ଶୋଉନାହାନ୍ତି ଭାରତୀୟ

ଶୋଉନାହାନ୍ତି ଭାରତୀୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଟୁଉକୁ ମୂଷି

ଆଧୁନିକ ଜୀବନଶୈଳୀ, ବିଳମ୍ବିତ ରାତି ଯାଏଁ ସ୍କ୍ରିନ୍ ବ୍ୟବହାର ଏବଂ ବଢୁଥିବା ମାନସିକ ଚାପ ଯୋଗୁଁ ଭାରତରେ ନିଦ୍ରାହୀନତା ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭାହୋଇଛି । ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ପ୍ରାୟ ୪୫% ଭାରତୀୟ ଦୈନିକ ୬ ଘଣ୍ଟାରୁ କମ୍ ସମୟ ଶୋଉଥିବା ଜଣାପଡ଼ିଛି । ବିଶ୍ୱ ଜନସଂଖ୍ୟା ସମୀକ୍ଷା ଅନୁସାରେ ଭାରତୀୟମାନେ ହାରାହାରି ରାତି ୧୨ଟା ପରେ ଶୋଇବାକୁ ଯାଇଥାଆନ୍ତି । ସେଥିରୁ ୭୨% ଲୋକଙ୍କ ନିଦ ରାତିରେ ଶୌଚାଳୟ ଯିବା, ୪୨% ସକାଳର କାମ ଚାପ, ୨୩% ମଶା ଓ ବାହ୍ୟ ଶବ୍ଦ ଏବଂ ୧୯% ସ୍ଲିପ୍ ଆପ୍ନିଆ ଭଳି ରୋଗ କାରଣରୁ ଭାଙ୍ଗିଥାଏ । ତେଣୁ ଏହି ନିଦ କମ କାରଣରୁ ବିଭିନ୍ନ ରୋଗ ହେଉଥିବାନେଇ ସନ୍ଦେହ ପ୍ରକାଶ ପାଇଛି । ଯେଉଁକାରଣରୁ ବର୍ତ୍ତମାନ ଦେଶରେ 'ସ୍ଲିପ୍ ଟୁରିଜିମ୍'ର ନୂଆ କ୍ରେଜ୍ ବଢିବାରେ ଲାଗିଛି । ଏହି ସ୍ଲିପ ଟୁରିଜିମରେ  ରାଜସ୍ଥାନ, କେରଳ ଓ ଉତ୍ତରାଖଣ୍ଡ ଭଳି ସ୍ଥାନରେ ଲୋକମାନେ କେବଳ ଶାନ୍ତିରେ ଶୋଇବା ପାଇଁ ୱେଲନେସ୍ ରିଟ୍ରିଟ୍କୁ ଯାଉଛନ୍ତି। ବିଶେଷଜ୍ଞଙ୍କ ମତରେ ରାତି ୨ଟାରୁ ସକାଳ ପ୍ରାୟ ୬ଟା ପର୍ଯ୍ୟନ୍ତ ସମୟ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଏକ ସକାରାତ୍ମକ ପରିବେଶ, ହାଲୁକା ରାତ୍ରି ଭୋଜନ ଏବଂ ନିୟମିତ ବ୍ୟାୟାମ ଦ୍ୱାରା ନିଦର ଗୁଣବତ୍ତାକୁ ଭଲ କରାଯାଇପାରିବ, ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର ପାଉଁଶ ସୁପ

Tags: