ହଜି ଯାଇଥିବା ଡାକ ସେବା
ଯୋଗାଯୋଗର ସବଠାରୁ ଗୁରୁତ୍ବପୂର୍ଣ୍ଣ ତଥା ପାରମ୍ପରିକ ମାଧ୍ୟମ ଭାବେ ପରିଗଣିତ ହେଉଥିବା ଡାକ ବିଭାଗର ଅନେକ ଏଭଳି ସେବା ରହିଛି ଯାହା ସମୟ କ୍ରମେ ବନ୍ଦ ହୋଇଛି । ତେବେ ସେହି ସେବା ଗୁଡିକ କିନ୍ତୁ ନିଜନିଜ ସମୟରେ ଲୋକଙ୍କର ଖୁବ ଆଦୃତି ପାଇବା ସହିତ ସେମାନଙ୍କର ଖୁବ ଅଧିକ ବ୍ୟବହାର ମଧ୍ୟ କରାଯାଇଛି । ଏହି ତାଲିକା ଖୁବ ଲମ୍ବା ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ସେବା ସମ୍ପର୍କରେ ଯାହା ସମୟାନୁକ୍ରମେ ଆମ […]
ଯୋଗାଯୋଗର ସବଠାରୁ ଗୁରୁତ୍ବପୂର୍ଣ୍ଣ ତଥା ପାରମ୍ପରିକ ମାଧ୍ୟମ ଭାବେ ପରିଗଣିତ ହେଉଥିବା ଡାକ ବିଭାଗର ଅନେକ ଏଭଳି ସେବା ରହିଛି ଯାହା ସମୟ କ୍ରମେ ବନ୍ଦ ହୋଇଛି । ତେବେ ସେହି ସେବା ଗୁଡିକ କିନ୍ତୁ ନିଜନିଜ ସମୟରେ ଲୋକଙ୍କର ଖୁବ ଆଦୃତି ପାଇବା ସହିତ ସେମାନଙ୍କର ଖୁବ ଅଧିକ ବ୍ୟବହାର ମଧ୍ୟ କରାଯାଇଛି । ଏହି ତାଲିକା ଖୁବ ଲମ୍ବା ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ସେବା ସମ୍ପର୍କରେ ଯାହା ସମୟାନୁକ୍ରମେ ଆମ ଠାରୁ ଦୂରେଇ ଯାଇଛନ୍ତି ।

ଟେଲିଗ୍ରାମ
ଆଜିକାଲିର ଯୁବପିଢିଙ୍କ ପାଇଁ ଏହି ନାଁଟି ଆଶ୍ଚର୍ଯ୍ୟକର ହୋଇପାରେ କିନ୍ତୁ ୨୦୧୩ ପୂର୍ବରୁ ଏହାର ବ୍ୟବହାର ଖୁବ ଅଧିକ ଥିଲା । ଟେଲିଗ୍ରାମ ସର୍ଭିସର ଅର୍ଥ ତତ୍କ୍ଷାଣ ସମ୍ବାଦ । ଆଜିକାଲିର ହ୍ବାଟସ୍ଆପ୍, ଇମେଲ ଭଳି ଏହା ମଧ୍ୟ ସମ୍ବାଦ ସଙ୍ଗେ ସଙ୍ଗେ ଦେଉଥିଲା । ଏହା ବିଶେଷଭାବେ କୌଣସି ସରକାରୀ ନିର୍ଦ୍ଦେଶ, ଜନ୍ମ ଖବର, ମୃତ୍ୟୁ ଖବର କିମ୍ବା ପରୀକ୍ଷ ଫଳ ଭଳି ସମ୍ବାଦ ପ୍ରେରଣ ପାଇଁ ଏହି ସେବାକୁ ବ୍ୟବହାର କରାଯାଇଥାଏ । ୧୮୫୦ ମସିହାରେ ବ୍ରଟିଶ ଶାସନ ସମୟରେ ଏହି ସେବାର ଲଞ୍ଚ ହୋଇଥିଲା ଅର୍ଥାତ ୧୮୫୦ ମସିହାରେ ଏହାର ଆରମ୍ଭ ହୋଇଥିଲା । ଏହା ଅନେକ ଲୋକଙ୍କ ପାଇଁ ସେହି ସମୟରେ ଖୁବ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଛି । ଯେ କୌଣସି ଖବର ହେଉ ତୁରନ୍ତ କେଉଁଠାରେ ପହଞ୍ଚାଇବାକୁ ହେଲେ ଟେଲିଗ୍ରାମର ବ୍ୟବହାର କରାଯାଏ । ଏହି ସେବାରେ ଏକ ହଳଦିଆ କାଗଜରେ ଅଳ୍ପ କିଛି ଲାଇନ୍ ଲେଖି ପଠାଯାଇଥାଏ । ସବୁବେଳେ ଭାରତରେ ଟେଲିଗ୍ରାମ ଆସିଲେ କୌଣସି ଶୁଭ ଖବର ଆଣିଥାଏ ନହେଲେ ଦୁଃଖ ଖବର । ହେଲେ ସମୟାନୁକ୍ରମେ ଏହାର ବ୍ୟବହାର କମିବାରେ ଲାଗିଲା । ଫୋନ୍ ଆସିବା ପରେ ଏସ୍ଏମ୍ଏସ୍ ର ବ୍ୟବହାର ବଢିଲା ଯାହା ଟେଲିଗ୍ରାମର ବ୍ୟବହାର କମାଇଥିଲା । ଯାହାଫଳରେ ଏହାକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଥିଲା । ପାଖାପାଖି ୧୬୩ ବର୍ଷ ପରେ ୨୦୧୩ରେ ଏହି ସେବାକୁ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା ବିଏସ୍ଏନ୍ଏଲ୍ ପକ୍ଷରୁ ବନ୍ଦ କରାଯାଇଥିଲା । ଯେଉଁ ଦିନ ଶେଷଥର ପାଇଁ ଟେଲିଗ୍ରାମ ବନ୍ଦ ହୋଇଥିଲା ସେହିଦିନ ହଜାର ହଜାର ଭାରତୀୟ ଟେଲିଗ୍ରାମକୁ ଗୁଡ୍ ବାଏ କହିବା ପାଇଁ ସେଦିନ ଶେଷଥର ଟେଲିଗ୍ରାମ ଦେଇଥିଲେ ।

ଫ୍ୟାକ୍ସ
ନବେଦଶକର ବିଜନେସ କମ୍ୟୁନିକେସନ ଭାବେ ଫ୍ୟାକ୍ସ ସର୍ଭିସ ବେଶ୍ ଜଣାଶୁଣା । ୧୯୮୦ ମସିହାରୁ ୧୯୯୦ ମସିହା ଭିତରେ ଏହାର ପରିଚିତି ବେଶି ବଢିଥିଲା । ଲୋକମାନେ ଏହି ସମୟରେ ଢେର ଅଧିକ ଫ୍ୟାକ୍ସ ସେବା ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା । ଭାରତୀୟ ପୋଷ୍ଟ ସହିତ ଅନେକ ସରକାରୀ ଅଫିସରେ ଫ୍ୟାକ୍ସର ବ୍ୟବହାର ବହୂଳ ଥିଲା । ଏହା ସାହାଯ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପଠାଇବାର ବ୍ୟବସ୍ଥା କରାଯାଇଥାଏ । ଏହା ମାତ୍ର କେତେ ମିନିଟରେ ଗୁରୁତ୍ବପୂର୍ଣ୍ଣ କାଗଜକୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇଥାଏ । ହେଲେ ଇମେଲ, ପିଡିଏଫ୍ ସ୍କାନର ଓ ଡିଜିଟାଲ ସ୍କାନର ଆସିବା ପରେ ଏହାର ବ୍ୟବହାର କମିଲା । ଧୀରେଧୀରେ ଏହାକୁ ବନ୍ଦ କରିଦିଆଗଲା । ବର୍ତ୍ତମାନ କୌଣସି ପୋଷ୍ଟ ଅଫିସରେ ଏହି ସେବା ପ୍ରଦାନ କରାଯାଉ ନାହିଁ ।




