ସୁନ୍ଦର ହେଲେ ବି ମାରାତ୍ମକ
ଅନେକ ଜୀବ ଦେଖିବା ପାଇଁ ଖୁବ୍ ସୁନ୍ଦର ହୋଇଥାଆନ୍ତି । ମାତ୍ର ତାଙ୍କ ସୁନ୍ଦରତା ପାଇଁ ଆମେ ଅଜାଣତରେ ଏମିତି କିଛି ଭୁଲ୍ କରିବସୁ ଯାହାପାଇଁ ପରବର୍ତ୍ତୀ ସମୟରେ ଆମକୁ ଆମ ଜୀବନ ହରାଇବାକୁ ପଡିଥାଏ । ଠିକ୍ ସେହିଭଳି ଏମିତି ଏକ ଜୀବ ଅଛି,ଯିଏ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ମାତ୍ର ଏହାକୁ ଛୁଇଁବା ମାତ୍ରକେ ଛୁଇଁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ ବୋଲି ଜଣାପଡିଛି । ଏହି ଜୀବର ନାଁ ହେଉଛି ପର୍ତ୍ତୁଗୁଇଜ୍ ମ୍ୟାନ୍ […]
ଅନେକ ଜୀବ ଦେଖିବା ପାଇଁ ଖୁବ୍ ସୁନ୍ଦର ହୋଇଥାଆନ୍ତି । ମାତ୍ର ତାଙ୍କ ସୁନ୍ଦରତା ପାଇଁ ଆମେ ଅଜାଣତରେ ଏମିତି କିଛି ଭୁଲ୍ କରିବସୁ ଯାହାପାଇଁ ପରବର୍ତ୍ତୀ ସମୟରେ ଆମକୁ ଆମ ଜୀବନ ହରାଇବାକୁ ପଡିଥାଏ । ଠିକ୍ ସେହିଭଳି ଏମିତି ଏକ ଜୀବ ଅଛି,ଯିଏ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ମାତ୍ର ଏହାକୁ ଛୁଇଁବା ମାତ୍ରକେ ଛୁଇଁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ ବୋଲି ଜଣାପଡିଛି । ଏହି ଜୀବର ନାଁ ହେଉଛି ପର୍ତ୍ତୁଗୁଇଜ୍ ମ୍ୟାନ୍ ଓ ୱାର୍, ଯାହା ମ୍ୟାନ୍ ଅଫ୍ ୱାର୍ ନାଁ ରେ ମଧ୍ୟ ଜଣାଶୁଣା । ବେଲୁନ୍ ଆକୃତିର ଏହି ଜୀବଟି ସାଧାରଣତଃ ସମୁଦ୍ରକୂଳରେ ଦେଖିବାକୁ ମିଳିଥାଏ । ଏହା ଜେଲିଫିସ୍ର ଏକ ପ୍ରଜାତି ହୋଇଥିବାବେଳେ ଏହା ହେଉଛି ଏକ ମାରାତ୍ମକ ତଥା ବିଷାକ୍ତ ଜୀବ । ସାଧାରଣତଃ ଏମାନେ ପାଣିରେ ରୁହନ୍ତି, କିନ୍ତୁ ପାଣିରୁ ବାହାରକୁ ଆସିଲେ ମଧ୍ୟ ଏମାନେ ସପ୍ତାହ ଧରି ଆକଫିଭ୍ ରହିପାରନ୍ତି ଏବଂ କୌଣସି ବି ବ୍ୟକ୍ତିକୁ ଅକ୍ରମଣ କରିପାରନ୍ତି । ଏମାନଙ୍କ ଚର୍ମ ଏତେ ପତଳା ଯେ ଏଥିରେ ସବୁ ଜିନିଷ ଦେଖିହେବ । ତେବେ ଏହି ଜୀବର ବେଲୁନ ଭଳି ଦେଖାଯାଉଥିବା ଅଂଶଟି ହେଉଛି ଏହାର ବ୍ଲାଡର୍, ଯେଉଁଥିରେ ଗ୍ୟାସ୍ ଭରିହୋଇ ରହିଥାଏ । ତେଣୁ ଏମାନେ ଉଡିବାରେ ସକ୍ଷମ ହୋଇ ସୁଇମର୍ଙ୍କୁ ଆକ୍ରମଣ କରିଥାଆନ୍ତି । ଏମାନଙ୍କୁ ଛୁଇଁବା ଦ୍ୱାରା ତତ୍କ୍ଷଣାତ୍ ଏମାନେ ଚୋଟ ମାରିଥାଆନ୍ତି, ଯାହାଫଳରେ ଲୋକଙ୍କର ଅନେକ କ୍ଷତି ହେବା ସହିତ କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି ।




