ସୁପ୍ରିମ ଛାଟ

ନିକଟରେ ସୋସିଆଲ ମିଡିଆରେ ଅଙ୍କୁଶ ଲଗାଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟଙ୍କର ଏହି ଛାଟକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି । ବର୍ତ୍ତମାନର ସମୟକୁ ସୋସିଆଲ ମିଡିଆର ଯୁଗ ବୋଲି କୁହାଯାଉଛି, ହେଲେ ସୋସିଆଲ ମିଡିଆ ଆମର ମଣିଷତ୍ବକୁ ଧୀରେଧୀରେ ହଜାଇ ଦେଉଛି କି ବୋଲି ପ୍ରଶ୍ନ ବର୍ତ୍ତମାନ ଉଠିବାରେ ଲାଗିଛି । ଆଜିକାଲି ଯେ କୌଣସି ବୟସ କିମ୍ବା ବର୍ଗର ବ୍ୟକ୍ତି ହୁଅନ୍ତୁ ତାଙ୍କର ସୋସିଆଲ ମିଡିଆରେ ଆକାଉଣ୍ଟଟିଏ ଥିବ । ସମଗ୍ର […]

ସୁପ୍ରିମ ଛାଟ
Samaya Live Picture
Published On

ନିକଟରେ ସୋସିଆଲ ମିଡିଆରେ ଅଙ୍କୁଶ ଲଗାଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟଙ୍କର ଏହି ଛାଟକୁ ନେଇ ଅନେକ ଆଲୋଚନା ଆରମ୍ଭ ହୋଇଛି । ବର୍ତ୍ତମାନର ସମୟକୁ ସୋସିଆଲ ମିଡିଆର ଯୁଗ ବୋଲି କୁହାଯାଉଛି, ହେଲେ ସୋସିଆଲ ମିଡିଆ ଆମର ମଣିଷତ୍ବକୁ ଧୀରେଧୀରେ ହଜାଇ ଦେଉଛି କି ବୋଲି ପ୍ରଶ୍ନ ବର୍ତ୍ତମାନ ଉଠିବାରେ ଲାଗିଛି ।
ଆଜିକାଲି ଯେ କୌଣସି ବୟସ କିମ୍ବା ବର୍ଗର ବ୍ୟକ୍ତି ହୁଅନ୍ତୁ ତାଙ୍କର ସୋସିଆଲ ମିଡିଆରେ ଆକାଉଣ୍ଟଟିଏ ଥିବ । ସମଗ୍ର ବିଶ୍ବର ଖବର ଓ ଘଟଣାକୁ ସେ ଘରେ ବସିବସି ମୋବାଇଲରେ ଦେଖୁଥିବେ । ହେଲେ ଏହି ସୋସିଆଲ ମିଡିଆ ବର୍ତ୍ତମାନ କିଛି ଲୋକଙ୍କର ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଭଳି ଅନେକ ଘଟଣା ସାମନାକୁ ଆସୁଛି ଯେଉଁଥିରେ ସୋସିଆଲ ମିଡିଆର ଅପବ୍ୟବହାର ହେଉଥିବା ଜଣା ପଡୁଛି । ସୋସିଆଲ ମିଡିଆକୁ ବ୍ୟବହାର କରି ଅନ୍ୟର ଅପମାନ କରିବା, ଅନ୍ୟକୁ ସମସ୍ୟାରେ ପକାଇବା କିମ୍ବା ହଇରାଣ ହରକତ କରିବା ଭଳି ଘଟଣା ସାମନାକୁ ଆସୁଛି । ନିକଟରେ ଦିବ୍ୟାଙ୍ଗଙ୍କୁ ନେଇ ହୋଇଥିବା ମଜାକରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଚର୍ଚ୍ଚାର ବିଷୟ ପାଲିଟିଛି। ସୂଚନା ଅନୁସାରେ ସୁପ୍ରିମ କୋର୍ଟ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ରଣବୀର ଆଲାହବାଦିଆ ଓ ସମୟ ରୈନାଙ୍କ ବିରୋଧରେ ରାୟ ଦେଇଛନ୍ତି । ଉଭୟଙ୍କୁ ଭିଡିଓ କରି ସର୍ବସାଧାରଣରେ କ୍ଷମା ପାର୍ଥନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହ କୋର୍ଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ସୋସିଆଲ ମିଡିଆ ବ୍ୟବହାର ପାଇଁ ଏକ ଗାଇଡ ଲାଇନ୍ ମଧ୍ୟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

Tags: