ଯୌତୁକରେ ମିଳିଛି ୧୦୦ ସିଭେଟ୍‌ କ୍ୟାଟ୍‌

ବାହାଘରରେ ସାଧାରଣତଃ ଝିଅ ମାନଙ୍କୁ ଆସବାବ ପତ୍ର, ଘର ଗାଡି ଦିଆଯାଇଥାଏ । ହେଲେ ଭିଏତନାମର ଗୋଟିଏ ବିବାହ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଏହା ନିଜର ଯୌତୁକକୁ ନେଇ ଭାଇରାଲ ହେଉଛି । ସୂଚନା ଅନୁସାରେ ଏହି ବିବାହରେ କନ୍ୟା ପିତାମାତା ଝିଅକୁ ୧୦୦ଟି ସିଭେତ୍‌ କ୍ୟାଟ୍‌ ଯୌତୁକରେ ପ୍ରଦାନ କରିଛନ୍ତି । ସିଭେତ୍‌ କ୍ୟାଟ୍‌ ହେଉଛି ଏକ ବିରଳ ପ୍ରାଣୀ । ଏହି ପ୍ରାଣୀର ମଳରୁ ଦୁନିଆର ସବୁଠାରୁ […]

ଯୌତୁକରେ ମିଳିଛି ୧୦୦ ସିଭେଟ୍‌ କ୍ୟାଟ୍‌
Samaya Live Picture
Published On

ବାହାଘରରେ ସାଧାରଣତଃ ଝିଅ ମାନଙ୍କୁ ଆସବାବ ପତ୍ର, ଘର ଗାଡି ଦିଆଯାଇଥାଏ । ହେଲେ ଭିଏତନାମର ଗୋଟିଏ ବିବାହ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଏହା ନିଜର ଯୌତୁକକୁ ନେଇ ଭାଇରାଲ ହେଉଛି । ସୂଚନା ଅନୁସାରେ ଏହି ବିବାହରେ କନ୍ୟା ପିତାମାତା ଝିଅକୁ ୧୦୦ଟି ସିଭେତ୍‌ କ୍ୟାଟ୍‌ ଯୌତୁକରେ ପ୍ରଦାନ କରିଛନ୍ତି । ସିଭେତ୍‌ କ୍ୟାଟ୍‌ ହେଉଛି ଏକ ବିରଳ ପ୍ରାଣୀ । ଏହି ପ୍ରାଣୀର ମଳରୁ ଦୁନିଆର ସବୁଠାରୁ ଦାମୀ କଫି କୋପି ଲୁଓ୍ୱାକ ପ୍ରସ୍ତୁତ ହୋଇଥାଏ । ଏହି ବିଲେଇ ଏକ ପ୍ରକାର ଫଳ ଖାଇଥାଆନ୍ତି ଯାହାର ମଞ୍ଚିକୁ ଏମାନଙ୍କର ମଳରୁ ସଂଗ୍ରହ କରାଯାଇ ଏହି କଫି ପ୍ରସ୍ତୁତ କରାଯାଇଥାଏ । ଯାହା ପଛରେ ବୈଜ୍ଞାନିକ କାରଣ ରହିଛି । ତେବେ ଏହି ୨୨ ବର୍ଷୀୟ କନ୍ୟାଙ୍କୁ ତାଙ୍କ ଘର ଲୋକ ଏତେମାତ୍ରାରେ ଏହି ପଶୁ ପ୍ରଦାନ କରିବା ପରେ ଘଟଣାଟି ଖୁବ ଭାଇରାଲ ହେଉଛି । ଏହି ଜୀବମାନଙ୍କର ଦାମ ଆକଳନ କଲେ ୭୦ ହଜାର ଡଲାରରୁ ଅଧିକ । ତେବେ ଝିଅକୁ କେବଳ ଏହି ବିରଳପଶୁ ନୁହେଁ ଏଥିସହିତ ୨୫ଟି ସୁନା ବାର୍‌, ୨୦ ହଜାର ଡଲାର କ୍ୟାସ୍‌, ୧୧,୫୦୦ ଡଲାରର କମ୍ପାନୀ ସେୟାର, ସାତଟି ଜମି ମଧ୍ୟ ଯୌତୁକରେ ଦିଆଯାଇଛି । ତେବେ ସୋସିଆଲ ମିଡିଆରେ ବାହାଘରରେ ଦିଆଯାଇଥିବା ୧୦୦ଟି ସିଭେଟ୍‌ କ୍ୟାଟ୍‌ ଘଟଣାଟି ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

Tags: