ମେଡମ ପ୍ରେସିଡେଣ୍ଟଙ୍କ ଉପରେ ଲିଖିତ ପୁସ୍ତକ
ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଅତି ସଂଘର୍ଷପୂର୍ଣ୍ଣ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟ ଉପରବେଡ଼ା ଗ୍ରାମରେ । ଗୋଟିଏ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ପ୍ରଥମେ ଜଣେ କାଉନସିଲର ଭାବେ ଜନସେବା ଆରମ୍ଭ କରି ବିଧାୟିକା, ମନ୍ତ୍ରୀ, ରାଜ୍ୟପାଳ ହେବା ପରେ ଦେଶର ଶୀର୍ଷ ସାମ୍ବିଧାନିକ ଆସନ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ । ଏହି ସଫଳ ଆଦିବାସୀ ସାନ୍ତାଳି ମହିଳାଙ୍କ ସଂଘର୍ଷ ବ୍ୟକ୍ତିଗତ ଓ କର୍ମମୟ ଜୀବନ ଉପରେ ଅନେକ ପୁସ୍ତକ ଲେଖାଯାଇଛି […]
ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଅତି ସଂଘର୍ଷପୂର୍ଣ୍ଣ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟ ଉପରବେଡ଼ା ଗ୍ରାମରେ । ଗୋଟିଏ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ପ୍ରଥମେ ଜଣେ କାଉନସିଲର ଭାବେ ଜନସେବା ଆରମ୍ଭ କରି ବିଧାୟିକା, ମନ୍ତ୍ରୀ, ରାଜ୍ୟପାଳ ହେବା ପରେ ଦେଶର ଶୀର୍ଷ ସାମ୍ବିଧାନିକ ଆସନ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ । ଏହି ସଫଳ ଆଦିବାସୀ ସାନ୍ତାଳି ମହିଳାଙ୍କ ସଂଘର୍ଷ ବ୍ୟକ୍ତିଗତ ଓ କର୍ମମୟ ଜୀବନ ଉପରେ ଅନେକ ପୁସ୍ତକ ଲେଖାଯାଇଛି । ସାମ୍ବାଦିକ ସନ୍ଦୀପ ସାହୁ ମେଡ଼ମ ପ୍ରେସିଡ଼େଣ୍ଟ ଶୀର୍ଷକ ଏକ ପୁସ୍ତକ ରଚନା କରିଥିବା ବେଳେ ୨୦୨୨ରେ ଉନ୍ମୋଚିତ ହୋଇଥିଲା । ପରବର୍ତ୍ତୀ ସମୟରେ “ଦ୍ରୌପଦୀ ମୁର୍ମୁ : ଫ୍ରମ ଟ୍ରାଇବାଲ ହିଣ୍ଟରଲ୍ୟାଣ୍ଡ ଟୁ ରାଇସିନା ହିଲସ୍’ ଲେଖିଛନ୍ତି ସାମ୍ବାଦିକା କସ୍ତୁରୀ ରାୟ । ଏହି ପୁସ୍ତକରେ ଲେଖିକା ଉଲ୍ଲେଖ କରିଛନ୍ତି ଯେ ସେ ଜଣେ ଆଦିବାସୀ ଝିଅ କିପରି ଅନେକ ଘାତ ପ୍ରତିଘାତକୁ ଅତିକ୍ରମ କରି ଦେଶର ଶୀର୍ଷ ସାମ୍ବିଧାନିକ ପଦ ତଥା ପ୍ରଥମ ନାଗରିକର ମର୍ଯ୍ୟାଦାରେ ଆସୀନ ହୋଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ, କଲେଜ , ଚାକିରୀ ଜୀବନ, ଶିକ୍ଷକତା, କାଉନନସିଲର ଭାବେ ନିର୍ବାଚିତ ହୋଇ ଜନସେବା, ବିଧାୟିକା ହୋଇ ଜନସେବା ଓ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିବା ବିଷୟରେ ଉଲ୍ଲେଖ ରହିଛି । ସେହିପରି ୨୦୦୦ ମସିହାରେ ଓଡ଼ିଶାରେ ଶାସନଭାର ସମ୍ଭାଳିଥିବା ବିଜେଡ଼ି-ବିଜେପି ସରକାରରେ ମନ୍ତ୍ରୀ ହୋଇ କିପରି ତାଙ୍କ ଦକ୍ଷତା ପ୍ରତିପାଦନ କରିଥିଲେ ତାହା ବର୍ଣ୍ଣନା କରାଯାଇଛି । ପରବର୍ତ୍ତୀ ସମୟେରେ ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟର ପ୍ରଥମ ଆଦିବାସୀ ରାଜ୍ୟପାଳ ଭାବେ ୬ ବର୍ଷ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ ସେ ବିଷୟରେ ଉଲ୍ଲେଖ ରହିଛି । ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଭାବେ ସଫଳତାର ସହ ସାମ୍ବିଧାନିକ ପଦବୀକୁ ପରିଚାଳନା କରି ଦେଶ ବିଦେଶରେ ସେ ସୁନାମ ଅର୍ଜନ କରିଛନ୍ତି । ଏହା ସହିତ ଦେଶର ଆଦିମ ଜନଜାତି ମାନଙ୍କର ଦୀର୍ଘ ଦଶନ୍ଧିର ଅନେକ ସମସ୍ୟା ଉପରେ ସେ ସମାଧାନ ଦିଗରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି ବୋଲି ଲେଖିକା ଉଲ୍ଲେଖ କରିଛନ୍ତି ।




