ଲାଭ ଦାୟକ ସକାଳୁ ଉଠିବା

ପିଲାଦିନୁ ସମସ୍ତଙ୍କୁ ଶିଖାଯାଉଥିବା ଭଲ ଅଭ୍ୟାସ ମଧ୍ୟରେ ଗୋଟିଏ ହେଲା ସକାଳୁ ଉଠିବା । ଏହା ପ୍ରାୟ ସମସ୍ତଙ୍କୁ ଶିଖାଯାଇଥାଏ । ଏହାର ଖୁବ ସକରାତ୍ମକ ପ୍ରଭାବ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ରହିଛି । ସକାଳୁ ସମସ୍ତଙ୍କର ମସ୍ତିଷ୍କ ଖୁବ ଆକଫିଭ ରହିଥାଏ । ସକାଳୁ ଉଠିବା ଫଳରେ ଅଧିକ ସକରାତ୍ମକ ଭାବନା ଆମ ମସ୍ତିଷ୍କକୁ ଆସିଥାଏ । ସେହିଭଳି ସକାଳୁ ଉଠିଲେ ପ୍ରତିଦିନ ଆମକୁ କିଛି କିଛି ଅଧିକ ସମୟ ମିଳିଥାଏ, ଯାହାକୁ […]

ଲାଭ ଦାୟକ ସକାଳୁ ଉଠିବା
Samaya Live Picture
Published On

ପିଲାଦିନୁ ସମସ୍ତଙ୍କୁ ଶିଖାଯାଉଥିବା ଭଲ ଅଭ୍ୟାସ ମଧ୍ୟରେ ଗୋଟିଏ ହେଲା ସକାଳୁ ଉଠିବା । ଏହା ପ୍ରାୟ ସମସ୍ତଙ୍କୁ ଶିଖାଯାଇଥାଏ । ଏହାର ଖୁବ ସକରାତ୍ମକ ପ୍ରଭାବ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ରହିଛି । ସକାଳୁ ସମସ୍ତଙ୍କର ମସ୍ତିଷ୍କ ଖୁବ ଆକଫିଭ ରହିଥାଏ । ସକାଳୁ ଉଠିବା ଫଳରେ ଅଧିକ ସକରାତ୍ମକ ଭାବନା ଆମ ମସ୍ତିଷ୍କକୁ ଆସିଥାଏ । ସେହିଭଳି ସକାଳୁ ଉଠିଲେ ପ୍ରତିଦିନ ଆମକୁ କିଛି କିଛି ଅଧିକ ସମୟ ମିଳିଥାଏ, ଯାହାକୁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲଗାଇ ପାରିବା । ଭାରତରେ କାହିଁ କେଉଁ କାଳରୁ ବ୍ରାହ୍ମ ମୂହୂର୍ତ୍ତରେ ଉଠିବାର ଅଭ୍ୟାସ ଅନୁକରଣ କରାଯାଇଥାଏ । ତେଣୁ ସକାଳୁ ଉଠିବା ଆମ ମାନଙ୍କ ପାଇଁ ଖୁବ ଲାଭ ଦାୟକ । ସକାଳୁ ଉଠି ପ୍ରାତଃ ଭ୍ରମଣ ହେଉ କିମ୍ବା ବ୍ୟାୟାମ ହେଉ କରିବା ଫଳରେ ଆମର ସ୍ୱାସ୍ଥ୍ୟ ଭଲ ରହିବ ।

Tags: