ରୋବୋଟ ହୋଇପାରିବ ଗର୍ଭବତୀ !

ରୋବୋଟକୁ ନେଇ ବିଭିନ୍ନ ସମୟରେ କିଛିକିଛି ନିଆରା ତଥ୍ୟ ସାମନାକୁ ଆସୁଛି । ଏହି ତାଲିକାରେ ନିକଟରେ ଯୋଡି ହୋଇଛି ଏକ ବିରଳ ନୂଆ ତଥ୍ୟ । ସୂଚନା ଅନୁସାରେ ଖୁବ ଶୀଘ୍ର ରୋବୋଟ ମଧ୍ୟ ଗର୍ଭବତୀ ହୋଇପାରିବ ବୋଲି ଚୀନ ଦାବି କରିଛି । ଚୀନର ବୈଜ୍ଞାନିକଙ୍କ ଦାବି ଅନୁସାରେ ଖୁବଶୀଘ୍ର ପ୍ରଥମ ହ୍ୟୁମାନଏଡ ରୋବଟ ସରୋଗେସି ପ୍ରକ୍ରିୟା ସହାୟତାରେ ଏକ ଜୀବନ୍ତ ଛୁଆକୁ ଜନ୍ମ ଦେବ । ବୈଜ୍ଞାନିକଙ୍କ ଦାବି ଅନୁସାରେ ଏକ ମନୃଷ୍ୟକୃତ […]

ରୋବୋଟ ହୋଇପାରିବ ଗର୍ଭବତୀ !
Samaya Live Picture
Published On

ରୋବୋଟକୁ ନେଇ ବିଭିନ୍ନ ସମୟରେ କିଛିକିଛି ନିଆରା ତଥ୍ୟ ସାମନାକୁ ଆସୁଛି । ଏହି ତାଲିକାରେ ନିକଟରେ ଯୋଡି ହୋଇଛି ଏକ ବିରଳ ନୂଆ ତଥ୍ୟ । ସୂଚନା ଅନୁସାରେ ଖୁବ ଶୀଘ୍ର ରୋବୋଟ ମଧ୍ୟ ଗର୍ଭବତୀ ହୋଇପାରିବ ବୋଲି ଚୀନ ଦାବି କରିଛି । ଚୀନର ବୈଜ୍ଞାନିକଙ୍କ ଦାବି ଅନୁସାରେ ଖୁବଶୀଘ୍ର ପ୍ରଥମ ହ୍ୟୁମାନଏଡ ରୋବଟ ସରୋଗେସି ପ୍ରକ୍ରିୟା ସହାୟତାରେ ଏକ ଜୀବନ୍ତ ଛୁଆକୁ ଜନ୍ମ ଦେବ । ବୈଜ୍ଞାନିକଙ୍କ ଦାବି ଅନୁସାରେ ଏକ ମନୃଷ୍ୟକୃତ ଗର୍ଭାଶୟ ଭିତରେ ଏହି ଛୁଆ ବଡ ହେବା ସହ ପୃଥିବୀକୁ ଆସିବ । ଏହି ଛୁଆ ୯ମାସ ଧରି ଏହି ମନୃଷ୍ୟକୃତ ଗର୍ଭାଷୟରେ ରହିବା ସହିତ ଏକ ଟ୍ୟୁବ ସାହାଯ୍ୟରେ ଖାଦ୍ୟ ଖାଇବ । ଏହାକୁ ନେଇ ଗବେଷଣା ଶେଷ ସ୍ତରରେ ପହଞ୍ଚିଥିବା ସୂଚନା ପ୍ରକାଶ ପାଇଛି । ଖୁବଶୀଘ୍ର ଅର୍ଥାତ ଆରବର୍ଷକୁ ମାର୍କେଟକୁ ଏହି ରୋବଟକୁ ଛଡାଯିବାସହ ଏହାର ଦାମ ରହିବ ୧୨ ଲକ୍ଷରୁ ଅଧିକ । ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଖବରଟି ସତ କି ମିଛ ସେନେଇ କୌଣସି ପ୍ରମାଣ ନାହିଁ । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ଏହାକୁ ବିଜ୍ଞାନର ଚମତ୍କାରିତା କହିଥିବାବେଳେ କିଛି ନା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Tags: