କାରରେ ଝୁଲୁଛନ୍ତି ପୋଷା ଜୀବ

କାରରେ ଝୁଲୁଛନ୍ତି ପୋଷା ଜୀବ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ହୋଲି ପରେ ନିଅନ୍ତୁ ତ୍ବଚାର ଯତ୍ନ

ଚୀନରେ ସବୁବେଳେ ଅଜବ ଅଜବ ଟ୍ରେଣ୍ଡ ସାମନାକୁ ଆସିଥାଏ । ଚୀନର ନିଜସ୍ବ ନୂଆବର୍ଷ ସମୟର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ କିଛି ଲୋକ ନିଜ ପୋଷା କୁକୁର ବିଲେଇଙ୍କୁ କାରରେ ନୁହେଁ କାର ବାହାରେ ଟାଙ୍ଗି ନେଉଛନ୍ତି । ସେମାନେ  ଏହି ପଶୁଙ୍କୁ ଏକ ଥଳିରେ ବାନ୍ଧି ଡିକି ବାହାରେ ହେଉ କିମ୍ବା କାର ଝରକା ବାହାରେ ଟାଙ୍ଗି ନେଉଥିବାର ଦେଖିବାକୁ ମିଳିଛି । ଏନେଇ ଜଣେ ବ୍ଲଗର ଭିଡିଓ ସେୟାର କରିବାପରେ ଏହା ଚର୍ଚ୍ଚାକୁ ଆସିଛି । ଏପିରିକି ରାସ୍ତାରେ କିଛି ପଶୁଙ୍କର ଶବ ମଧ୍ୟ ଏହି ବ୍ଲଗରଙ୍କୁ ମିଳିଛି । ଲୋକମାନେ ଗାଡି ଭିତର ସଫା ରଖିବା କିମ୍ବା ଗାଡି ଭିତରେ ଯାଗାର ଅଭାବରୁ ଏପରି କରୁଥିବା ଜଣା ପଡିଛି । ସେହିଭଳି ଆନିମଲ ଏକ୍ସପର୍ଟମାନେ ଏହାକୁ ଅତି ଅମାନବୀୟ ବୋଲି ବିବେଚନା କରିଛନ୍ତି । ସେମାନଙ୍କୁ ଏଭଳି ଗାଡିରେ ନେବାରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି, ମାଲିକ ହୋଇ ଏଭଳି ନିଷ୍ପତ୍ତି ନେବା ଭୁଲ ବୋଲି ସେମାନେ ମତ ରଖିଛନ୍ତି । ସେହିଭଳି ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନିନ୍ଦା କରାଯାଉଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର ଉଚ୍ଚରକ୍ତଚାପ ଓ ଦହି

Tags: