ହିନ୍ଦୁ ନବବର୍ଷ

ହିନ୍ଦୁ ନବବର୍ଷ
Ipsita Picture
By: Ipsita
Published On

 

ଭାରତରେ ଇଂରାଜୀ ନବବର୍ଷ ବ୍ୟତିତ ଅନେକ ଆଞ୍ଚଳିକ ନବବର୍ଷ ସହିତ ହିନ୍ତୁ ନବ ବର୍ଷ ମଧ୍ୟ ପାଳିତ ହୋଇଥାଏ ।  ସେହି କ୍ରମରେ ଆସନ୍ତା କାଲି ପାଳିତ ହେଉଛି ହିନ୍ଦୁ ନବବର୍ଷ , ଉଗାଦି , ମହାରାଷ୍ଟ୍ରର ଗୁଡି ପାଡୱା । ଏହି ସମସ୍ତ ପର୍ବକୁ ପୁରପଲ୍ଲୀରେ ଖୁବ ଧୁମଧାମ ଏବଂ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ ।

ଉଗାଦି

 କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଆନନ୍ଦ-ଉଲ୍ଲାସର ସହ ପାଳିତ ହୋଇଥାଏ ନବବର୍ଷ 'ଉଗାଦି' । ହିନ୍ଦୁ ନବବର୍ଷର ଶୁଭାରମ୍ଭ ସ୍ୱରୂପ ଦକ୍ଷିଣ ଭାରତର ପ୍ରମୁଖ ରାଜ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପାରମ୍ପରିକ ରୀତିନୀତି ଅନୁଯାୟୀ 'ଉଗାଦି' ମହୋତ୍ସବ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇଥାଏ । ସଂସ୍କୃତ ଶବ୍ଦ 'ଯୁଗ' ଏବଂ 'ଆଦି'ରୁ ସୃଷ୍ଟି ହୋଇଥିବା ଏହି ପର୍ବର ଅର୍ଥ ହେଉଛି 'ଏକ ନୂତନ ଯୁଗର ଆରମ୍ଭ'। ପୌରାଣିକ ମାନ୍ୟତା ଅନୁଯାୟୀ, ଆଜିର ଦିନରେ ପ୍ରଭୁ ବ୍ରହ୍ମା ସୃଷ୍ଟି ରଚନା କରିଥିଲେ, ତେଣୁ ଏହାକୁ ନବବର୍ଷ ଭାବେ ବିବେଚନା କରାଯାଇଥାଏ ।

ପରମ୍ପରା ଓ ରୀତିନୀତି

ଉଗାଦି ଅବସରରେ ଶ୍ରଦ୍ଧାଳୁମାନେ ସକାଳୁ ତୈଳ ମର୍ଦ୍ଦନ ପୂର୍ବକ ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଘରର ଦ୍ୱାର ଦେଶରେ ରଙ୍ଗବେରଙ୍ଗର 'ମୁଗୁଲୁ'  ବା ଝୋଟି ଏବଂ ଆମ୍ବ ପତ୍ରର ତୋରଣ ଲଗାଇ ଶୁଭ ମନାସିଥାନ୍ତି। ମନ୍ଦିରମାନଙ୍କରେ 'ପଞ୍ଚାଙ୍ଗ ଶ୍ରବଣମ୍' କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଆଗାମୀ ବର୍ଷର ଭାଗ୍ୟଫଳ ପଠନ କରାଯାଇଥାଏ । ଅନେକ ବ୍ୟବସାୟୀ ମଧ୍ୟ ଆଜିର ଶୁଭ ଦିନରେ ନିଜର ନୂତନ ପ୍ରତିଷ୍ଠାନ ଆରମ୍ଭ କରିଥାଆନ୍ତି ।

Tags: