ଶୌଚାଳୟ ଭିତରେ ବୃକ୍ଷ ରୋପଣ

ଶୌଚାଳୟ ଭିତରେ ବୃକ୍ଷ ରୋପଣ
Ipsita Picture
By: Ipsita
Published On

 

ବିହାରର ନରେଶ ଅଗ୍ରୱାଲ ଘର ଛାତରେ ଶହ ଶହ ଗଛ ଲଗାଇ ଚର୍ଚ୍ଚାରେ ରହିଥିଲେ, ହେଲେ ନିକଟରେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଘରର ଛାତ କିମ୍ବା ଅଗଣା ନୁହେଁ ବରଂ ବାଥରୁମ୍ରେ ଗଛ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି । ଫ୍ଲଶ୍ ଟ୍ୟାଙ୍କରେ ସାଧାରଣତଃ ଜଳ ଜମି ରହୁଥିବାରୁ ସେଠାରେ ପାଣିରେ ବଢ଼ୁଥିବା ଗଛ ଲଗାଇବାର ଭାବନା ତାଙ୍କ ମନକୁ ଆସିଥିଲା । ଯାହା ଫ୍ଲଶ୍ରେ ନୂଆ ପାଣି ଭର୍ତ୍ତି ହେବା ଦ୍ୱାରା ନିୟମିତ ପୋଷଣ ପାଇ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ବାଥରୁମ୍ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ବାୟୁ ଶୋଧନ ପାଇଁ ସେ କାଚ ଓ ମାଟିର ଛୋଟ ଛୋଟ କୁଣ୍ଡ ମଧ୍ୟ ବ୍ୟବହାର କରିଛନ୍ତି। ତାଙ୍କର ଏହି ଚିନ୍ତାଧାରା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପିଲାଦିନରୁ ବୃକ୍ଷରୋପଣ ପ୍ରତି ଆଗ୍ରହୀ ଥିବା ନରେଶ ପ୍ରତିଦିନ ସକାଳ ୬ଟାରୁ ୯ଟା ପ୍ରାତଃ ଭ୍ରମଣ ସମୟରେ ରାସ୍ତାକଡ଼ରେ ଅତିକମରେ ଗୋଟିଏ ହେଲେ ବି ଚାରାରୋପଣ କରନ୍ତି ଏବଂ ଏପର୍ଯ୍ୟନ୍ତ ପାଟଣାର ବିଭିନ୍ନ ସ୍ଥାନରେ ସେ ପ୍ରାୟ ୧୫୦ଟି ଗଛ ଲଗାଇସାରିଛନ୍ତି। ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରଖିବାର ଯୋଜନା ସେ ରଖିଛନ୍ତି ।

Tags: