ସବୁଠାରୁ ବୟସ୍କ କୁକୁଡା
ସାଧାରଣତଃ ଗୋଟିଏ ଘରୋଇ କୁକୁଡାର ଜୀବନ କାଳ ୧୦ ବର୍ଷ ହୋଇଥାଏ, ହେଲେ ଟେକ୍ସସାସର ଏକ କୁକୁଡା ବର୍ତ୍ତମାନ ସବୁଠାରୁ ବୟସ୍କ ଘରୋଇ କୁକୁଡ଼ା ଭାବେ ରେକର୍ଡ କରିଛି । ଏହି କୁକୁଡାର ବୟସ ବର୍ତ୍ତମାନ ୧୪ ବର୍ଷରେ ପହଞ୍ଚିଛି । ଏହା ଭିତରେ ତାର ଅନେକଥର ଦେହ ଖରାପ ହେଲେ ମଧ୍ୟ ସେ ଏବେ ଯାଏଁ ବଞ୍ଚି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାଁକୁ ସାମିଲ କରିଛି । ୨୦୧୧ ମାର୍ଚ୍ଚ ୧୩ ତାରିଖରେ ଟେକ୍ସସାସ୍ରେ […]
ସାଧାରଣତଃ ଗୋଟିଏ ଘରୋଇ କୁକୁଡାର ଜୀବନ କାଳ ୧୦ ବର୍ଷ ହୋଇଥାଏ, ହେଲେ ଟେକ୍ସସାସର ଏକ କୁକୁଡା ବର୍ତ୍ତମାନ ସବୁଠାରୁ ବୟସ୍କ ଘରୋଇ କୁକୁଡ଼ା ଭାବେ ରେକର୍ଡ କରିଛି । ଏହି କୁକୁଡାର ବୟସ ବର୍ତ୍ତମାନ ୧୪ ବର୍ଷରେ ପହଞ୍ଚିଛି । ଏହା ଭିତରେ ତାର ଅନେକଥର ଦେହ ଖରାପ ହେଲେ ମଧ୍ୟ ସେ ଏବେ ଯାଏଁ ବଞ୍ଚି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାଁକୁ ସାମିଲ କରିଛି । ୨୦୧୧ ମାର୍ଚ୍ଚ ୧୩ ତାରିଖରେ ଟେକ୍ସସାସ୍ରେ ଏହି କୁକୁଡାଟି ଜନ୍ମ ହୋଇଥିଲା । ଏହି ରେକର୍ଡ କରିବାପରେ କୁକୁଡାର ମାଲିକ ଖୁବ ଖୁସି ଅଛନ୍ତି । ସେମାନେ ଏହି କୁକୁଡାଟିକୁ ଖୁବ ଭଲ ପାଇଥାଆନ୍ତି । କୁକୁଡାଟି ଅଧିକାଂଶ ସମୟ ନିଜ ମାଲିକଙ୍କ ସହିତ ବିତାଇଥାଏ ବୋଲି ତାର ମାଲିକ ପ୍ରକାଶ କରିଛନ୍ତି । ବର୍ତ୍ତମାନ କୁକୁଡାଟି ନିଜର ପରିଣତ ବୟସରେ ଥିବାରୁ ତାକୁ ଶାରିରୀକ ଅସୁସ୍ଥତାର ସାମନା କରିବାକୁ ପଡୁଛି ।




