ହିମାଳୟର ହୀରା

ହିମାଳୟର ହୀରା
Ipsita Picture
By: Ipsita
Published On

 

ସାଧାରଣତଃ ଫୁଲଗୁଡ଼ିକର ଉଚ୍ଚତା କିଛି ଇଞ୍ଚ ହୋଇଥାଏ, ମାତ୍ର 'କେଞ୍ଜୋ' ବା 'ପଦ୍ମଚଲ' କୁହାଯାଉଥିବା ଦୁର୍ଲଭ ଫୁଲର ଲମ୍ବ ୨ ମିଟରରୁ ଅଧିକ ହୋଇଥାଏ। ସେହିଭଳି ଏହି ଫୁଲଟି ସମୁଦ୍ର ପତ୍ତନରୁ ୪ ହଜାର ମିଟରରୁ ଅଧିକ ଉଚ୍ଚତାରେ ଫୁଟିଥାଏ ।  ଏହା  ହିମାଲୟନ୍ ଡାଇମଣ୍ଡ ବା ହିମାଳୟ ହୀରା ନାମରେ ମଧ୍ୟ ପରିଚିତ । ଏହି ଫୁଲ ବରଫ ପବନ ଓ ଅତ୍ୟଧିକ ଶୀତରେ ବି ସହଜରେ ବଞ୍ଚିରହିପାରେ, ଯେଉଁଠାରେ ସମତଳ ଅଞ୍ଚଳ ତୁଳନାରେ ଅମ୍ଳଜାନ ପ୍ରାୟ ୪୦% କମ୍ ଥାଏ । ଏହି ଦୁର୍ଲଭ ଫୁଲଟି ଉତ୍ତରାଖଣ୍ଡର 'ଭ୍ୟାଲି ଅଫ୍ ଫ୍ଲାୱାର୍ସ', ହିମକୁଣ୍ଡ ସାହିବ ଏବଂ ଗଙ୍ଗୋତ୍ରୀ ନ୍ୟାସନାଲ ପାର୍କ ଭଳି ଉଚ୍ଚ ହିମାଳୟ ଅଞ୍ଚଳରେ ଫୁଟିଥାଏ । ଜୁଲାଇ ଓ ଅଗଷ୍ଟ ମାସ ଏହା ଫୁଟିବାର ମୁଖ୍ୟ ସମୟ ହୋଇଥିବା ବେଳେ, ଅତ୍ୟନ୍ତ କଠିନ ରାସ୍ତା ଓ କମ୍ ଅମ୍ଳଜାନ ଥିବା ଅଞ୍ଚଳରେ ହେଉଥିବାରୁ ଏହାକୁ ଫୁଟିଥିବା ଦେଖିବା ଟ୍ରେକରମାନଙ୍କ ପାଇଁ କୌଣସି ସୌଭାଗ୍ୟଠାରୁ କମ୍ ମନେକରାଯାଏନାହିଁ ।

Tags: