୧୩ଟି ମାସ ଥିବା ଦେଶ
ସାଧାରଣତଃ ଆମେ ଜାଣିଛୁ ଗୋଟିଏ ବର୍ଷରେ ବାରଟି ମାସ ପଡ଼ିଥାଏ । ହେଲେ ଏମିତି ଏକ ଦେଶ ଅଛି ଯେଉଁଠି ୧୨ ନୁହେଁ, ବରଂ ୧୩ଟି ମାସ ପଡ଼ିଥାଏ । ଆଫ୍ରିକୀୟ ଦେଶ ଇଥିଓପିଆରେ ଏଭଳି ହୋଇଥାଏ, ଯାହାଫଳରେ ଏହା ଅନ୍ୟ ସମସ୍ତ ଦେଶଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ । କେବଳ ଏତିକି ନୁହେଁ, ଏହି ଦେଶ ଅନ୍ୟ ଦେଶ ଠାରୁ ୭ ବର୍ଷ ପଛୁଆ ଚାଲିଛି ବୋଲି ମଧ୍ୟ କୁହାଯାଏ । ବିଶ୍ୱରେ ଏଭଳି ଅନେକ […]
ସାଧାରଣତଃ ଆମେ ଜାଣିଛୁ ଗୋଟିଏ ବର୍ଷରେ ବାରଟି ମାସ ପଡ଼ିଥାଏ । ହେଲେ ଏମିତି ଏକ ଦେଶ ଅଛି ଯେଉଁଠି ୧୨ ନୁହେଁ, ବରଂ ୧୩ଟି ମାସ ପଡ଼ିଥାଏ । ଆଫ୍ରିକୀୟ ଦେଶ ଇଥିଓପିଆରେ ଏଭଳି ହୋଇଥାଏ, ଯାହାଫଳରେ ଏହା ଅନ୍ୟ ସମସ୍ତ ଦେଶଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ । କେବଳ ଏତିକି ନୁହେଁ, ଏହି ଦେଶ ଅନ୍ୟ ଦେଶ ଠାରୁ ୭ ବର୍ଷ ପଛୁଆ ଚାଲିଛି ବୋଲି ମଧ୍ୟ କୁହାଯାଏ । ବିଶ୍ୱରେ ଏଭଳି ଅନେକ ସଂସ୍କୃତି ରହିଛି, ଯେଉଁଥିରେ ଭିନ୍ନ ଭିନ୍ନ କ୍ୟାଲେଣ୍ଡର୍ର ପ୍ରୟୋଗ କରାଯାଇଥାଏ । ଏସମସ୍ତ କ୍ୟାଲେଣ୍ଡର ପଶ୍ଚିମ ଗ୍ରେଗେରିଆନ୍ କ୍ୟାଲେଣ୍ଡର ଭଳି ହୋଇନଥାଏ । ତଥାପି ଏସମସ୍ତ ଦେଶରେ ବର୍ଷକୁ ୧୨ଟି ଲେଖାଏଁ ମାସ ପଡେ । ହେଲେ ଇଥିଓପିଆରେ ଏକ ଭିନ୍ନ କ୍ୟାଲେଣ୍ଡର୍କୁ ଅନୁସରଣ କରାଯାଏ, ଯାହା ରୋମାନ୍ ଚର୍ଚ୍ଚ୍ରେ ୫୨୫ ଏଡି’ରେ ସଂଶୋଧନ କରାଯାଇଥିଲା । ଏହି କାରଣରୁ ୨୦୧୭ ମସିହା ସେପେଫମ୍ବର ୧୧ରୁ ଇଥିଓପିଆରେ ନୂତନ ଶତାବ୍ଦୀର ଆରମ୍ଭ ହେଲା ଏବଂ ବର୍ଷକୁ ୧୨ ମାସ ପରିବର୍ତ୍ତେ ୧୩ଟି ଲେଖାଏଁ ମାସ ସାମିଲ କରାଗଲା । ଏହା ଅନ୍ତର୍ଗତ ପ୍ରଥମ ୧୨ଟି ମାସରେ ୩୦ଟି ଦିନ ରହିଲା, କିନ୍ତୁ ଶେଷ ବା ୧୩ତମ ମାସରେ ୫ଟି ଦିନ ଏବଂ ଲିପ୍ ଇଅର୍ ବା ଅଧିବର୍ଷରେ ୬ଟି ଦିନ ଅତିରିକ୍ତ ଭାବେ ସାମିଲ କରାଗଲା । ତେବେ ଆଜି ପର୍ଯ୍ୟନ୍ତ ଇଥିଓପିଆ ଏହାର ପ୍ରାଚୀନ କ୍ୟାଲେଣ୍ଡରକୁ ଅନୁସରଣ କରୁଥିବାବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗ୍ରେଗେରିଆନ୍ କ୍ୟାଲେଣ୍ଡରକୁ ଅନୁସରଣ କରୁଥିବା ଜଣାଯାଏ




