କେକ କାଟିବାକୁ ୧୦ ହଜାର ବିଲ

କେକ କାଟିବାକୁ ୧୦ ହଜାର ବିଲ
Ipsita Picture
By: Ipsita
Published On

 

ଆମେରିକାର ଏକ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ଜଣେ ଗ୍ରାହକଙ୍କଠାରୁ କେବଳ କେକ୍ କାଟିବା ବାବଦକୁ ୧୦,୬୫୦ ଟଙ୍କା ଆଦାୟ କରିଥିବା ଘଟଣା ସାମ୍ନାକୁ ଆସିଛି । ଜଷ୍ଟିନ ନାମକ ଜଣେ ଫୁଡ୍ ଇନ୍‌ଫ୍ଲୁଏନ୍‌ସର ନିଜର ୧୦ ଜଣ ସାଙ୍ଗଙ୍କ ସହ କାଲିଫର୍ଣ୍ଣିଆର ଏକ ରୁଫ୍‌ଟପ୍ ରେଷ୍ଟୁରାଣ୍ଟକୁ ରାତ୍ରି ଭୋଜନ ପାଇଁ ଯାଇଥିଲେ । ସେଠାରେ ସେମାନେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବା ପାଇଁ ବାହାରୁ ଏକ କେକ୍ ନେଇ ଯାଇଥିଲେ । ରାତ୍ରି ଭୋଜନ ପରେ ଯେତେବେଳେ ବିଲ୍ ଆସିଲା, ସେଥିରେ 'କେକ୍ କଟିଂ ଫିସ୍' ବାବଦକୁ ୧୧୦ ଡଲାର ଅର୍ଥାତ୍ ପ୍ରାୟ ୧୦,୬୫୦ ଟଙ୍କା ଅଲଗା ଭାବେ ଯୋଡ଼ା ଯାଇଥିଲା । ଯାହାକି ସେଠାରେ ଉପସ୍ଥିତ ଥିବା ୧୧ ଜଣ ଲୋକଙ୍କ ହିସାବରେ ଜଣ ପ୍ରତି ପ୍ରାୟ ୯୭୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଥିଲା । ଏହି ଇନ୍‌ଫ୍ଲୁଏନ୍‌ସର ଜଣକ ସୋସିଆଲ ମିଡିଆରେ ବିଲ୍ ସହ ସମ୍ପୂର୍ଣ୍ଣ କାହାଣୀ ସେୟାର କରିବା ପରେ ଏହା ଖୁବ୍ ଭାଇରାଲ ହୋଇଥିଲା । ବିବାଦ ବଢ଼ିବା ପରେ ରେଷ୍ଟୁରାଣ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ବାହାରୁ ଅଣାଯାଇଥିବା କେକ୍ କାଟିବା ଏବଂ ପରଷିବା ପାଇଁ ସେମାନଙ୍କର ପୂର୍ବରୁ ଫିସ୍ ସ୍ଥିର ରହିଛି । ତେବେ ଗ୍ରାହକଙ୍କୁ ଏହି ଚାର୍ଜ ବିଷୟରେ ସଠିକ୍ ଭାବେ ସୂଚନା ଦିଆଯାଇ ନଥିବା ସେମାନେ ସ୍ୱୀକାର କରିଛନ୍ତି ଏବଂ ଏଥିପାଇଁ କ୍ଷମା ମାଗିବା ସହ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Tags: