୨୦ ଫୁଟିଆ ପେନ୍‌ସିଲ

ବିଶ୍ୱର ବିଭିନ୍ନ ଦେଶରେ ଏଭଳି ଅନେକ ପରମ୍ପରାର ପାଳନ କରାଯାଇଥାଏ ଯାହା ବେଶ୍‌ ସ୍ୱତନ୍ତ୍ର ହୋଇଥାଏ । ସେହିଭଳି ଏକ ପରମ୍ପରା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମେରିକାରେ ପ୍ରତିବର୍ଷ ଏକ ବିରଳ ପରମ୍ପରାର ପାଳନ କରାଯାଇଥାଏ । ଏହି ପରମ୍ପରାରେ କିଛି ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ୨୦ ଫୁଟର ଏକ ପେନ୍‌ସିଲ୍‌କୁ ଧାର କରି ଥାଆନ୍ତି । ଏହି ବିରାଟ ପେନ୍‌ସିଲଟି ଏକ ବଗିଚାରେ ରହିଛି , ଯେଉଁଠାରେ […]

୨୦ ଫୁଟିଆ ପେନ୍‌ସିଲ
Samaya Live Picture
Published On

ବିଶ୍ୱର ବିଭିନ୍ନ ଦେଶରେ ଏଭଳି ଅନେକ ପରମ୍ପରାର ପାଳନ କରାଯାଇଥାଏ ଯାହା ବେଶ୍‌ ସ୍ୱତନ୍ତ୍ର ହୋଇଥାଏ । ସେହିଭଳି ଏକ ପରମ୍ପରା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମେରିକାରେ ପ୍ରତିବର୍ଷ ଏକ ବିରଳ ପରମ୍ପରାର ପାଳନ କରାଯାଇଥାଏ । ଏହି ପରମ୍ପରାରେ କିଛି ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ୨୦ ଫୁଟର ଏକ ପେନ୍‌ସିଲ୍‌କୁ ଧାର କରି ଥାଆନ୍ତି । ଏହି ବିରାଟ ପେନ୍‌ସିଲଟି ଏକ ବଗିଚାରେ ରହିଛି , ଯେଉଁଠାରେ ଏହି ଲୋକମାନେ ଏକାଠି ହୋଇଥାଆନ୍ତି । ଏହି ପେନ୍‌ସିଲ୍‌ଟିକୁ ଏକ ନଷ୍ଟ ହୋଇଯାଇଥିବା ଓକ୍‌ ଟ୍ରିକୁ କାଟି ତିଆରି କରାଯାଇଛି । ଧୀରେଧୀରେ ଏହା ସ୍ଥାନୀୟ ଅଞ୍ଚଳରେ ଏକ ପର୍ବରେ ପରିଣତ ହୋଇଛି । ସମସ୍ତେ ଖୁବ ଖୁସି ମନରେ ବାଜା ବଜାଇ ଏକାଠି ହୋଇ ଏହି ପେନ୍‌ସିଲ୍‌କୁ ଧାର କରି ଥାଆନ୍ତି ।

Tags: