୧୩୫ ବର୍ଷରେ ସାଜିଲେ ପିତା
୧୩୫ ବର୍ଷରେ ପ୍ରଥମଥର ପାଇଁ ଜଣେ କଇଁଛ ପିତାହେବାର ସୋଭାଗ୍ୟ ଲାଭ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ମିଆମିରେ ଥିବା ଗୋଟିଏ ଚିଡିଆଖାନାରେ ନିଜର ପ୍ରଥମ ଫାଦର୍ସଡେ ଏହି କଇଁଛଟି ପାଳିଥିବା ଜଣା ପଡିଛି । ସୂଚନା ଅନୁସାରେ ମିଆମିର ଏହି ଚିଡିଆଖାନାକୁ ସେ ୧୯୮୧ ଜୁଲାଇ ୩୦ରେ ଆସିଥିଲା । ଏହାପରେ ଅନେକ ଥର ତାକୁ ବାପା ହେବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ସଫଳ ହୋଇନଥିଲା । ହେଲେ ଚଳିତ […]
୧୩୫ ବର୍ଷରେ ପ୍ରଥମଥର ପାଇଁ ଜଣେ କଇଁଛ ପିତାହେବାର ସୋଭାଗ୍ୟ ଲାଭ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ମିଆମିରେ ଥିବା ଗୋଟିଏ ଚିଡିଆଖାନାରେ ନିଜର ପ୍ରଥମ ଫାଦର୍ସଡେ ଏହି କଇଁଛଟି ପାଳିଥିବା ଜଣା ପଡିଛି । ସୂଚନା ଅନୁସାରେ ମିଆମିର ଏହି ଚିଡିଆଖାନାକୁ ସେ ୧୯୮୧ ଜୁଲାଇ ୩୦ରେ ଆସିଥିଲା । ଏହାପରେ ଅନେକ ଥର ତାକୁ ବାପା ହେବାର ସୁଯୋଗ ଦିଆଯାଇଥିଲେ ମଧ୍ୟ ସଫଳ ହୋଇନଥିଲା । ହେଲେ ଚଳିତ ଥର ସେ ସଫଳ ଭାବେ ଏକ ଶିଶୁର ବାପା ହୋଇଛି । ଗାଲାପାଗୋସ ପ୍ରଜାତିର ଏହି କଇଁଛଟି ବିଶ୍ୱର ସବୁଠାରୁ ଅଧିକଦିନ ବଞ୍ଚିପାରୁଥିବା ପ୍ରଜାତିର କଇଁଛ । ଏହି କଇଁଛଙ୍କର ଓଜନ ପାଖାପାଖି ୪୧୭ କେଜି ପର୍ଯ୍ୟନ୍ତ ବଢିପାରିବେ ।




