ସୌରଶକ୍ତିରୁ ସବୁଜ ଉଦ୍‌ଯାନ

ସୌରଶକ୍ତିକୁ ନବୀକରଣ ଉର୍ଜାର ଆଖ୍ୟା ଦିଆଯାଇଛି, ତେଣୁ ବୈଜ୍ଞାନିକମାନେ ସବୁବେଳେ ଏହାର ବ୍ୟବହାର ଉପରେ ବେଶି ଧ୍ୟାନ ଦେଇଥାଆନ୍ତି । କିଭଳି ସୌର ଶକ୍ତିକୁ ବିଭିନ୍ନ ଉପାୟରେ ବ୍ୟବହାର କରିହେବ ସେନେଇ ସେମାନେ କାର୍ଯ୍ୟ କରିଥାଆନ୍ତି । ବାଙ୍ଗାଲୁରୁର କିଛି ବୈଜ୍ଞାନିକ ସୋଲାର ଏନର୍ଜିରୁ ଗ୍ରୀନ ହାଇଡ୍ରୋଜେନ ବା ସବୁଜ ଉଦ୍‌ଯାନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଏହି ପ୍ରକ୍ରିୟାକୁ ବ୍ୟବହାର କରି ଘର, ରାସ୍ତା, ଗାଡି ଆଦିକୁ ଶକ୍ତି ଯୋଗାଇହେବ । ଯାହାଦ୍ୱାରା ଜୀବାଶ୍ମ […]

ସୌରଶକ୍ତିରୁ ସବୁଜ ଉଦ୍‌ଯାନ
Samaya Live Picture
Published On

ସୌରଶକ୍ତିକୁ ନବୀକରଣ ଉର୍ଜାର ଆଖ୍ୟା ଦିଆଯାଇଛି, ତେଣୁ ବୈଜ୍ଞାନିକମାନେ ସବୁବେଳେ ଏହାର ବ୍ୟବହାର ଉପରେ ବେଶି ଧ୍ୟାନ ଦେଇଥାଆନ୍ତି । କିଭଳି ସୌର ଶକ୍ତିକୁ ବିଭିନ୍ନ ଉପାୟରେ ବ୍ୟବହାର କରିହେବ ସେନେଇ ସେମାନେ କାର୍ଯ୍ୟ କରିଥାଆନ୍ତି । ବାଙ୍ଗାଲୁରୁର କିଛି ବୈଜ୍ଞାନିକ ସୋଲାର ଏନର୍ଜିରୁ ଗ୍ରୀନ ହାଇଡ୍ରୋଜେନ ବା ସବୁଜ ଉଦ୍‌ଯାନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଏହି ପ୍ରକ୍ରିୟାକୁ ବ୍ୟବହାର କରି ଘର, ରାସ୍ତା, ଗାଡି ଆଦିକୁ ଶକ୍ତି ଯୋଗାଇହେବ । ଯାହାଦ୍ୱାରା ଜୀବାଶ୍ମ ଇନ୍ଧନର ବ୍ୟବହାର କମିବ, ଏବଂ ପରିବେଶ ପ୍ରଦୂଷଣ ମଧ୍ୟ । ଏହି ଡିଭାଇସ ଦ୍ୱାରା ଜଳ ଅଣୁକୁ ଭଙ୍ଗାଯାଇ ଉଦ୍‌ଜାନ ଓ ଅମ୍ଳଜାନ ପ୍ରସ୍ତୁତ କରାଯାଉଛି । ଏଭଳି ଭାବେ ସେମାନେ ଖୁବ ଉନ୍ନତମାନର ଜ୍ଞାନକୌଶଳକୁ ବ୍ୟବହାର କରି ଏହି ଡିଭାଇସ୍‌କୁ ପ୍ରସ୍ତୁତ କରିଛନ୍ତି, ଯାହା ପରିବେଶ ଉପଯୋଗୀ । ଡିଭାଇସ୍‌ଟି ଖୁବ ଅଧିକ ପରିମାଣର ଉର୍ଜା ଉତ୍ପାଦନ କରିବାରେ ସକ୍ଷମ । ସେହିଭଳି ଏହା ୧୦ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟକ୍ଷମ ରହିପାରିବ ।

Tags: