ମ୍ୟାଜିକ୍‌ ମସରୁମ

ଆମ ଆଖପାଖରେ ଅନେକ ଛତୁ ଦେଖିବାକୁ ମିଳିଥାଏ । କିଛି ଛତୁ ଖାଇବାଯୋଗ୍ୟ ହୋଇଥିବାବେଳେ କିଛିକୁ ଖାଇ ହୋଇ ନଥାଏ । ତେବେ ସେହିଭଳି ଏକ ଛତୁ ନିଜର ଔଷଧୀୟ ଗୁଣ ପାଇଁ ବର୍ତ୍ତମାନ ଖୁବ ଚର୍ଚ୍ଚାକୁ ଆସିଛି । ସାଇଲୋସାଇବିନ୍‌ ନାମରେ ଏକ ଛତୁ ରହିଛି ଯାହାକୁ ଲୋକ ମ୍ୟାଜିକ୍‌ ମସରୁମ ନାମରେ ଜାଣୁଛନ୍ତି । ଏହି ଛତୁଟି ଡିପ୍ରେସନ ବା ଅବସାଦ ରୋଗ ପାଇଁ ଖୁବ ଉପକାରୀ ବୋଲି ତଥ୍ୟରୁ ଜଣା ପଡିଛି । […]

ମ୍ୟାଜିକ୍‌ ମସରୁମ
Samaya Live Picture
Published On

ଆମ ଆଖପାଖରେ ଅନେକ ଛତୁ ଦେଖିବାକୁ ମିଳିଥାଏ । କିଛି ଛତୁ ଖାଇବାଯୋଗ୍ୟ ହୋଇଥିବାବେଳେ କିଛିକୁ ଖାଇ ହୋଇ ନଥାଏ । ତେବେ ସେହିଭଳି ଏକ ଛତୁ ନିଜର ଔଷଧୀୟ ଗୁଣ ପାଇଁ ବର୍ତ୍ତମାନ ଖୁବ ଚର୍ଚ୍ଚାକୁ ଆସିଛି । ସାଇଲୋସାଇବିନ୍‌ ନାମରେ ଏକ ଛତୁ ରହିଛି ଯାହାକୁ ଲୋକ ମ୍ୟାଜିକ୍‌ ମସରୁମ ନାମରେ ଜାଣୁଛନ୍ତି । ଏହି ଛତୁଟି ଡିପ୍ରେସନ ବା ଅବସାଦ ରୋଗ ପାଇଁ ଖୁବ ଉପକାରୀ ବୋଲି ତଥ୍ୟରୁ ଜଣା ପଡିଛି । ଏଥିରେ ଥିବା ସାଇଲୋସାଇବିନ୍‌ ଅବସାଦରେ ଥିବା ରୋଗୀଙ୍କ ପାଇଁ ଖୁବ ଉପକାରୀ ହୋଇଥାଏ । ଏହା ଡିପ୍ରେସନ, ଆଙ୍ଗଜାଇଟି ଆଦିର ଉପଶମ ପାଇଁ ସହାୟକ ହୋଇଥାଏ । ଏହାକୁ ନେଇ ବର୍ତ୍ତମାନ ଟ୍ରାଏଲ କରାଯାଉଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ସେହିଭଳି ସେମାନଙ୍କ ଟ୍ରାଏଲରେ କ୍ୟାନ୍ସର ରୋଗୀଙ୍କୁ ମଧ୍ୟ ସେମାନେ ସାମିଲ କରିଛନ୍ତି । ତେବେ ଆଗକୁ ଏହା ଉପରେ ଆହୁରି ଅଧିକ ଗବେଷଣା ବାକି ଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

Tags: