୬୦ ହଜାରର କଙ୍କଡା ତରକାରୀ

ଦେଶ ବିଦେଶରେ ଏଭଳି ଅନେକ ରେସ୍ତୋରାଁ ରହିଛି, ଯାହା ବେଶ୍‌ ଦାମୀ ହୋଇଥାଏ । ଏଠାରେ ସବୁ ଖାଇବା ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହୋଇଥାଏ । ସେହିଭଳି ଏକ ମହଙ୍ଗା ରୋସ୍ତୋରାଁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିଙ୍ଗାପୁରର ଏକ ରେସ୍ତୋରାଁ ଗୋଟିଏ କଙ୍କଡା ଝୋଳର ମୂଲ୍ୟ ୬୦ ହଜାର ଟଙ୍କା ରଖିଛି । ଏହି ଦାମ ପାଇଁ କିଛି ଜାପାନିଜ୍‌ ଟୁରିଷ୍ଟ ରେସ୍ତୋରାଁ ନାଁରେ ଅଭିଯୋଗ କରିଛନ୍ତି । କେବଳ […]

୬୦ ହଜାରର କଙ୍କଡା ତରକାରୀ
Samaya Live Picture
Published On

ଦେଶ ବିଦେଶରେ ଏଭଳି ଅନେକ ରେସ୍ତୋରାଁ ରହିଛି, ଯାହା ବେଶ୍‌ ଦାମୀ ହୋଇଥାଏ । ଏଠାରେ ସବୁ ଖାଇବା ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହୋଇଥାଏ । ସେହିଭଳି ଏକ ମହଙ୍ଗା ରୋସ୍ତୋରାଁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିଙ୍ଗାପୁରର ଏକ ରେସ୍ତୋରାଁ ଗୋଟିଏ କଙ୍କଡା ଝୋଳର ମୂଲ୍ୟ ୬୦ ହଜାର ଟଙ୍କା ରଖିଛି । ଏହି ଦାମ ପାଇଁ କିଛି ଜାପାନିଜ୍‌ ଟୁରିଷ୍ଟ ରେସ୍ତୋରାଁ ନାଁରେ ଅଭିଯୋଗ କରିଛନ୍ତି । କେବଳ ସେହି ଜାପାନିଜ୍‌ ଟୁରିଷ୍ଟମାନେ ନୁହଁନ୍ତି ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ଏହି ରେସ୍ତୋରାଁକୁ ଟ୍ରୋଲ୍‌ କରିବାରେ ଲାଗିଛନ୍ତି । ରେସ୍ତୋରାଁଟି ତାର ଗ୍ରାହକଙ୍କୁ ଲୁଟୁଥିବା ନେଇ ୟୁଜର୍ସମାନେ ଅଭିଯୋଗ କରିଛନ୍ତି । ସାଧାରଣ କଙ୍କଡା ତରକାରୀର ମୂଲ୍ୟ ଏତେ କେବେ ହେଲିବି ହୋଇ ପାରିବ ନାହିଁ ବୋଲି ଯୁଜର୍ସ ମତ ଦେଇଛନ୍ତି । ରେସ୍ତୋରାଁଟିରେ ପ୍ରତି ୧୦୦ ଗ୍ରାମର କଙ୍କଡା ପାଇଁ ୨୦ ଡଲାର ବା ୧୬୬୦ ଟଙ୍କା ନେଉଛି । ତେଣୁ ଜାପାନିଜ୍‌ ଟୁରିଷ୍ଟମାନେ ଅର୍ଡର ଦେଇଥିବା କଙ୍କଡାର ଓଜନ ୩୫୦୦ ଗ୍ରାମ ହୋଇଥିବାରୁ ଏହାର ଦାମ ୬୮୦ ଡଲାର ହୋଇଥିବା ରେସ୍ତୋରାଁ ପକ୍ଷରୁ ଦର୍ଶା ଯାଇଛି ।

Tags: