ଶାଢିରେ ଜାକେଟ୍
ଶାଢି ଆମ ଭାରତୀୟଙ୍କ ପାରମ୍ପରିକ ପରିଧାନ । ତେବେ ବର୍ତ୍ତମାନ ଏହାକୁ ୱେଷ୍ଟର୍ଣ୍ଣ ଟଚ୍ ଦେଇ ପିନ୍ଧିବାକୁ ଯୁବପିଢିମାନେ ପସନ୍ଦ କରୁଛନ୍ତି । ସେହି ତାଲିକାରେ ରହିଛି ଜାକେଟ୍, ଯାହାକୁ ଶାଢି ସହିତ ପେୟାର କରି ଏକ ଇଣ୍ଡୋଫ୍ୟୁଜନ ଲୁକ କ୍ରିଏଟ କରିହେବ । ଫ୍ଲୋର ଲେନ୍ଥ ଜାକେଟ୍ କେପ୍ ଷ୍ଟାଇଲ ଫ୍ଲୋର ଲେନ୍ଥ ଜାକେଟ୍କୁ ଶାଢି ସହିତ ପେୟାର କରିବା ଦ୍ବାରା ଏକ ଖୁବ ସୁନ୍ଦର ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକ କ୍ରିଏଟ ହୋଇଥାଏ । ଏହା […]
ଶାଢି ଆମ ଭାରତୀୟଙ୍କ ପାରମ୍ପରିକ ପରିଧାନ । ତେବେ ବର୍ତ୍ତମାନ ଏହାକୁ ୱେଷ୍ଟର୍ଣ୍ଣ ଟଚ୍ ଦେଇ ପିନ୍ଧିବାକୁ ଯୁବପିଢିମାନେ ପସନ୍ଦ କରୁଛନ୍ତି । ସେହି ତାଲିକାରେ ରହିଛି ଜାକେଟ୍, ଯାହାକୁ ଶାଢି ସହିତ ପେୟାର କରି ଏକ ଇଣ୍ଡୋଫ୍ୟୁଜନ ଲୁକ କ୍ରିଏଟ କରିହେବ ।
ଫ୍ଲୋର ଲେନ୍ଥ ଜାକେଟ୍
କେପ୍ ଷ୍ଟାଇଲ ଫ୍ଲୋର ଲେନ୍ଥ ଜାକେଟ୍କୁ ଶାଢି ସହିତ ପେୟାର କରିବା ଦ୍ବାରା ଏକ ଖୁବ ସୁନ୍ଦର ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକ କ୍ରିଏଟ ହୋଇଥାଏ । ଏହା ଏକ ପ୍ଲେନ୍ ସିମ୍ପଲ ପାଷ୍ଟେଲ ଶାଢିକୁ ବି ଖୁବ ସୁନ୍ଦର ଷ୍ଟାଇଲ କରିଥାଏ । ଏହା ଶାଢିରେ ଏକ ଏକ୍ସଷ୍ଟ୍ରା ଲେୟାର ଆଡ କରିଥାଏ, ଯାହା ଖୁବ ସୁନ୍ଦର ହୋଇଥାଏ ।

ଷ୍ଟେଟମେଣ୍ଟ ଜାକେଟ
ଏହା ସମସ୍ତଙ୍କର ପସନ୍ଦ ହୋଇଥାଏ । ଏହାର ରଙ୍ଗ ଓ ଡିଜାଇନ ଖୁବ ସୁନ୍ଦର ହୋଇଥାଏ, ଯାହା ପ୍ଲେନ୍ ଶାଢି ସହିତ ଖୁବ ଯମିଥାଏ । ଏହି ଜାକେଟ୍ ଆପଣଙ୍କୁ ଏକ ଏଲିଗାଣ୍ଟ ଲୁକ୍ କ୍ରିଏଟ କରିବାରେ ସହାୟକ ହୋଇଥାଏ ।
ଭେଲବେଟ୍ ଜାକେଟ୍
ଭେଲବେଟ୍ ଫ୍ୟାଶନ ସବୁବେଳେ ଟ୍ରେଣ୍ଡରେ ରହିଥାଏ । ଭେଲବେଟ୍ ଫ୍ୟାଶନରେ ସବୁବେଳେ ଜାକେଟରେ ଖୁବ ଭଲ ଡିଜାଇନ ରହିଥାଏ । ଯାହା ବିଶେଷଭାବେ ବ୍ରାଇଡାଲ ଆଉଟଫିଟ୍ ସହିତ ଖୁବ ଭଲ ମ୍ୟାଚ୍ ହୋଇଥାଏ । ଡିନର ପାର୍ଟି ପାଇଁ ଏହା ଖୁବ ଭଲ ଅପସନ ହୋଇଥାଏ । ପ୍ଲେନ୍ ଶାଢି ସହିତ ଏହି ହେବି ଜାକେଟ୍ ଖୁବ ଭଲ ମ୍ୟାଚ୍ ହେବ ।

ସର୍ଟ ଜାକେଟ୍
ଷ୍ଟେଟମେଣ୍ଟ ବ୍ଲାଉଜ ସହିତ ସର୍ଟ ଜାକେଟ୍ ପେୟାର କଲେ ଖୁବ ଭଲ ମାନିଥାଏ । ଲାଇଟ୍ କଲର ଶାଢି ଓ ଷ୍ଟେଟମେଣ୍ଟ ବ୍ଲାଉଜ ସହିତ ଏକ ହେଭି ସର୍ଟ ଜାକେଟ ଖୁବ ଭଲ ଲୁକ କ୍ରିଏଟ କରିଥାଏ ।

ଲେହେଙ୍ଗା ଶାଢି ଓ ଜାକେଟ୍
ଲେହେଙ୍ଗା ଶାଢି ସହିତ ଜାକେଟ୍ ଖୁବ ଭଲ ଲାଗିଥାଏ । ଏହି ଷ୍ଟାଇଲକୁ ସେଲିବ୍ରିଟିମାନେ ମଧ୍ୟ କ୍ୟାରୀ କରୁଥିବାର ଦେଖିବାକୁ ମିଳିଥାଏ । ବାହାଘରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଷ୍ଟାଇଲକୁ କ୍ୟାରୀ କରନ୍ତୁ ଖୁବ ଭଲ ଏଲିଗାଣ୍ଟ ଲୁକ କ୍ରିଏଟ ହେବ । ଏହାକୁ କଳା ରଙ୍ଗର ଚୟନ କଲେ ଆପଣ ଏକ ବସି ଲୁକ ପାଇ ପାରିବେ ।




