ହାଡ ଯୋଡୁଥିବା ଅଠା
ଚୀନ ସବୁବେଳେ ନିଜର ନୂଆନୂଆ ଉଦ୍ଭୁାବନ ଓ ଆବିଷ୍କାର ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ସେହିଭଳି ଏକ ଉଦ୍ଭୁାବନ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଚୀନର ବୈଜ୍ଞାନିକମାନେ ଏକ ଅଠା ପ୍ରସ୍ତୁତ କରିଛନ୍ତି ଯାହା ଆମର ହାଡକୁ ଯୋଡିବ । ଏହାକୁ ସେମାନେ ବୋନ୍ ଗ୍ଲìର ନାଁ ଦେଇଛନ୍ତି । ଏହି ଅଠାକୁ ବ୍ୟବହାର କରି ମାତ୍ର ୩ ମିନିଟରେ ଯେ କୌଣସି ହାଡକୁ ଯୋଡି ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି […]
ଚୀନ ସବୁବେଳେ ନିଜର ନୂଆନୂଆ ଉଦ୍ଭୁାବନ ଓ ଆବିଷ୍କାର ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ସେହିଭଳି ଏକ ଉଦ୍ଭୁାବନ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଚୀନର ବୈଜ୍ଞାନିକମାନେ ଏକ ଅଠା ପ୍ରସ୍ତୁତ କରିଛନ୍ତି ଯାହା ଆମର ହାଡକୁ ଯୋଡିବ । ଏହାକୁ ସେମାନେ ବୋନ୍ ଗ୍ଲìର ନାଁ ଦେଇଛନ୍ତି । ଏହି ଅଠାକୁ ବ୍ୟବହାର କରି ମାତ୍ର ୩ ମିନିଟରେ ଯେ କୌଣସି ହାଡକୁ ଯୋଡି ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ସେହିଭଳି ଏହାକୁ ହାଡରେ ଲଗାଇବାପରେ ଏହା ଆପେଆପେ ଶରୀରରେ ମିଳେଇ ଯିବ । ଏହି ଅଠାର ବ୍ୟବହାର କରି ଡାକ୍ତରମାନେ ଅନେକ ପ୍ରକାର ସର୍ଜରୀକୁ ଖୁବ ସହଜରେ କରିପାରିବେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହା ଚିକିତ୍ସାକ୍ଷେତ୍ରରେ ଏକ ବିପ୍ଳବ ଆଣିବ ବୋଲି ସେମାନେ ଆଶା ରଖିଛନ୍ତି ।




