ଶିକ୍ଷାଗତ ଚାପ

ଶିକ୍ଷାଗତ ଚାପ
Ipsita Picture
By: Ipsita
Published On

 

ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହା କେବଳ ପାଠପଢ଼ାକୁ ପ୍ରଭାବିତ କରେ ନାହିଁ, ବରଂ ଜଣେ ପିଲାଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଶିକ୍ଷାଗତ ଚାପ ହେଉଛି ଏକ ମାନସିକ ଅବସ୍ଥା, ଯେଉଁଥିରେ ଜଣେ ଛାତ୍ର ବା ଛାତ୍ରୀ ନିଜର ପାଠପଢ଼ା, ପରୀକ୍ଷା ଫଳାଫଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତ୍ୟଧିକ ଚାପ ଅନୁଭବ କରନ୍ତି। ଯେତେବେଳେ ଜଣେ ଶିକ୍ଷାର୍ଥୀ ପାଖରେ ଥିବା  ଦକ୍ଷତା ଅପେକ୍ଷା ଶିକ୍ଷାଗତ ଚାହିଦା ଅଧିକ ହୋଇଥାଏ, ସେତେବେଳେ ସେ ଏହି ଚାପର ଶିକାର ହୁଅନ୍ତି।

କାରଣ

ପରୀକ୍ଷା ଭୟ _ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ପିଲାମାନେ ଅତ୍ୟଧିକ ଚିନ୍ତିତ ରୁହନ୍ତି।

ଅଭିଭାବକଙ୍କ ଚାପ _ ଅନେକ ସମୟରେ ପିତାମାତା ନିଜ ପିଲାଙ୍କ ଠାରୁ ଅତ୍ୟଧିକ ଆଶା ରଖନ୍ତି, ଯାହା ପିଲାଙ୍କ ମନରେ ଭୟ ସୃଷ୍ଟି କରେ।

ସମୟ ପରିଚାଳନାର ଅଭାବ _ ପାଠପଢ଼ା ପାଇଁ ସଠିକ୍ ରୁଟିନ୍ ନଥିଲେ ଶେଷ ମୁହୂର୍ତ୍ତରେ ଅଧିକ ପାଠ୍ୟକ୍ରମକୁ ଶେଷ କରିବା ଚାପଜନକ ହୋଇଥାଏ।

ସାଙ୍ଗସାଥୀଙ୍କ ସହ ତୁଳନା _  ଅନ୍ୟ ପିଲାମାନଙ୍କ ସହ ନିଜକୁ ତୁଳନା କରିବା ଦ୍ୱାରା ହୀନମନ୍ୟତା ଓ ଚାପ ସୃଷ୍ଟି ହୁଏ।

କ୍ୟାରିୟର ସମ୍ବନ୍ଧୀୟ ଚିନ୍ତା _ ଭବିଷ୍ୟତରେ ଏକ ଭଲ ଚାକିରି ପାଇବା ପାଇଁ ଥିବା ପ୍ରତିଯୋଗିତା ପିଲାଙ୍କୁ ଅସ୍ଥିର କରିଦିଏ।

ପ୍ରଭାବ

ଏହି ଚାପ ଛାତ୍ରଛାତ୍ରୀଙ୍କ ଜୀବନଶୈଳୀକୁ ବିଭିନ୍ନ ଉପାୟରେ ନକାରାତ୍ମକ ଭାବେ ପ୍ରଭାବିତ କରେ । ଅତ୍ୟଧିକ ଚାପ ଯୋଗୁଁ ପିଲାମାନେ ଆଙ୍ଗଜାଇଟି, ଅବସାଦ ଏବଂ ମାନସିକ ଅସ୍ଥିରତାର ଶିକାର ହୁଅନ୍ତି। ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ଭୋକ ନଲାଗିବା ଏବଂ ଶରୀରରେ ଦୁର୍ବଳତା ଅନୁଭବ ହେବା। ଚାପ ଯୋଗୁଁ ଏକାଗ୍ରତା କମିଯାଏ, ଫଳରେ ମନେ ରଖିବା ଶକ୍ତି ହ୍ରାସ ପାଏ ଏବଂ ଶିକ୍ଷାର୍ଥୀଙ୍କ ପ୍ରଦର୍ଶନ ଖରାପ ହୁଏ। ଏହାସହିତ କ୍ରୋଧିତ ହେବା, ସାମାଜିକ ଦୂରତା ବଜାୟ ରଖିବା କିମ୍ବା ପାଠପଢ଼ା ପ୍ରତି ବିତୃଷ୍ଣା ଭାବ ଆସିବାଭଳି ପ୍ରଭାବ ପିଲାଙ୍କ ଉପରେ ଦେଖିବାକୁ ମିଳିଥାଏ ।

ପ୍ରତିରୋଧ

  • _ ପାଠପଢ଼ା ପାଇଁ ଏକ ବାସ୍ତବବାଦୀ ସମୟ ସାରଣୀ ବା ଟାଇମ୍ ଟେବୁଲ ପ୍ରସ୍ତୁତ କରନ୍ତୁ ଏବଂ ସେଥିରେ ବିଶ୍ରାମ ପାଇଁ ସମୟ ରଖନ୍ତୁ।
  • _  ବ୍ୟାୟାମ ଏବଂ ପ୍ରାଣାୟାମ ମନକୁ ଶାନ୍ତ ରଖିବାରେ ଏବଂ ଚାପ କମାଇବାରେ ସାହାଯ୍ୟ କରେ।
  • _ ଦିନକୁ ଅତିକମରେ ୭ ରୁ ୮ ଘଣ୍ଟା ଶୋଇବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ମସ୍ତିଷ୍କ ସତେଜ ରହେ।
  • _ ଅନ୍ୟଙ୍କ ସହ ତୁଳନା ନକରି ନିଜର ଦକ୍ଷତା ଉପରେ ବିଶ୍ୱାସ ରଖନ୍ତୁ। ସଫଳତା ପାଇଁ ଧୈର୍ଯ୍ୟ ଧରନ୍ତୁ
Tags: