ପାରା ପାଲଟିଛି ଡ୍ରୋନ
କାହିଁ କେଉଁ କାଳରୁ ପାରାକୁ ବ୍ୟବହାର କରି ଚିଠି ଦିଆନିଆର କାମ କରାଯାଇଥାଏ । ସେହିଭଳି ଏକ ପାରା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ରୁସର ଏକ ନ୍ୟୁରୋଟେକ କମ୍ପାନୀ ନ୍ୟାରି ପାରାକୁ ଡ୍ରୋନରେ ପରିଣତ କରିଛି । ସେ ଏହାର ମସ୍ତିଷ୍କରେ ଚିପ ଲଗାଇ ଏହାକୁ ବାୟୋଡ୍ରୋନରେ ବଦଳାଇ ଦେଇଛି । ନିକଟରେ ରୁସ ଏହାକୁ ମସ୍କୋରେ ଟ୍ରାଏଲ ମଧ୍ୟ କରିଛି । ଯେଉଁ ପରୀକ୍ଷଣରେ ଏହି ପାରାଟି ନିଜ ଇଚ୍ଛା ନୁହେଁ ବରଂ ରିମୋଟରେ ନିୟନ୍ତ୍ରଣ ହେଉଛି । ଏହି ପାରାର ମସ୍ତିଷ୍କରେ ଏକ ଇଲେକେଫ୍ରାଡ ଫିଟ କରାଯାଇଛି ଏବଂ ତାର ପିଠିରେ ସୌର ଶକ୍ତରେ ପରିଚାଳିତ ମିନି ବ୍ୟାଗପ୍ୟାକ ମଧ୍ୟ ବନ୍ଧା ଯାଇଛି । ଏହି ବ୍ୟାଗରେ ଜିପିଏସ ଓ କଣ୍ଟ୍ରୋଲର ଲଗାଯାଇଛି । କମ୍ପ୍ୟୁଟରରୁ ମସ୍ତିଷ୍କରେ ଲଗାଯାଇଥିବା ଚିପ ସହିତ ସମ୍ପର୍କ କରାଯାଉଛି । ଯାହାକୁ ବ୍ୟବହାର କରି ପାରାଙ୍କୁ ବିନା ଟ୍ରେନିଂରେ କାମ କରାଯାଉଛି । ସେମାନେ ସିଧା ସଳଖ କମାଣ୍ଡ ମାନିବା ସହିତ ନିୟନ୍ତ୍ରଣ ହୋଇ ପାରୁଛନ୍ତି । ଏହି ପାରାଙ୍କୁ ବ୍ୟବହାର କରାଯାଇ ପାଓ୍ୱାର ଗ୍ରୀଡ, ଗ୍ୟାସ ପାଇପଲାଇନ, ଫ୍ୟାକଫ୍ରି ଭଳି ଅନେକ ସ୍ଥାନରେ ଆଖି ରଖାଯାଇପାରିବ ବୋଲି ଦାବି ହୋଇଛି ।




