ସିସି ଟିଭିକୁ ଚକମା ଦେଉଛି ସାର୍ଟ

ସିସି ଟିଭିକୁ ଚକମା ଦେଉଛି ସାର୍ଟ
Ipsita Picture
By: Ipsita
Published On

 

ଜର୍ମାନୀର ଜଣେ ଡିଜିଟାଲ୍ ଆର୍ଟିଷ୍ଟ ସାଇମନ୍ ୱେକର୍ଟ ଡିଜିଟାଲ୍ କ୍ୟାମୋଫ୍ଲାଜ୍ନାମକ ଏକ ସ୍ୱତନ୍ତ୍ର ସାର୍ଟ ତିଆରି କରିଛନ୍ତି, ଯାହା ସିସିଟିଭି କ୍ୟାମେରା ଏବଂ ଏଆଇକୁ ଚକମା ଦେବାରେ ସକ୍ଷମ ।  ମଣିଷ ଆଖିକୁ ଏହି ସାର୍ଟର ବିଭିନ୍ନ ରଙ୍ଗ ଓ ସେପ୍ ରଙ୍ଗବେରଙ୍ଗୀ ଦେଖାଯାଉଥିଲେ ହେଁ, ଏହାର ନିପୁଣ ଡିଜାଇନ୍ ମଣିଷର ମୁଣ୍ଡ, କାନ୍ଧ ଓ ଶରୀରର ଆକୃତିକୁ ଏଆଇ ସିଷ୍ଟମ୍ ନିକଟରେ ଅସ୍ପଷ୍ଟ କରିଦିଏ । ଫଳରେ ସିସିଟିଭି କ୍ୟାମେରା ଏହାକୁ ପିନ୍ଧିଥିବା ବ୍ୟକ୍ତିଙ୍କୁ ଜଣେ ମଣିଷ ଭାବେ ଚିହ୍ନଟ କରିପାରେ ନାହିଁ । ୱେକର୍ଟ ଅନ୍ୟ ଏକ ଏଆଇ ସାହାଯ୍ୟରେ ବିଭିନ୍ନ ପାର୍ଟନ ପରୀକ୍ଷା କରି ଏହାକୁ ନିର୍ମାଣ କରିବା ସହ ୟୋଲୋନାମକ ରିୟଲ୍-ଟାଇମ୍ ଏଆଇ ମଡେଲ୍ରେ ଏହାର ସଫଳ ପରୀକ୍ଷଣ କରିଛନ୍ତି । ତେବେ ୱେକର୍ଟଙ୍କ ଅନୁସାରେ, ଏଆଇକୁ ଲକ୍ଷ ଲକ୍ଷ ଫଟୋ ମାଧ୍ୟମରେ ମଣିଷର ଆକୃତି ଚିହ୍ନିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ । ଏହି ସାର୍ଟ ସେହି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିଲେ ସୁଦ୍ଧା, ଏହା ସବୁ ପ୍ରକାରର କ୍ୟାମେରାକୁ ଚକମା ଦେବା ପାଇଁ ତିଆରି ହୋଇନାହିଁ ।

Tags: