ରୋବଟଙ୍କ ନୃତ୍ୟ ବିଶ୍ବ ରେକର୍ଡରେ ସ୍ଥାନିତ
ଚୀନର ରାସ୍ତାରେ ମୋଟ ୧୫୧ଟି ହ୍ୟୁମାନଏଡ୍ ରୋବଟ୍ ଏକାଠି ନୃତ୍ୟ ପ୍ରଦର୍ଶନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି । ସମସ୍ତ ରୋବଟ୍ ଧାଡ଼ିରେ ଠିଆ ହୋଇ ନିଖୁଣ ତାଳମେଳରେ ନୃତ୍ୟ କରିଥିବା ବେଳେ ଏହି ପ୍ରଦର୍ଶନ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିବା ସହ ବହୁ ସଂଖ୍ୟାରେ ଲୋକଙ୍କୁ ଆକର୍ଷିତ କରିଥିଲା । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବୈଷୟିକ କର୍ମଚାରୀମାନେ ରୋବଟ୍ଗୁଡ଼ିକୁ ଯାଞ୍ଚ କରିବା ସହ ସେଗୁଡ଼ିକର ସେଟିଂସ୍ ସଜାଡ଼ିଥିଲେ । ଏକ ରୋବଟ୍ର ନିକଟତର ଦୃଶ୍ୟରେ ଏହାର ବ୍ୟାଟେରୀ ଓ ଇଣ୍ଡିକେଟର୍ ଲାଇଟ୍ ଦେଖାଯାଇଥିଲା । ଯାହା ଚୀନର ବଢ଼ୁଥିବା ରୋବଟିକ୍ସ ଶିଳ୍ପର ଅଗ୍ରଗତିକୁ ପ୍ରଦର୍ଶିତ କରିଛି । ନଭେମ୍ବର ୧୮ ଓ ୧୯ ତାରିଖରେ ସେନଜେନ୍ରେ ଅନୁଷ୍ଠିତ ହେବାକୁ ଥିବା ୩୩ତମ ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ (ଏପେକ୍) ଶିଖର ସମ୍ମିଳନୀ ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଠାରେ ବିଭିନ୍ନ ଦେଶର ନେତାମାନେ ବାଣିଜ୍ୟ, ଅର୍ଥନୈତିକ ସହଯୋଗ ଏବଂ ନିରନ୍ତର ବିକାଶ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ ।




