ଶୁଆ ପାଇଁ କସରତ
ସୋସିଆଲ ମିଡିଆରେ ଏକ ଅଜବ ଘଟଣା ଚର୍ଚ୍ଚାକୁ ଆସିଛି । ଏକ ଶୁଆକୁ ଗଛରୁ ଓହ୍ଲାଇବାକୁ ଅନେକ କସରତ କରିବାକୁ ପଡିଛି । ସୂଚନା ଅନୁସାରେ ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ପୋଷା ଶୁଆକୁ ଗଛରୁ ଓହ୍ଲାଇବା ପାଇଁ ଦମକଳ ବାହିନୀକୁ ଡକାଯାଇଥିଲା । ଓବିସି ବଏଜ୍ ହଷ୍ଟେଲ ନିକଟରେ ଥିବା ଏକ ଉଚ୍ଚ ଗଛରେ ଶୁଆଟି ବହୁ ସମୟ ଧରି ବସି ରହିଥିଲା ଏବଂ ତଳକୁ ଓହ୍ଲାଉ ନଥିଲା । ଶେଷରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦମକଳ କର୍ମଚାରୀମାନେ ପାଇପ୍ ସାହାଯ୍ୟରେ ଗଛ ଉପରକୁ କ୍ରମାଗତ ଭାବେ ପାଣି ମାଡ଼ କରିବା ପରେ ଶୁଆଟି ତଳକୁ ଓହ୍ଲାଇଥିଲା । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆ ସହିତ ସ୍ଥାନୀୟ ଅଞ୍ଚଳରେ ଏବେ ସମାଲୋଚନା ଆରମ୍ଭ ହୋଇଛି । ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଜଳାଭାବ ଦେଖାଦେଇଥିବା ବେଳେ ଏକ ସାମାନ୍ୟ କାମ ପାଇଁ ହଜାର ହଜାର ଲିଟର ପାଣି ନଷ୍ଟ କରାଯିବା ଏବଂ ଜରୁରୀକାଳୀନ ସେବାର ଅପବ୍ୟବହାରକୁ ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି ।
Tags:



