ଶୁଆର ସମୁଦ୍ର ବୁଲା

ଶୁଆର ସମୁଦ୍ର ବୁଲା
Ipsita Picture
By: Ipsita
Published On

 

ନର୍ଥ ଆମେରିକାର ବାହାମାସରେ ଜଣେ ବ୍ୟକ୍ତି ନିଜ ପୋଷା ଶୁଆକୁ ସମୁଦ୍ରର ଅନ୍ତରୀଣ ଦୁନିଆ ଦେଖାଇବା ପାଇଁ ଏକ ଅଦ୍ଭୁତ ଉଦ୍ଭାବନ କରି ଚର୍ଚ୍ଚାରେ ଅଛନ୍ତି । ସେ ନିଜ ହାତରେ ଏକ ଟ୍ରାନ୍ସପେରେଣ୍ଟ କଣ୍ଟେନର ସାହାଯ୍ୟରେ ଏକ କ୍ଷୁଦ୍ର ପନଡୁବ୍ବି ବା ସବ୍ମେରିନ୍ ତିଆରି କରିଛନ୍ତି । ଯାହା ମଧ୍ୟରେ ଶୁଆଟି ଆରାମରେ ବସି ସମୁଦ୍ର ଭିତରର ଦୃଶ୍ୟ ଉପଭୋଗ କରିପାରୁଛି । ପକ୍ଷୀର ସୁରକ୍ଷା ପାଇଁ ଏହି ସବମରିନରେ ଏୟାର ପାଇପ୍, ସ୍ୱତନ୍ତ୍ର ଭାଲ୍ଭ ଏବଂ ଅକ୍ସିଜେନ ସିଷ୍ଟମ ଲଗାଯାଇଛି, ଯାହାଫଳରେ ଭିତରେ ପକ୍ଷୀଟିର କୌଣସି ସମସ୍ୟା ହେବ ନାହିଁ । ସମୁଦ୍ରକୁ ନେବା ପୂର୍ବରୁ ଏହି ଯନ୍ତ୍ରକୁ ଘରେ ଭଲଭାବେ ଟେଷ୍ଟ କରାଯାଇଥିବା ଜଣା ପଡିଛି । ଏହାପରେ ବାହାମାସର ଶାନ୍ତ ସମୁଦ୍ର ଜଳରେ ଏହାକୁ ବୁଡ଼ାଯାଇଥିଲା । ଉକ୍ତ ବ୍ୟକ୍ତିଙ୍କର ଏଭଳି ନିଆରା ଭଲପାଇବା ଏବଂ ତାଙ୍କର ଏହି କ୍ଷୁଦ୍ର ଉଦ୍ଭାବନ ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସୋସିଆଲ ମିଡିଆରେ ଉଭୟ ମାଲିକ ଓ ଶୁଆ ଷ୍ଟାର ପାଲଟିଛନ୍ତି ।

Tags: