ଶିଳ୍ପ ଆବର୍ଜନା ପାଲଟୁଛି ପଥର
ଆବର୍ଜନା କାରଣରୁ ପୃଥିବୀର ସବୁଠାରୁ ଅଧିକ କ୍ଷତି ଘଟୁଛି । ପ୍ରଦୂଷଣର ପ୍ରଥମ କାରଣର ସାଜିଛି ବିଭିନ୍ନ ପ୍ରକାର ଆବର୍ଜନା । ବର୍ତ୍ତମାନ ଆମ ଆଖପାଖ ଏପରିକି ମହାକାଶରେ ମଧ୍ୟ ଆବର୍ଜନା ଯମୁଛି, ଯାହା ଚିନ୍ତାର କାରଣ ପାଲଟିଛି । ତେବେ ମିଳିଥିବା ସୂଚନା ଅନୁସାରେ ଶିଳ୍ପ ଅଞ୍ଚଳରୁ ବାହାରୁଥିବା ଆବର୍ଜନା ପଥରରେ ପରିଣତ ହେଉଛି, ତାହାପୁଣି ୩୫ ବର୍ଷ ଭିତରେ । ଷ୍ଟିଲ୍ ତିଆରି କାରଖାନାରୁ ବାହାରୁଥିବା ଆବର୍ଜନା ସ୍ଲାଗ୍ ଯେଉଁଥିରେ ଅକ୍ସିଡାଇଜï କ୍ୟାଲସିଅମ, ଆଇରନ, […]
ଆବର୍ଜନା କାରଣରୁ ପୃଥିବୀର ସବୁଠାରୁ ଅଧିକ କ୍ଷତି ଘଟୁଛି । ପ୍ରଦୂଷଣର ପ୍ରଥମ କାରଣର ସାଜିଛି ବିଭିନ୍ନ ପ୍ରକାର ଆବର୍ଜନା । ବର୍ତ୍ତମାନ ଆମ ଆଖପାଖ ଏପରିକି ମହାକାଶରେ ମଧ୍ୟ ଆବର୍ଜନା ଯମୁଛି, ଯାହା ଚିନ୍ତାର କାରଣ ପାଲଟିଛି । ତେବେ ମିଳିଥିବା ସୂଚନା ଅନୁସାରେ ଶିଳ୍ପ ଅଞ୍ଚଳରୁ ବାହାରୁଥିବା ଆବର୍ଜନା ପଥରରେ ପରିଣତ ହେଉଛି, ତାହାପୁଣି ୩୫ ବର୍ଷ ଭିତରେ । ଷ୍ଟିଲ୍ ତିଆରି କାରଖାନାରୁ ବାହାରୁଥିବା ଆବର୍ଜନା ସ୍ଲାଗ୍ ଯେଉଁଥିରେ ଅକ୍ସିଡାଇଜï କ୍ୟାଲସିଅମ, ଆଇରନ, ସିଲିକନ୍ ଓ ମ୍ୟାଗ୍ନେସିଅମ ରହିଥାଏ । ଏହି ଆବର୍ଜନା ଗୁଡିକ ପରିବର୍ତ୍ତିତ ହୋଇ ପଥରରେ ପରିଣତ ହେଉଥିବା ଜଣା ପଡିଛି । ତେବେ ପୂର୍ବରୁ ଏହି ପ୍ରକ୍ରିୟାକୁ ଅନେକ ବର୍ଷ ଲାଗୁଥିଲା ହେଲେ ବର୍ତ୍ତମାନ ଏହା ମାତ୍ର ୩୫ ବର୍ଷରେ ପରିଣତ ହେଉଛି, ଯାହା ଚିନ୍ତାର କାରଣ ପାଲଟିଛି । ତେଣୁ ବର୍ତ୍ତମାନ ଆମକୁ ଆବର୍ଜନାକୁ ନେଇ କିଛି ବଡ ପଦକ୍ଷେପ ନେବାର ଆବଶ୍ୟକତା ରହିଛିବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।




