ହାଇଡ୍ରା ଫେସିଆଲ୍
ଆଜିକାଲି ସମସ୍ତେ ଚାହାନ୍ତି ଉତ୍ତମ ସ୍ୱାସ୍ଥ୍ୟ ସହ ବ୍ରାଇଟ୍ ସ୍କିନ୍ । ଏଥିପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ବିୟୁଟି ଥେରାପିର ସହାୟତା ସମସ୍ତେ ନେଇଥାଆନ୍ତି । କିଏ ପାର୍ଲର ଯାଇ ନିଜକୁ ସଜାଉଥିବାବେଳେ କିଏ ନିଜ ସ୍କିନ୍ର ଟ୍ରିଟମେଣ୍ଟ୍ କରିଥାଏ । ବର୍ତ୍ତମାନ ହାଇଡ୍ରା ଫେସିଆଲ ଟ୍ରେଣ୍ଡ୍ରେ ରହିଛି, ଯାହାକୁ ସମସ୍ତେ କରାଉଥିବାର ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା କଣ ଏହି ହାଇଡ୍ରା ଫେସିଆଲ । ଏହା ଏକ ମଲଫିସେଫପ୍ ଫେସିଆଲ୍ ଟ୍ରିଟମେଣ୍ଟ୍ ଯାହାକୁ ଏକ […]
ଆଜିକାଲି ସମସ୍ତେ ଚାହାନ୍ତି ଉତ୍ତମ ସ୍ୱାସ୍ଥ୍ୟ ସହ ବ୍ରାଇଟ୍ ସ୍କିନ୍ । ଏଥିପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ବିୟୁଟି ଥେରାପିର ସହାୟତା ସମସ୍ତେ ନେଇଥାଆନ୍ତି । କିଏ ପାର୍ଲର ଯାଇ ନିଜକୁ ସଜାଉଥିବାବେଳେ କିଏ ନିଜ ସ୍କିନ୍ର ଟ୍ରିଟମେଣ୍ଟ୍ କରିଥାଏ । ବର୍ତ୍ତମାନ ହାଇଡ୍ରା ଫେସିଆଲ ଟ୍ରେଣ୍ଡ୍ରେ ରହିଛି, ଯାହାକୁ ସମସ୍ତେ କରାଉଥିବାର ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା କଣ ଏହି
ହାଇଡ୍ରା ଫେସିଆଲ ।
ଏହା ଏକ ମଲଫିସେଫପ୍ ଫେସିଆଲ୍ ଟ୍ରିଟମେଣ୍ଟ୍ ଯାହାକୁ ଏକ ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ମେସିନ୍ ସାହାଯ୍ୟରେ କରାଯାଇଥାଏ । ଏହି ମେସିନର ନାଁ ହାଇଡ୍ରାଫେସିଆଲ ଏମ୍ଡି । ଏହି ମେସିନ ଓ ଅନ୍ୟ ଉପକରଣ ବ୍ୟବହାର କରାଯାଇ ଏହାକୁ କରାଯାଇଥାଏ । ଯେଉଁଥିରେ କ୍ଲିନ୍ଜିଂ, ମସାଜ ଆଦି ଅନେକ ଷ୍ଟେପ ରହିଛି । ତେବେ ଏହା କରିବାପରେ ସଙ୍ଗେସଙ୍ଗେ ମୁହଁରେ ଗ୍ଲୋ ଆସିଥାଏ ବୋଲି ଏହାକୁ କରୁଥିବା ବ୍ୟକ୍ତି ଦାବି କରିଥାଆନ୍ତି ।

ଷ୍ଟେପ୍
ଏହି ହାଇଡ୍ରା ଫେସିଆଲ୍କୁ ତିନୋଟି ଷ୍ଟେପ୍ରେ କରାଯାଇଥାଏ । ଯେଉଁଥିରେ କ୍ଲିନଂ, ପିଲ୍, ଏକ୍ସାଟ୍ରାକଫ ଆଦି ସାମିଲ ଥାଏ । ଆସନ୍ତୁ ଜାଣିବା କଣ ଏହି ଷ୍ଟେପ୍ ଏବଂ କେଉଁଭଳି ଭାବେ ଏହାକୁ କରାଯାଇଥାଏ ।
କ୍ଲିନିଂ ଓ ପିଲ୍- ଏହା ହାଇଡ୍ରାଫେସିଆଲର ପ୍ରଥମ ଷ୍ଟେପ୍ । ଏହି ପ୍ରକ୍ରିୟା ସାହାଯ୍ୟରେ ପ୍ରଥମେ ଆମ ମୁହଁର ଚର୍ମରେ ଥିବା ସମସ୍ତ ଡେଡ୍ ସେଲ୍କୁ କଢାଯାଇଥାଏ । ଏହା ଫଳରେ ସ୍କିନ୍ ଉଜ୍ୱଳ ଦେଖାଯାଇଥାଏ । ମୁହଁ ସ୍କିନ୍ରେ ଥିବା ପୋର ଗୁଡିକ ଖୋଲିଯାଇଥାଏ, ଯାହା ଫଳରେ ମୁହଁ ସଫା ହୋଇଯାଇଥାଏ ।
ହାଇଡ୍ରେଟ୍
କ୍ଲିନ୍ କରିବାପରେ ମୁହଁରେ ଥିବା ପୋର ଗୁଡିକ ଖୋଲିଯାଇଥାଏ । ଯାହାକୁ ମଏଶ୍ଚର ସାହାଯ୍ୟରେ ହାଇଡ୍ରେଟ୍ କରାଯାଇଥାଏ । ତେଣୁ ଏହାପରେ ମସାଜ୍ ଦିଆଯାଇଥାଏ । ଏହାପରେ ଶେଷକୁ ସେରମ ସାହାଯ୍ୟରେ ବୁଷ୍ଟର ଦିଆଯାଏ । ଏହାଦ୍ୱାରା ସ୍କିନ୍ରେ ଆହୁରି ଗ୍ଲୋ ଆସିଥାଏ । ତେବେ ଏହି ପ୍ରକ୍ରିୟା ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ହୋଇଥାଏ । କିଏକିଏ ଏହି ପ୍ରକ୍ରିୟା ଶେଷରେ ଏଲ୍ଇଡି ମାସ୍କ ସାହାଯ୍ୟରେ ମସାଜ ଦେଇଥାଆନ୍ତି । ତେଣୁ ହାଇଡ୍ରା ଫେସିଆଲ କରିବା ପୂର୍ବରୁ ଏହାର ପ୍ରକ୍ରିୟା ବିଷୟରେ ସବିଶେଷ ତଥ୍ୟ ନିଅନ୍ତୁ ଏବଂ ଏହାପରେ କରନ୍ତୁ ।
ଉପକାର

ଏହା କରିବା ଦ୍ୱାରା ସ୍କିନ୍ ସଫଫ୍ ହେବା ସହ ଉଜ୍ୱଳ ହୋଇଥାଏ । ଏହି ପ୍ରକ୍ରିୟା ମୁହଁକୁ ସଫା କରୁଥିବାରୁ ଏହା ଆମ ଚର୍ମ ପାଇଁ ଭଲ ଅଟେ । ତଥାପି ଏହାର ସାଇଡ୍ ଇଫେକଫ୍ ମଧ୍ୟ ରହିଛି ତେଣୁ ଏହାକୁ କରିବା ପୂର୍ବରୁ ନିଜର ସ୍କିନ୍ ଡକଫରଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଏହି ଟ୍ରିଟମେଣ୍ଟ୍ କାରଣରୁ ଆମ ସ୍କିନ୍ର ହାଇଡ୍ରେସନ୍,ରେଡିଆନ୍ସ ଏବଂ ଟେକ୍ସଚର ଆଦିରେ ଉନ୍ନତି ଦେଖିବାକୁ ମିଳିଥାଏ । ଏହା ଆମ ସ୍କିନ୍କୁ ଖୁବ ହାଇଡ୍ରେଟ୍ କରିଥାଏ, ଯେଉଁ କାରଣରୁ ମୁହଁରେ ଚମକ ଆସିଥାଏ ।
ସତର୍କତା
ହାଇଡ୍ରା ଫେସିଆଲ୍ ସବୁ ପ୍ରକାରର ସ୍କିନ୍ ପାଇଁ ନୁହେଁ । ଯଦି ଆପଣଙ୍କ ସ୍କିନ୍ରେ ସନବର୍ଣ୍ଣ, ରାସ୍ କିମ୍ବା କିଛି ଆଲର୍ଜି ଥାଏ, ତେବେ ଏହା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେହିଭଳି ଗର୍ଭବତୀଙ୍କୁ ମଧ୍ୟ ଏହା କରିବାକୁ ମନା । ଏଥିରେ ବ୍ୟବହାର ହେଉଥିବା କେମିକାଲ କାଳେ ସେମାନଙ୍କୁ କୌଣସି ଅସୁବିଧାରେ ପକାଇବ ସେଥିପାଇଁ ଏହା ସେମାନଙ୍କୁ ମନା କରାଯାଇଥାଏ । ସେହିଭଳି ଏହା କରିବା ପୂର୍ବରୁ ନିଜ ସ୍କିନ୍କୁ ଭଲ କରି ଟେଷ୍ଟ୍ କରି ଏହାପରେ ଏହି ଫେସିଆଲ୍କୁ କରନ୍ତୁ ।




