ଲାହୋରୀ କଡାଇ ଚିକେନ

ସାମଗ୍ରୀ – ୫୦୦ ଗ୍ରାମ ଚିକେନ୍‌, ଗୋଟିଏ ବଡ ପିଆଜ କଟା, କଞ୍ଚା ଲଙ୍କା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଏକ ଚାମଚ ଜୀରା,ହଳଦୀ, ଏକ ଚାମଚ ଗରମ ମସଲା, ଅଳ୍ପ ଦହି, ଧନିଆ ପତ୍ର କଟା, କସୁରୀ ମେଥି । ପ୍ରଣାଳୀ- ପ୍ରଥମେ ଜୀରା ପକାଇ ଏଥିରେ ପିଆଜ ପକାଇ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ, ଟମାଟୋ, କଞ୍ଚା ଲଙ୍କା ପକାଇ ଟମାଟୋ ନରମ ହେବା ଯାଏଁ […]

ଲାହୋରୀ କଡାଇ ଚିକେନ
Samaya Live Picture
Published On

ସାମଗ୍ରୀ – ୫୦୦ ଗ୍ରାମ ଚିକେନ୍‌, ଗୋଟିଏ ବଡ ପିଆଜ କଟା, କଞ୍ଚା ଲଙ୍କା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଏକ ଚାମଚ ଜୀରା,ହଳଦୀ, ଏକ ଚାମଚ ଗରମ ମସଲା, ଅଳ୍ପ ଦହି, ଧନିଆ ପତ୍ର କଟା, କସୁରୀ ମେଥି ।
ପ୍ରଣାଳୀ- ପ୍ରଥମେ ଜୀରା ପକାଇ ଏଥିରେ ପିଆଜ ପକାଇ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ, ଟମାଟୋ, କଞ୍ଚା ଲଙ୍କା ପକାଇ ଟମାଟୋ ନରମ ହେବା ଯାଏଁ ଭାଜନ୍ତୁ । ଏହାପରେ ସମସ୍ତ ଗୁଣ୍ଡ ମସଲା ପକାଇ ଗୋଳାନ୍ତୁ । ଏହାପରେ ଏଥିରେ ଲୁଣ ହଳଦୀ ପକାଇ ମାରିନେଟ୍‌ କରାଯାଇଥିବା ଚିକେନ୍‌କୁ ପକାନ୍ତୁ । ଏହାପରେ ଚିକେନ୍‌ ରାନ୍ଧି ହେବା ଯାଏଁ ଭାଜନ୍ତୁ । ଚିକେନ୍‌ ସିଝିବା ପରେ ଏଥିରେ କସୁରୀ ମେଥୀ, ଗରମ ମସଲା ଓ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଲାହୋରୀ କଢାଇ ଚିକେନ୍‌ ।

Tags: