ରହିଛି ସକରାତ୍ମକତା
ମୁଦ୍ରାର ଦୁଇପାର୍ଶ୍ବଭଳି ସବୁ ଘଟଣାର ଦୁଇଟି ଦିଗ ରହିଥାଏ ଗୋଟିଏ ସକରାତ୍ମକ ଥିବାବେଳେ ଅନ୍ୟଟି ନକରାତ୍ମକ ଥାଏ । ସବୁବେଳେ ନକରାତ୍ମକଠାରୁ ଦୂରେଇ ସକରାତ୍ମକତାକୁ ଗ୍ରହଣ କରିବା ବୁଦ୍ଧିମାନର ପରିଚୟ ହୋଇଥାଏ । ସେହିଭଳି ସବୁବେଳେ ରିଲ୍ସ ଦେଖିବାର ନକରାତ୍ମକତା ଓ ସକରାତ୍ମକତା ଉଭୟ ଦିଗ ରହିଛି । ସବୁବେଳେ ଯେ କୈଣସି ଜିନିଷ କିମ୍ବା କଥା ହେଉ ଏହାକୁ ନିୟନ୍ତ୍ରଣ ରେଖା ଭିତରେ ରଖିପାରିଲେ ଏହା ଜୀବନପାଇଁ ଖୁବ ଉପକାରୀ ସାବସ୍ତ୍ୟ ହୋଇଥାଆନ୍ତି । ସେହିଭଳି […]
ମୁଦ୍ରାର ଦୁଇପାର୍ଶ୍ବଭଳି ସବୁ ଘଟଣାର ଦୁଇଟି ଦିଗ ରହିଥାଏ ଗୋଟିଏ ସକରାତ୍ମକ ଥିବାବେଳେ ଅନ୍ୟଟି ନକରାତ୍ମକ ଥାଏ । ସବୁବେଳେ ନକରାତ୍ମକଠାରୁ ଦୂରେଇ ସକରାତ୍ମକତାକୁ ଗ୍ରହଣ କରିବା ବୁଦ୍ଧିମାନର ପରିଚୟ ହୋଇଥାଏ । ସେହିଭଳି ସବୁବେଳେ ରିଲ୍ସ ଦେଖିବାର ନକରାତ୍ମକତା ଓ ସକରାତ୍ମକତା ଉଭୟ ଦିଗ ରହିଛି । ସବୁବେଳେ ଯେ କୈଣସି ଜିନିଷ କିମ୍ବା କଥା ହେଉ ଏହାକୁ ନିୟନ୍ତ୍ରଣ ରେଖା ଭିତରେ ରଖିପାରିଲେ ଏହା ଜୀବନପାଇଁ ଖୁବ ଉପକାରୀ ସାବସ୍ତ୍ୟ ହୋଇଥାଆନ୍ତି । ସେହିଭଳି ରିଲ୍ସ ଦେଖାକୁ ମଧ୍ୟ ନିୟନ୍ତ୍ରଣ ଭିତରେ ରଖିପାରିଲେ ଏହା ଆମ ଜୀବନପାଇଁ ଖୁବ ଉପକାରୀ ହୋଇପାରିବ । ଏଥିରୁ ଆମେ ଅନେକ ଭଲ ଜିନିଷ ଶିଖିବା ସହିତ ସକରାତ୍ମକତା ଦିଗରେ ଏହାର ବ୍ୟବହାର କରିପାରିବା । ତେଣୁ ଆସନ୍ତୁ ଜାଣିବା ରିଲ୍ସକୁ ସକରାତ୍ମକ ଉପାୟରେ କିପରି ବ୍ୟବହାର କରିପାରିବେ,ଯାହାଫଳରେ ଏହା ଭେଲ ନୁହେଁ ଭଲ ପାଲଟିଯିବ
ସୃଜନଶୀଳତା ବଢାଇଥାଏ
ରିଲ୍ସ କରିବାଫଳରେ ଅନେକ ଲୋକଙ୍କର ଲୁକ୍କାୟିତ ପ୍ରତିଭା ସାମନାକୁ ଆସୁଛି । ଅନେକ କଳାକାରଙ୍କ ସୃଜନଶୀଳତା ବଢୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ଯେଉଁଥିରେ ଭିଡିଓ, ସଙ୍ଗୀତ, ଷ୍ଟୋରୀଟେଲିଂ ଆଦି ସାହାଯ୍ୟରେ ବ୍ୟକ୍ତିଙ୍କର ଲୁକ୍କାୟିତ ପ୍ରତିଭାକୁ ସାମନାକୁ ଆଣିଥାଏ । ସେମାନେ ବିଭିନ୍ନ ପ୍ରକାର ଉପାୟରେ ନିଜ ପ୍ରତିଭାକୁ ସମସ୍ତଙ୍କୁ ସାମନାକୁ ଆଣୁଛନ୍ତି । ତେବେ ଏହାକୁ ନିୟନ୍ତ୍ରଣ ରେଖା ମଧ୍ୟରେ ରହି ବ୍ୟବହାର କରିପାରିଲେ ଅନେକ ପ୍ରତିଭାଙ୍କୁ ଏହା ଜନ୍ମ ଦେବାରେ ସହାୟକ ହୋଇଥାଏ ।

ଦେଉଛି ପରିଚୟ
ଅନେକ ସମୟରେ ଛୋଟଛୋଟ ସହରରେ ଥିବା ପ୍ରତିଭାବାନ କଳାକାର ଅର୍ଥାଭାବରୁ ବଡବଡ ପ୍ଲାର୍ଟଫର୍ମରେ ନିଜ କଳାର ପ୍ରଦର୍ଶନ କରିବାର ସୁଯୋଗ ପାଇ ନଥାଆନ୍ତି । ହେଲେ ଏହି ରିଲ୍ସ ଜରିଆରେ ସେମାନେ ନିଜର ପ୍ରତିଭାକୁ ସମସ୍ତଙ୍କ ସାମନାକୁ ଆଣିବାକୁ ସୁଯୋଗ ପାଉଛନ୍ତି । ସେମାନଙ୍କର ଏକ ନିଜସ୍ବ ପରିଚୟ ସୃଷ୍ଟି ହୋଇପାରୁଛି । ଏପରି ଅନେକ ଉଦାହରଣ ମଧ୍ୟ ରହିଛି ରିଲ୍ସରୁ ଅନେକ ଅଭିନେତା ମଧ୍ୟ ପାଲଟି ପାରିଛନ୍ତି । ତେଣୁ ଏହି ପ୍ଲାର୍ଟଫର୍ମକୁ ନିୟନ୍ତ୍ରଣ ଭିତରେ ରହି ବ୍ୟବହାର କରିପାରିଲେ ଏହା ଆପଣଙ୍କ ପାଇଁ ବରଦାନ ଭଳି କାର୍ଯ୍ୟ କରିବ, ହେଲେ ଏହାର ନିୟନ୍ତ୍ରଣରେଖାକୁ ବୁଝି କାର୍ଯ୍ୟ କରିବାର ଅଛି ।
ବ୍ୟବସାୟରେ ବ୍ୟବହାର
ରିଲ୍ସ ଓ ସୋସିଆଲ ମିଡିଆରେ ସର୍ଟ ଭିଡିଓର ବହୁଳ ବ୍ୟବହାର ବର୍ତ୍ତମାନ ବ୍ୟବସାୟୀମାନେ କରୁଛନ୍ତି । ଏହି ପ୍ରକ୍ରିୟାରେ ସେମାନେ ଗ୍ରାହକଙ୍କର ନିକଟତର ହୋଇପାରୁଛନ୍ତି । ସହଜରେ ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଏହି ପ୍ରକ୍ରିୟାଟିକୁ ବ୍ୟବସାୟୀମାନେ ଅଧିକ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଅଧିକ ବଡବଡ ବିଜ୍ଞାପନ ବଦଳରେ ଛୋଟ ସର୍ଟ ଭିଡିଓରେ ସେମାନେ ନିଜ ସାମଗ୍ରୀର ବିଜ୍ଞାପନ କରିବାକୁ ପସନ୍ଦ କରୁଛନ୍ତି । ଏଥିରେ ସେମାନଙ୍କର ଲାଭ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଲୋକମାନଙ୍କ ପାଖରେ ନିଜ ସାମଗ୍ରୀକୁ ପହଞ୍ଚାଇବାକୁ ରିଲ୍ସ ବିଶେଷଭାବେ ସହାୟକ ହେଉଛି ।

ଗ୍ଲୋବାଲ କନକେସନ୍
ରିଲ୍ସ ସାହାଯ୍ୟରେ ଗୋଟିଏ ଛୋଟ ଗାଁର ଝିଅଟିଏ ମଧ୍ୟ ବିଶ୍ବସ୍ତରରେ ପରିଚୟ ପାଇପାରୁଛି । ଏଥିରେ ସେ ନିଜ ଅଞ୍ଚଳର ବିଭିନ୍ନ କଣ୍ଟେଣ୍ଟ ସେୟାର କରି ନିଜ ପରମ୍ପରା ନିଜ ସଂସ୍କୃତି ଓ ଭାଷାକୁ ପୁରା ଦୁନିଆରେ ପହଞ୍ଚାଇ ପାରୁଛି । ଏଭଳି ଅନେକ ଉଦାହରଣ ରହିଛନ୍ତି ଯେଉଁମାନେ ଛୋଟଛୋଟ ଗାଁ ଓ ସହରରୁ ଯାଇ ଆନ୍ତର୍ଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଛନ୍ତି । ଛୋଟ ରିଲ୍ସରୁ ସେମାନେ ପାଲଟିଛନ୍ତି ବଡବଡ ସେଲିବ୍ରିଟି । ସେହିଭଳି କିଛି ଏଭଳି କଣ୍ଟେଣ୍ଟ ମଧ୍ୟ ରହିଛି ଯେଉଁଗୁଡିକ ସାରା ବିଶ୍ବରେ ଭାଇରାଲ କଣ୍ଟେଣ୍ଟଭାବେ ପରିଚିତ ହୋଇପାରିଛି ।

କ୍ୟାରିୟର
କିଛି ପିଲାଙ୍କ ପାଇଁ ଏହା ଏକ ଭଲ କ୍ୟାରିୟର ଅପସନ୍ ହୋଇପାରୁଛି । ସେମାନେ ପ୍ରଥମରୁ ରିଲ୍ସରୁ ଆରମ୍ଭ କରି ପରେ ବ୍ଲଗର ପାଲଟୁଛନ୍ତି । ଛୋଟଛୋଟ ରିଲ୍ସ କରି ପରିଚୟ ପାଇବା ପରେ ଏହାକୁ କ୍ୟାରିୟର କରି ଆଗକୁ ବଢୁଛନ୍ତି । ଅନେକ ଏଭଳି ଦୃଷ୍ଟାନ୍ତ ରହିଛି ଯେଉଁଥିରେ କଳାକାରମାନଙ୍କର ଖୁବ ଭଲ କ୍ୟାରିୟର ହେଉଥିବା ଦେଖିବାକୁ ମିଳୁଚି । ତେଣୁ ନିୟନ୍ତ୍ରଣ ଓ ନିୟମ ମାନି ରିଲ୍ସ ଓ ବ୍ଲଗିଂକୁ କ୍ୟାରିୟର ମଧ୍ୟ କରିହେବ ।




