୩,୦୦୦ର ଚୁଡା ଉପମା

୩,୦୦୦ର ଚୁଡା ଉପମା
Ipsita Picture
By: Ipsita
Published On

 

ବିଶ୍ୱ ଚୁଡା ଉପମା ଦିବସ ଅବସରରେ ମହାରାଷ୍ଟ୍ରର ନାଗପୁର ସହରରେ ଏକ ଅଦ୍ଭୁତପୂର୍ବ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଏହି ସ୍ପେଶାଲ୍ ଦିବସରେ ସେଠାକାର ପ୍ରସିଦ୍ଧ ଶେଫ୍ ବିଷ୍ଣୁ ମନୋହର ଏକାସାଙ୍ଗରେ ବିପୁଳ ପରିମାଣର ଅର୍ଥାତ୍ ୩,୦୦୦ କିଲୋଗ୍ରାମର ଓଜନଦାର ତରୀ ପୋହା ବା ଚୁଡା ଉପମାପ୍ରସ୍ତୁତ କରି ଏହି ଅନନ୍ୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଶେଫ୍ ବିଷ୍ଣୁ ମନୋହରଙ୍କ କହିବା ଅନୁଯାୟୀ, ଏହି ବିଶେଷ ଆୟୋଜନର ମୂଳ ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ୱକୁ ନାଗପୁରର ସେହି ପ୍ରସିଦ୍ଧ ସ୍ୱାଦିଷ୍ଟ ତରୀ ପୋହାସହିତ ପରିଚିତ କରାଇବା । ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହା କେନ୍ଦ୍ରୀୟ ଭାରତର ସବୁଠାରୁ ପ୍ରିୟ ଜଳଖିଆ ଅଟେ । ନାଗପୁରକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ଏହାର ସ୍ୱାଦ ଅନ୍ତତଃ ପକ୍ଷେ ଥରେ ନିଶ୍ଚୟ ଚାଖିବା ଉଚିତ୍। ସାଧାରଣ ଚୁଡା ଉପମା ତୁଳନାରେ ଏହି ତରୀ ପୋହାର ସ୍ୱାଦ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ । ଏହାକୁ ନାଗପୁରର ଅସଲ ପରିଚୟ ବୋଲି ଗ୍ରହଣ କରାଯାଏ । ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏଥିରେ ବ୍ୟବହାର କରାଯାଉଥିବା ମସଲାଯୁକ୍ତ ଝୋଳ ବା ତରୀ’, ଯାହାକୁ ସ୍ୱତନ୍ତ୍ର ଭାବେ ବୁଟରେ ପ୍ରସ୍ତୁତ କରାଯାଇଥାଏ । ଚୁଡା ଉପମା ଉପରେ ପଡ଼ୁଥିବା ଏହି ସୁଆଦିଆ ବୁଟର ତରୀ ହିଁ ଏହାକୁ ସ୍ବତନ୍ତ୍ର ସହ ସ୍ବାଦିଷ୍ଟ କରିଥାଏ ।

Tags: