ଶୁଖିଲା ନଡିଆକୁ ନାହିଁ ଟ୍ରେନ୍ ଯାତ୍ରାର ଅନୁମତି
ଭାରତୀୟଙ୍କ ଜୀବନରେ ଟ୍ରେନ୍ର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ପ୍ରତିଦିନ ଦୂର ହେଉ କି ପାଖ ଅନେକ ଲୋକ ଯିବା ଆସିବା କରିଥାଆନ୍ତି । ପ୍ରତିଦିନ କିଏ ଚାକିରି ପାଇଁ ହେଉ କି ବ୍ୟବସାୟ ପାଇଁ ହେଉ ଟ୍ରେନ୍ ଯୋଗେ ବିଭିନ୍ନସ୍ଥାନକୁ ଯିବା ଆସିବା କରିଥାଆନ୍ତି । ତେବେ ଟ୍ରେନ୍ରେ ଅନେକ ସାମଗ୍ରୀ ନନେବା ପାଇଁ ନିୟମ ରହିଛି, ଯେପରି ଗ୍ୟାସ୍ ସିଲିଣ୍ଡର, ନିଆଁ ଲାଗୁଥିବା କେମିକାଲ, ବିସ୍ପୋରକ ସାମଗ୍ରୀ ଆଦି ନେଇ ପାରିବନି […]
ଭାରତୀୟଙ୍କ ଜୀବନରେ ଟ୍ରେନ୍ର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ପ୍ରତିଦିନ ଦୂର ହେଉ କି ପାଖ ଅନେକ ଲୋକ ଯିବା ଆସିବା କରିଥାଆନ୍ତି । ପ୍ରତିଦିନ କିଏ ଚାକିରି ପାଇଁ ହେଉ କି ବ୍ୟବସାୟ ପାଇଁ ହେଉ ଟ୍ରେନ୍ ଯୋଗେ ବିଭିନ୍ନସ୍ଥାନକୁ ଯିବା ଆସିବା କରିଥାଆନ୍ତି । ତେବେ ଟ୍ରେନ୍ରେ ଅନେକ ସାମଗ୍ରୀ ନନେବା ପାଇଁ ନିୟମ ରହିଛି, ଯେପରି ଗ୍ୟାସ୍ ସିଲିଣ୍ଡର, ନିଆଁ ଲାଗୁଥିବା କେମିକାଲ, ବିସ୍ପୋରକ ସାମଗ୍ରୀ ଆଦି ନେଇ ପାରିବନି । ତେବେ ଏଭଳି ଏକ ଫଳ ରହିଛି ଯାହାକୁ ଆମେ ଟ୍ରେନ୍ରେ ନେଇ ପାରିବା ନାହିଁ, ଏହି ଫଳଟିକୁ ଆମେ ଦୈନନ୍ଦିନ ଜୀବନରେ ଖୁବ ବ୍ୟବହାର କରିଥାଉ । ଟ୍ରେନ୍ରେ ଯାତ୍ରୀମାନେ ଶୁଖିଲା ନଡିଆ ନନେବାର ନିୟମ ରହିଛି । ନଡିଆର କତାରେ ଖୁବ ଶୀଘ୍ର ନିଆଁ ଲାଗୁଥିବାରୁ ଏହାକୁ ଟ୍ରେନ୍ରେ ନେବା ପାଇଁ ମନା କରାଯାଇଛି । ଯଦି କୌଣସି ବ୍ୟକ୍ତି ନଡିଆ ନେବାବେଳେ ଧରା ପଡନ୍ତି ତେବେ ତାଙ୍କୁ ଦଣ୍ଡ ମିଳିପାରେ ବୋଲି ସୂଚନା ରହିଛି । ସେହିଭଳି କିଛି ପଶୁ ମଧ୍ୟ ରହିଛନ୍ତି ଯାହାଙ୍କୁ ଟ୍ରେନ୍ରେ ନେବାପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକ ପଡିଥାଏ ।




