୧୦ କୋଟିର କବର
By: Ipsita
ସମ୍ବନ୍ଧିତ ଖବର ପ୍ରଥମଥର ପତାକା ଉତ୍ତୋଳନ
ଫିଲିଫିନ୍ସର ମନିଲାରେ ଦୁନିଆର ସବୁଠାରୁ ବଡ କବରସ୍ଥାନ ତିଆରି ହୋଇଛି । ଏହାର ମୂଲ୍ୟ ପାଖାପାଖି ୧୦ କୋଟି ରହିଛି । କବରସ୍ଥାନର ନାଁ ରଖାଯାଇଛି ମନିଲା ଚାଇନିଜ ସେମେଟ୍ରି, ଯାହା ଏକ ଛୋଟ ସହର ଭଳି ଦେଖାଯାଉଛି । ଏଠାରେ ଥିବା ସବୁ କବରର ମୂଲ୍ୟ ୧୦ କୋଟିରୁ ଅଧିକ । ଗୋଟିଏ ଗୋଟିଏ କବର ଛୋଟ ସହର ଭଳି ଦେଖିବାକୁ । ଏଥିରେ ବିଜୁଳି, ପାଣି, ରୋଷେଇଘର, ଟଏଲେଟ, ଏସି, ଫ୍ରିଜ, ଖଟ ଓ ସୋଫା ଭଳି ଆସବାବ ଯୋଗାଇ ଦିଆଯାଇଛି । ଯେଉଁକାରଣରୁ ଏହାର ମୂଲ୍ୟ ୧୦ କୋଟିର ଅଧିକ ହୋଇଛି । ଏହା ଫିଲିଫିନ୍ସର ସବୁଠାରୁ ପୁରୁଣା କବରସ୍ଥାନ । ଏହାର ନିର୍ମାଣ ୧୮୫୦ ମସିହାରେ ହୋଇଥିଲା । ତେବେ ଏଠାରେ ମାନତ୍ୟା ରହିଛି କି ଲୋକଙ୍କୁ ମୃତ୍ୟୁପରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଏ ସମସ୍ତ ବ୍ୟବସ୍ଥା କରାଯାଇଥାଏ । ଏପରିକି ଏକ ପର୍ବରେ ସେଠାରେ ଜୀବନ୍ତ ଲୋକ ମଧ୍ୟ ବସବାସ କରନ୍ତି ।
ସମ୍ବନ୍ଧିତ ଖବର ଉପଗ୍ରହକୁ ଜଗିବେ ବଡିଗାର୍ଡ
Tags:



