ସବୁଠାରୁ ବଡ ସମସ୍ୟା ପ୍ଲାଷ୍ଟିକ୍
ଦୁନିଆରେ ପ୍ଲାଷ୍ଟିକ୍ର ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୪୩୦ ମିଲିଅନ ଟନରୁ ଅଧିକ ପ୍ଲାଷ୍ଟିକ ଉତ୍ପାଦନ ହୋଇଥାଏ । ସେଥିରୁ ପାଖାପାଖି ଦୁଇ ତୃତୀୟାଂଶ ପ୍ରଡକଫ ଖୁବ ଶୀଘ୍ର ଖରାପ ହୋଇଯାଇଥାଏ । ସେହିଭଳି ଏହି ରିପୋର୍ଟ ଅନୁସାରେ ପ୍ଲାଷ୍ଟିକ ପଲ୍ୟୁସନର ମୁଖ୍ୟ କାରଣ ହେଲା ମାଇକ୍ରୋପ୍ଲାଷ୍ଟିକ୍ । ଯାହା ପୃଥିବୀ ପାଇଁ ବହୁତ କ୍ଷତିକାରକ । ମାଇକ୍ରୋପ୍ଲାଷ୍ଟିକ ଆମର ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଯେପରି […]
ଦୁନିଆରେ ପ୍ଲାଷ୍ଟିକ୍ର ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ୪୩୦ ମିଲିଅନ ଟନରୁ ଅଧିକ ପ୍ଲାଷ୍ଟିକ ଉତ୍ପାଦନ ହୋଇଥାଏ । ସେଥିରୁ ପାଖାପାଖି ଦୁଇ ତୃତୀୟାଂଶ ପ୍ରଡକଫ ଖୁବ ଶୀଘ୍ର ଖରାପ ହୋଇଯାଇଥାଏ । ସେହିଭଳି ଏହି ରିପୋର୍ଟ ଅନୁସାରେ ପ୍ଲାଷ୍ଟିକ ପଲ୍ୟୁସନର ମୁଖ୍ୟ କାରଣ ହେଲା ମାଇକ୍ରୋପ୍ଲାଷ୍ଟିକ୍ । ଯାହା ପୃଥିବୀ ପାଇଁ ବହୁତ କ୍ଷତିକାରକ । ମାଇକ୍ରୋପ୍ଲାଷ୍ଟିକ ଆମର ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଯେପରି ପୋଷାକ, ସିଗାରେଟ୍, କସମେଟିକ୍ସ ଆଦିରେ ରହିଥାଏ । ତେଣୁ ଏହି ସମସ୍ତ ସାମଗ୍ରୀର ଲଗାତାର ବ୍ୟବହାର କାରଣରୁ ପ୍ଲାଷcିକର ସଂଖ୍ୟା ବଢିବାରେ ଲାଗିଛି ।ୟୁଏନ୍ଇପିର ସୂଚନା ଅନୁସାରେ ପ୍ରତିବର୍ଷ ବିଶ୍ୱରେ ୪୩୦ ମିଲିଅନ ପ୍ଲାଷ୍ଟିକ ଉତ୍ପାଦନ ହେଉଛି, ଯାହା ପୃଥିବୀ ବାସୀଙ୍କ ପାଇଁ କ୍ଷତିକାରକ । ଏହି ରିପୋର୍ଟ ଅନୁସାରେ ଏହି ମାଇକ୍ରୋ ପ୍ଲାଷ୍ଟିକର ବ୍ୟବହାର ମହିଳାଙ୍କ ପାଇଁ ବେଶି କ୍ଷତିକାରକ । ସେହିଭଳି ସମୁଦ୍ର କୂଳରେ ସବୁଠାରୁ ଅଧିକ ମାଇକ୍ରୋପ୍ଲାଷ୍ଟିକ ଭାବେ ସିଗାରେଟ୍ ଫିଲଫର ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଦୁନିଆରେ ୧୦୦ କୋଟି ଲୋକ ୬ଲକ୍ଷ ଲୋକ ସିଗାରେଟ୍ ପିଇଥାଆନ୍ତି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । କେବଳ ସିଗାରେଟ୍ ନୁହେଁ ସମୁଦ୍ରର ଭିତରେ ବିଭିନ୍ନ ପୋଷାକର ଅଂଶ ଯେପରି ପଲିଷ୍ଟର, ନାଇଲନ୍, ଏକ୍ରିଲିକ୍ ଆଦି ସାମିଲ ଅଛି । ଏହି ପୋଷାକକୁ ପାଣିରେ ଓଦା କରିବା ଦ୍ୱାରା ଏଥିରୁ ମାଇକ୍ରୋପ୍ଲାଷ୍ଟିକ୍ ବାହାରିଥାଏ । ତେଣୁ ଏହା ସମୁଦ୍ର ଭିତରେ ରହିବାଦ୍ୱାରା ଏଥିରୁ ଅଧିକରୁ ଅଧିକ ମାଇକ୍ରୋପ୍ଲାଷ୍ଟିକ ବାହାରିଥାଏ, ଯାହା ବର୍ତ୍ତମାନ ପୃଥିବୀବାସୀଙ୍କ ପାଇଁ ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି ।




