ସମୁଦ୍ର ଜଳରୁ ପାନୀୟ ଜଳ

ଆମେରିକା ଓ ଚୀନର ବୈଜ୍ଞାନିକମାନେ ମିଳିତ ଭାବେ ସମୁଦ୍ର ପାଣିକୁ ପାନୀୟ ଜଳରେ ପରିଣତ କରିବାର ସବୁଠାରୁ ଶସ୍ତା ଉପାୟ ବାହାର କରିଛନ୍ତି । ଏହି ମେସିନ୍‌ଟି ସୌର ଶକ୍ତିକୁ ବ୍ୟବହାର କରି ଘଣ୍ଟାକୁ ପ୍ରାୟ ୪ରୁ ୬ଲିଟର ସମୁଦ୍ର ପାଣିକୁ ପାନୀୟ ଜଳରେ ପରିବର୍ତ୍ତିନ କରିପାରିବ । ଏହା ଆଗକୁ ପାନୀୟ ଜଳ ସମସ୍ୟାକୁ କେତେକାଂଶରେ ସମାଧାନ କରିପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ସୂଚନା ଅନୁìସାରେ ପୃଥିବୀର ମାତ୍ର ୩ ପ୍ରତିଶତ ଜଳ […]

ସମୁଦ୍ର ଜଳରୁ ପାନୀୟ ଜଳ
Samaya Live Picture
Published On

ଆମେରିକା ଓ ଚୀନର ବୈଜ୍ଞାନିକମାନେ ମିଳିତ ଭାବେ ସମୁଦ୍ର ପାଣିକୁ ପାନୀୟ ଜଳରେ ପରିଣତ କରିବାର ସବୁଠାରୁ ଶସ୍ତା ଉପାୟ ବାହାର କରିଛନ୍ତି । ଏହି ମେସିନ୍‌ଟି ସୌର ଶକ୍ତିକୁ ବ୍ୟବହାର କରି ଘଣ୍ଟାକୁ ପ୍ରାୟ ୪ରୁ ୬ଲିଟର ସମୁଦ୍ର ପାଣିକୁ ପାନୀୟ ଜଳରେ ପରିବର୍ତ୍ତିନ କରିପାରିବ । ଏହା ଆଗକୁ ପାନୀୟ ଜଳ ସମସ୍ୟାକୁ କେତେକାଂଶରେ ସମାଧାନ କରିପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ସୂଚନା ଅନୁìସାରେ ପୃଥିବୀର ମାତ୍ର ୩ ପ୍ରତିଶତ ଜଳ ଫ୍ରେସ ଓ୍ୱାଟର ଯାହା ପାନୀୟ ଯୋଗ୍ୟ ବାକି ୯୭ ପ୍ରତିଶତ ଜଳ ପିଇବା ଯୋଗ୍ୟ ନୁହେଁ । ତେଣୁ ଏହି ପ୍ରକିୟା ବେଶ୍‌ ଉପକାରୀ ସାବସ୍ତ୍ୟ ହୋଇ ପାରିବ । ଏହି ପ୍ରକ୍ରିୟାର ଆଉ ଏକ ସକରାତ୍ମକତା ହେଲା ଏହା ଖୁବ ଅର୍ଥ ଖର୍ଚ୍ଚରେ କରାଯାଇପାରୁଛି । ତେଣୁ ଭବିଷ୍ୟତରେ ଏହାକୁ ଅନେକ ସ୍ଥାନରେ ବିନିଯୋଗ କରିହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି । ଏହା ବିଭିନ୍ନ ସମୁଦ୍ର କୂଳିଆ ଅଞ୍ଚଳ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହେବ ବୋଲି ସେମାନେ କହିଛନ୍ତି । ଏହାସହ ଏହି ମେସିନ୍‌ଟି ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ବିନା ଖରାପ ହୋଇ କାମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

Tags: