ (ଉପର ସମ୍ମୁଖ ଗୋଡ଼ର ହାଡ଼) ମଧ୍ୟ ସାମିଲ ଅଛି । ଏହି ହାଡ଼ଗୁଡ଼ିକର ଆକାରକୁ ଆଧାର କରି ଗବେଷକମାନେ ଏହି ଜୀବାଶ୍ମର ଓଜନ ପ୍ରାୟ ୨୫ ରୁ ୨୮ ଟନ୍ ହୋଇଥିବାର ଅନୁମାନ କରିଛନ୍ତି । ଗବେଷକଙ୍କ ଅନୁସାରେ, ଏହି ଡାଇନୋସର ସାଉରୋପଡ୍  ଗୋଷ୍ଠୀର ଥିଲା, ଯେଉଁମାନେ ନିଜର ଲମ୍ବା ବେକ, ଲମ୍ବା ଲାଞ୍ଜ, ଛୋଟ ମୁଣ୍ଡ ଏବଂ ଖମ୍ବ ଭଳି ମୋଟା ଗୋଡ଼ ପାଇଁ ଜଣାଶୁଣା ଥିଲେ । ସୂଚନା ଅନୁସାରେ ଏହାର ମୁଣ୍ଡର ଖପୁରୀ କିମ୍ବା ଦାନ୍ତ ମିଳିନାହିଁ । ଏହି ଡାଇନୋସର ଚୋବାଇବା ବିନା ସିଧାସଳଖ ପ୍ରଚୁର ପରିମାଣରେ କୋନିଫର୍ ଏବଂ ସିଡ୍ ଫର୍ଣ୍ଣ ଭଳି ଗଛର ପତ୍ର ଖାଉଥିବା ନେଇ ସୂଚନା ମିଳିଛି ।

Tags: