୫ ପଇସା ପାଇଁ ଗଲା ଚାକିରି

୫ ପଇସା ପାଇଁ ଗଲା ଚାକିରି
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ଏକ ଘଟଣା ବର୍ତ୍ତମାନ ଖୁବ ଭାଇରାଲ ହେଉଛି । ମାତ୍ର ୫ ପଇସା ପାଇଁ ଜଣେ ବ୍ୟକ୍ତିଙ୍କର ଚାକିରି ଯାଇଛି । ହେଲେ ୪୦ ବର୍ଷର ଆଇନଗତ ଲଢ଼େଇ ପରେ ତାଙ୍କୁ ମିଳିଲା ୩ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ମିଳିଛି । ତେବେ ସୂଚନା ଅନୁସାରେ ମାତ୍ର ୫ ପଇସା ପାଇଁ ଜଣେ ବସ୍ କଣ୍ଡକ୍ଟରଙ୍କ ଚାକିରି ଚାଲିଯାଇଥିଲା । ଏହି ସମ୍ପୂର୍ଣ୍ଣ ମାମଲାଟି ୧୯୭୬ ମସିହାର । ଉକ୍ତ ସମୟରେ ଦିଲ୍ଲୀ ପରିବହନ ନିଗମର କଣ୍ଡକ୍ଟର ରାମ ସିଂହ ଯାଦବଙ୍କ ଉପରେ ଟିକେଟ୍ ବଦଳରେ ମାତ୍ର ୫ ପଇସା ପକେଟରେ ରଖିବା ବା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ରାମ ସିଂହ ପ୍ରାୟ ୪୦ ବର୍ଷ ଧରି କୋର୍ଟ କଚେରୀ ଦୌଡ଼ିଥିଲେ, ଯେଉଁଥିରେ ତାଙ୍କର ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । ଯଦିଓ ୧୯୯୦ରେ ଲେବର କୋର୍ଟ ତାଙ୍କୁ ସଠିକ୍ ବୋଲି ଦର୍ଶାଇଥିଲେ, କିନ୍ତୁ ଡିଟିସି ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାରୁ ମାମଲା ବହୁ ବର୍ଷ ଧରି ଅଟକି ରହିଥିଲା । ଶେଷରେ ୨୦୧୬ ମସିହାରେ ଦିଲ୍ଲୀ ହାଇକୋର୍ଟର ଆବେଦନକୁ ଖାରଜ କରି ରାମ ସିଂହଙ୍କୁ ୩୦ ହଜାର ଟଙ୍କାର ବକେୟା ଦେୟ ସହିତ ଗ୍ରାଚ୍ୟୁଇଟି ଏବଂ ସିପିଏଫ୍ ବାବଦକୁ ୨.୬୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Tags: