୧୦୦ ନିୟୁତ ବର୍ଷର ଡାଇନୋସର

୧୦୦ ନିୟୁତ ବର୍ଷର ଡାଇନୋସର
Ipsita Picture
By: Ipsita
Published On

 

ସାହାରା ମରୁଭୂମିରୁ ଏକ ନୂତନ ପ୍ରଜାତିର ବିଶାଳକାୟ ମାଂସାହାରୀ ଡାଇନୋସର 'ସ୍ପାଇନୋସରସ୍ ମିରାବିଲିସ୍'ର ଜୀବାଶ୍ମ ଆବିଷ୍କୃତ ହୋଇଛି । ଯାହା ଆକାରରେ ପ୍ରସିଦ୍ଧ ଟି-ରେକ୍ସ କୁ ମଧ୍ୟ ପଛରେ ପକାଇ ଦେଇପାରେ ବୋଲି ପ୍ରତ୍ନତତ୍ତ୍ୱବିତ୍ ମାନେ ଦାବି କରିଛନ୍ତି । ପ୍ରାୟ ୯୫ ରୁ ୧୦୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିବା ଏହି ଜୀବର ଅବଶେଷ ନାଇଜରର ଜେଙ୍ଗୁଏବି ଅଞ୍ଚଳରୁ ମିଳିଥିବା ବେଳେ ଏହାକୁ ନେଇ କରାଯାଇଥିବା ଗବେଷଣା 'ସାଇନ୍ସ' ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ୟୁନିଭର୍ସିଟି ଅଫ୍ ଚିକାଗୋର ପ୍ରଫେସର ପଲ୍ ସେରେନୋଙ୍କ ନେତୃତ୍ୱରେ ହୋଇଥିବା ଏହି ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଏହି ଡାଇନୋସର ମୁଖ୍ୟତଃ ଅଳ୍ପ ଗଭୀର ପାଣିରେ ରହି ମାଛ ଶିକାର କରୁଥିଲା ଏବଂ ଏହାର ଶିକାର କରିବାର ନିଆରା ଶୈଳୀ ପାଇଁ ଏହାକୁ 'ହେଲ୍ସ ହେରନ୍'  ବୋଲି କୁହାଯାଉଛି । ଏହାର ମୁଣ୍ଡ ଉପରେ ଏକ ବିଶାଳ ରଙ୍ଗୀନ ଚୂଳ ଥିବା ବେଳେ ଏହା ନିଜର ଶକ୍ତିଶାଳୀ ଗୋଡ଼ ସାହାଯ୍ୟରେ ପାଣି ଭିତରେ ସହଜରେ ଚଳପ୍ରଚଳ କରିପାରୁଥିଲା, ଯାହା ପ୍ରାଗୈତିହାସିକ ଯୁଗର ଜୈବ ବିବିଧତା ଉପରେ ଏକ ନୂତନ ଆଲୋକପାତ କରିଛି ।

Tags: