ସୃଜନାଶିଳତା ସହ ପିଲାଦିନର ସମ୍ପର୍କ

ଅନେକ ସମୟରେ ଆମେ ଭାବିଥାଉ ଶିଶୁଙ୍କର ପିଲାଦିନ ଯଦି ଭଲରେ କଟିଥାଏ ତେବେ ସେମାନଙ୍କର ସୃଜନଶୀଳତାର ବିକାଶ ଭଲଭାବେ ହୋଇଥାଏ । ହେଲେ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇ ନଥାଏ ବୋଲି ଏକ ରିପୋର୍ଟରୁ ବର୍ତ୍ତମାନ ଜଣା ପଡିଛି । ଏହି ଗବେଷଣା ଅନୁସାରେ ଏଭଳି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନଙ୍କର ପିଲାଦିନ କଷ୍ଟରେ କଟିଛି । ଏଭଳି ଅନେକ ଚିତ୍ରକର ଅଛନ୍ତି ଯେଉଁମାନଙ୍କ ପିଲାଦିନ ଖୁବ କଷ୍ଟରେ କଟିଛି । ତେବେ ଏଭଳି ପରିସ୍ଥିତି ସେମାନଙ୍କୁ […]

ସୃଜନାଶିଳତା ସହ ପିଲାଦିନର ସମ୍ପର୍କ
Samaya Live Picture
Published On

ଅନେକ ସମୟରେ ଆମେ ଭାବିଥାଉ ଶିଶୁଙ୍କର ପିଲାଦିନ ଯଦି ଭଲରେ କଟିଥାଏ ତେବେ ସେମାନଙ୍କର ସୃଜନଶୀଳତାର ବିକାଶ ଭଲଭାବେ ହୋଇଥାଏ । ହେଲେ ସମସ୍ତଙ୍କ କ୍ଷେତ୍ରରେ ଏପରି ହୋଇ ନଥାଏ ବୋଲି ଏକ ରିପୋର୍ଟରୁ ବର୍ତ୍ତମାନ ଜଣା ପଡିଛି । ଏହି ଗବେଷଣା ଅନୁସାରେ ଏଭଳି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନଙ୍କର ପିଲାଦିନ କଷ୍ଟରେ କଟିଛି । ଏଭଳି ଅନେକ ଚିତ୍ରକର ଅଛନ୍ତି ଯେଉଁମାନଙ୍କ ପିଲାଦିନ ଖୁବ କଷ୍ଟରେ କଟିଛି । ତେବେ ଏଭଳି ପରିସ୍ଥିତି ସେମାନଙ୍କୁ ନିଜର ସୃଜନଶୀଳତାକୁ ବିକାଶ କରିବା ଦିଗରେ ଖୁବ ସହାୟକ ହୋଇଛି ବୋଲି ଏହି ଗବେଷଣାରୁ ଜଣା ପଡିଛି । ଏଭଳି ଅନେକ ବ୍ୟକ୍ତିତ୍ୱ ଯେପରି ଭିନସେଣ୍ଟ ଭାନ୍‌ ଗଗ୍‌, ଫ୍ରାଞ୍ଜ କାଫ, ଏଡଗାର ଆଲାନ୍‌ ପୋ ସାମିଲ ଅଛନ୍ତି । ଯେଉଁମାନେ ନିଜର ଦୁଃଖଦାୟକ ପିଲାଦିନରୁ ଅନେକ କିଛି ଶିଖିଛନ୍ତି । ସେହିଭଳି ଆମ ପାଖରେ ଯେତେ ବି ପ୍ରତିଭା ଦେଖିବାକୁ ମିଳେ ତାହାର ଆରମ୍ଭ ପିଲାଦିନୁହିଁ ହୋଇଥାଏ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Tags: