ସୁସ୍ବାଦୁ ୨୫
୨୦୨୫ ମସିହାରେ ସୋସିଆଲ ମିଡିଆର ଭାଇରାଲ ତାଲିକାରେ ସାମିଲ ହୋଇଥିଲା ଅନେକ ଖାଇବା, ଯେଉଁଗୁଡିକୁ ସମସ୍ତେ ଥରେଥରେ ଖାଉଥିବାର ଦେଖିବାକୁ ମିଳିଥିଲା । ଏଥିରେ କିଛି ଖାଇବା ଅତରଙ୍ଗୀ ଥିବାବେଳେ କିଛି ଥିଲା ବେଶ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର । ଆସନ୍ତୁ ସେହିଭଳି କିଛି ବ୍ୟଞ୍ଜନ ସମ୍ପର୍କରେ ଅଳ୍ପରେ ଜାଣିବା, ୨୦୨୫ରେ ଟ୍ରେଣ୍ଡ ସାଜିଥିଲା ।
ମାଚା
୨୦୨୫ରେ ଗୋଟିଏ ଡ୍ରିଙ୍କ ଯାହା ସାରା ବର୍ଷ ଟ୍ରେଣ୍ଡରେ ଥିଲା ତାହା ହେଉଛି ମାଚା ଡ୍ରିଙ୍କ । ଏହା କଫିର ସ୍ବାସ୍ଥ୍ୟକର ବିକଳ୍ପ ଭାବେ ବ୍ୟବହାର କରାଯାଇଥିଲା । ଏହାକୁ ଅନେକ ପ୍ରକାରରେ ଲୋକ ପିଇବା ଆରମ୍ଭ କରିଥିଲେ । ଅନ୍ୟଦେଶ ଭଳି ଭାରତରେ ମଧ୍ୟ ଏହା ଖୁବ ଆଦୃତ ହୋଇଥିଲା । ଏହାର ଗ୍ରୀନ ରଙ୍ଗ ବିଶେଷଭାବେ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏହାର ବିଭିନ୍ନ ଭର୍ସନ ଯେପରି କପକେକ, କଫି, କୋଲ୍ଡକଫି ଭଳି ଖାଦ୍ୟ ଓ ପାନୀୟକୁ ଲୋକଙ୍କ ଭଲପାଇବା ମିଳିବାରେ ଲାଗିଲା । ଯାହା ଏହାକୁ ୨୦୨୫ ବର୍ଷର ଷ୍ଟାର ଫୁ଼ଡ ବନେଇ ଦେଇଥିଲା ।

ଚିପ୍ସ
ଆଉଏକ ଟ୍ରେଣ୍ଡ ସବୁଠାରେ ଦେଖିବାକୁ ମିଳିଥିଲା ତାହା ହେଉଛି ବିୱାଇଓସି ବା ବ୍ରିଙ୍ଗ୍ ୟୋର ଓନ ଚିପ୍ସ । ଏହି ଟ୍ରେଣ୍ଡରେ ଗ୍ରାହକଙ୍କୁ ନିଜ ପସନ୍ଦର ଏକ ଚିପ୍ସ ପ୍ୟାକେଟ ଦୋକାନରେ ଦେବାକୁ ହୋଇଥାଏ ଯେଉଁଥିରେ ଦୋକାନୀ ଗ୍ରାହକଙ୍କ ପସନ୍ଦ ହିସାବରେ ଚିକେନ, ସସ୍, ଚିଜ, ବିଭିନ୍ନ ପରିବା ଆଦି ମିଶାଯାଇଥାଏ । ଏହା ଖାଇବାକୁ ଖୁବ ସ୍ବାଦିଷ୍ଟ ହୋଇଥାଏ । ଏହାର ଖୁବ କ୍ରେଜ ବିଗତ ବର୍ଷରେ ଦେଖିବାକୁ ମିଳିଥିଲା । ଅନେକ ଗ୍ରାହକ ଏହି ଖାଦ୍ୟର ମଜା ଉଠାଇଥିଲେ । ଏପରିକି ଅନେକ ନୂଆ ଲୋକ ଏହାକୁ ବ୍ୟବସାୟ ଭଳି ମଧ୍ୟ ଆରମ୍ଭ କରିଥିଲେ, ଯାହା ମଧ୍ୟ ଖୁବ ଟ୍ରେଣ୍ଡିଂ ପାଲଟିଥିଲା । ସାଧାରଣ ଚିପ୍ସ ପ୍ୟାକେଟକୁ ଏକ ନୂଆ ରୂପ ଏହି ଟ୍ରେଣ୍ଡ କାରଣରୁ ମିଳିଥିଲା ।
କଙ୍ଗାରୁ ବିରିୟାନୀ
ଇଣ୍ଟରନେଟରେ ବିଗତ ବର୍ଷ ଗୋଟିଏ ଖାଦ୍ୟ ଉପରେ ଖୁବ ଆଲୋଚନା ଓ ବିବାଦ ଦେଖିବାକୁ ମିଳିଥିଲା, ଯାହା ହେଲା କଙ୍ଗାରୁ ବିରିୟାନୀ । ଏହି ବିରିୟାନୀ ସମ୍ପର୍କରେ ଜଣେ ଫୁଡ ବ୍ଲଗର ନିଜ ଭିଡିଓରେ ଅପଲୋଡ କରିବାପରେ ଏହା ଚର୍ଚ୍ଚାକୁ ଆସିଥିଲା । ଏହି ବିରିୟାନୀକୁ ସାଧାରଣ ବିରିୟାନୀ ପ୍ରକ୍ରିୟାରେ ସମସ୍ତ ମସଲା ବ୍ୟବହାର କରି ପ୍ରସ୍ତୁତ କରାଯାଇଥିଲା । ଏହାକୁ କିଛି ଲୋକ ପସନ୍ଦ କରିଥିବାବେଳେ କିଛି ନାପସନ୍ଦ କରୁଥିବାର ଦେଖିବାକୁ ମିଳିଥିଲା, ହେଲେ ଡିସ୍ଟି ନିଜର ୟୁନିକନେସ ପାଇଁ ଟ୍ରେଣ୍ଡରେ ରହିଥିଲା ।

ପାମ୍ପଡ ଅମଲେଟ
ସାଧାରଣ ଅଣ୍ଡା ଅମଲେଟ ଏଥର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା, ଯାହାର ନାଁ ଥିଲା ପାମ୍ପଡ ଅମଲେଟ । ଏହାକୁ ଟିକେ ଭିନ୍ନ ଉପାୟରେ ପ୍ରସ୍ତୁତ କରାଯାଇଥିଲା । ସାଧାରଣ ତେଲରେ ପାମ୍ପଡକୁ ପକାଇ ଏହା ଉପରେ ଅଣ୍ଡା, କଟା ପିଆଜ, ଲଙ୍କା, ଚିଜଦେଇ ତାକୁ ଟାକୋ ଭଳି ଆକାର ଦେବାପରେ ପ୍ରସ୍ତୁତ ହୋଇଯାଉଥିବା ପାମ୍ପଡ ଅମଲେଟ । ଏହା ଖୁବ ସ୍ବାଦିଷ୍ଟ ସହ ଛୋଟ ଛୁଆଙ୍କର ପ୍ରଥମ ପସନ୍ଦ ପାଲଟିଥିବା ଦେଖଇବାକୁ ମିଳିଥିଲା ।

ଖେଚୁଡି ପରଟା
ଇଣ୍ଟରନେଟର ୨୦୨୫ର ଆଉ ଏକ ଭାଇରାଲ ଖାଇବା ଥିଲା ଖେଚୁଡି ପରଟା । ଖେଚୁଡିକୁ ବିଭିନ୍ନ ପ୍ରକାର ମସଲା ଦେଇ ଆଳୁଭଳି ପରଟା ଭିତରେ ଦେଇ ଏହାକୁ ପ୍ରସ୍ତୁତ କରାଯାଇଥିଲା । ତେବେ ଏହା ଜିରୋ ୱେଷ୍ଟ କାଟାଗୋରୀରେ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ଅନେକଙ୍କ ସୋସିଆଲ ମିଡିଆରେ ଏହି ପରଟା ପ୍ରସ୍ତୁତିର ଭିଡିଓ ଦେଖିବାକୁ ମିଳିଥିଲା । ଲୋକମାନେ ଏହାକୁ ଖୁବ ପସନ୍ଦ କରିଥିଲେ ।
ଲାଉ ମୋମୋ
ମୋମୋର ଏକ ହେଲ୍ଦି ଭର୍ସନ ୨୦୨୫ରେ ଦେଖିବାକୁ ମିଳିଥିଲା । ସେଫ୍ ନେହା ଦିପକ ଲାଉ ମୋମୋ ପ୍ରସ୍ତୁତ କରି ଏହାର ଭିଡିଓ ଅପଲୋଡ କରିଥିଲେ, ଯାହା ପରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଥିଲା । ସମସ୍ତେ ଏହାକୁ ଖୁବ ପସନ୍ଦ କରିବାରେ ଲାଗିଥିଲେ । ଯେଉଁମାନେ ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତି ସେମାନଙ୍କ ପାଇଁ ଏହା ମୋମୋ ଖାଇବାର ଏକ ସ୍ବାସ୍ଥ୍ୟକର ବିକଳ୍ପ ଭାବେ ଉଭା ହୋଇଥିଲା ।
Related Posts



