ହଂସ କଇଁଛ କାହାଣୀ

ଆଈ ମାଙ୍କ ଗପପେଡି ଖୋଲିଲେ ଅନେକ ଶିକ୍ଷଣୀୟ ଗପ ଶୁଣିବାକୁ ମିଳିଥାଏ । ଯେଉଁ ଗପ ଗୁଡିକ ଯେତେ ପୁରୁଣା ହେଲେ ମଧ୍ୟ ଏଥିରେ ଥିବା ଶିକ୍ଷା ସବୁବେଳେ କାମରେ ଆସିଥାଏ । ଏଭଳି ଅନେକ ଗପ ରହିଛି ଯାହାକୁ ଆମେ ଆଜି ବି ଅନ୍ୟମାନଙ୍କୁ କହିଥାଉ । ଆଈ ମାର ଏହି କାହାଣୀ ତାଲିକା ଖୁବ ଲମ୍ବା ହୋଇଥାଏ । ସେଥିରୁ ଗୋଟିଏ ହେଲା ହଂସ କଇଁଛ କାହାଣୀ । ଏହି ଗପଟି ଆମକୁ ଜୀବନରେ […]

ହଂସ କଇଁଛ କାହାଣୀ
Samaya Live Picture
Published On

ଆଈ ମାଙ୍କ ଗପପେଡି ଖୋଲିଲେ ଅନେକ ଶିକ୍ଷଣୀୟ ଗପ ଶୁଣିବାକୁ ମିଳିଥାଏ । ଯେଉଁ ଗପ ଗୁଡିକ ଯେତେ ପୁରୁଣା ହେଲେ ମଧ୍ୟ ଏଥିରେ ଥିବା ଶିକ୍ଷା ସବୁବେଳେ କାମରେ ଆସିଥାଏ । ଏଭଳି ଅନେକ ଗପ ରହିଛି ଯାହାକୁ ଆମେ ଆଜି ବି ଅନ୍ୟମାନଙ୍କୁ କହିଥାଉ ।

ଆଈ ମାର ଏହି କାହାଣୀ ତାଲିକା ଖୁବ ଲମ୍ବା ହୋଇଥାଏ । ସେଥିରୁ ଗୋଟିଏ ହେଲା ହଂସ କଇଁଛ କାହାଣୀ । ଏହି ଗପଟି ଆମକୁ ଜୀବନରେ ଖୁବ ବଡ ଶିକ୍ଷା ଦେଇଥାଏ । କିଭଳି କିଛି କହିବା ଆଗରୁ ଶହେଥର ଆମକୁ ଭାବିବାକୁ ହେବ ସେନେଇ ଏହି କାହାଣୀରେ ଦର୍ଶାଯାଇଛି । ଗପଟି ଶୁଣିବାକୁ ଖୁବ ସୁନ୍ଦର ଏବଂ ନୀତିଶିକ୍ଷାରେ ଭରପୂର । ଏହି କାହାଣୀରୁ ଅନେକ ଶିକ୍ଷା ମିଳିଥାଏ ଯାହାକୁ ଆମେ ଆମ ବାସ୍ତବ ଜୀବନରେ ବ୍ୟବହାର କରି ପାରିବା । ତେବେ ଆସନ୍ତୁ ଶୁଣିବା କଣ ଏହି କାହାଣୀ ..
ଏକଦା ଗୋଟିଏ ପୋଖରୀରେ ଅନେକ ମାଛ, କଇଁଛ, କଙ୍କଡା ବାସ କରୁଥିଲେ । ପୋଖରୀରେ ଭରପୁର ପାଣି ସହିତ ଖାଦ୍ୟ ସାମଗ୍ରୀର ମଧ୍ୟ ଅଭାବ ନଥିଲା । ସମସ୍ତେ ଏଠାରେ ଖୁସିରେ ରହୁଥିଲେ । ଏଠାକୁ ପ୍ରତିଦିନ ପାଖ ଜଙ୍ଗଲରେ ରହୁଥିବା ଦୁଇଟି ହଂସ ମଧ୍ୟ ଆସିଥାଆନ୍ତ । ଯେଉଁମାନେ ଏଠାରେ ଖେଳିବା ସହିତ ସମୟ ବିତାନ୍ତି । ଏହି ସମୟ ବିତାଇବା ମଧ୍ୟରେ କଇଁଛ ସହ ସେମାନଙ୍କର ବନ୍ଧୁତା ହୋଇଯାଏ । ତେବେ କିଛି ଦିନ ପରେ ଖରାଦିନ ଆସିଲା । ଏହି ସମୟରେ ସେହି ଅଞ୍ଚଳରେ ଘୋର ମରୁଡି ଦେଖିବାକୁ ମିଳିଥିଲା । ଯେଉଁଥିରେ ପୋଖରୀର ପାଣି ଶୁଖି ଯାଇଥିଲା । ଯାହାଫଳରେ ଏଥିରେ ବାସ କରୁଥିବା ସମସ୍ତ ଜୀବଙ୍କର ଭାଳେଣୀ ପଡିଲା । ଏହାରି ଭିତରେ ହଂସ ଦୁଇଟି କଇଁଛକୁ ଏକ ପ୍ରସ୍ତାବ ଦେଲେ, ଯାହା ସାହାଯ୍ୟରେ କଇଁଛ ତା ଜୀବନ ବଞ୍ଚାଇ ପାରିବ । ସେମାନେ ତାକୁ ପାଖରେ ଥିବା ଜଙ୍ଗଲର ଏକ ପୋଖରୀକୁ ନେଇଯିବେ ବୋଲି ପ୍ରତିଶୃତି ଦେଲେ । ଯୋଜନା ଅନୁସାରେ ଗୋଟିଏ ବାଡିର ମଝି ଅଂଶକୁ କଇଁଛ ପାଟିରେ କାମୁଡି ଧରିବ ଏବଂ ଅନ୍ୟ ଦୁଇ ପାଖ ହଂସମାନେ ପାଟିରେ ଧରି ଉଡିବେ । ଏପରି ଉଡି ଉଡି ସେମାନେ ଜଙ୍ଗଲରେ ପହଞ୍ଚିଯିବେ । ହେଲେ କଇଁଛକୁ ବାଟରେ ପାଟି ଖୋଲିବାକୁ ସେମାନେ ଅନୁରୋଧ କରିଥିଲେ । କଇଁଛର ସମସ୍ତଙ୍କ କଥାରେ ମୁଣ୍ଡ ପୁରାଇବାର ଏକ ବଦ ଅଭ୍ୟାସ ରହିଥିଲା, ତେଣୁ ସେମାନେ ତାକୁ ଅନୁରୋଧ କରିଥଇଲେ । ଏହାପରେ ହଂସ ବାଡି ଆଣି ଆସିଲେ ଏବଂ କଇଁଛ ପାଟିରେ ବାଡିକୁ କାମୁଡି ଧରିଲା । ଏହାପରେ ହଂସମାନେ ଏହି ବାଡିର ଦୁଇ ପଟକୁ କାମୁଡି ଧରି ଉଡିବା ଆରମ୍ଭ କରିଥିଲେ । ବାଟରେ କିଛି ପିଲା ଖେଳୁଥିଲେ । କଇଁଛକୁ ଆକାଶରେ ଉଡୁଥିବା ଦେଖି ସେ କହିଲା ଏ କଇଁଛଟି ଭାଟି ମୋଟା ସୋଟା ହୋଇଛି ଖସି ପଡନ୍ତା କି ମୁଁ ଖାଆନ୍ତି । ତେବେ ତାହାର କଥା ଶୁଣି କଇଁଛ ରାଗିଗଲା ଏବିଂ ସେ ନିଜର ପ୍ରକୃତି ହିସାବରେ ତାକୁ କିଛି କହିବାକୁ ପାଟି ଖୋଲିଦେଲା । ଏହାପରେ ସେ ତଳେ ପଡିଗଲା ଏବଂ ପିଲାଟି ତାକୁ ସତରେ ଖାଇବାରେ ସମର୍ଥ ହେଲା । ତେବେ ହଂସ ମାନେ ତାକୁ ଏତେ ବୁଝାଇଥିବା କଥାକୁ କଇଁଛଟି ଭୁଲିଗଲା । ତେଣୁ କୌଣସି ବି ପରିସ୍ଥିତିରେ ସମସ୍ତଙ୍କ କଥାରେ ମୁଣ୍ଡ ପୁରାଇବା କିମ୍ବା ନଭାବି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ ବୋଲି ଏହି ଗଳ୍ପରୁ ଶିକ୍ଷା ମିଳିଥାଏ ।

Tags: