ମେକଅପ ସାଜିଲା କାଳ
ସାଧାରଣତଃ ସମସ୍ତ ଝିଅ ସୁନ୍ଦର ଦେଖାଯିବାକୁ ମେକଅପ୍ ନେଇଥାଆନ୍ତି । ତେବେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି, ଯେଉଁଠି ମେକଅପ ଜଣେ ଝିଅଙ୍କ ପାଇଁ କାଳ ସାଜିଛି । ତେବେ ସେ କିନ୍ତୁ ଏହି ମେକଅପ ସାଧାରଣ ଝିଅଙ୍କ ଭଳି ନୁହେଁ ବରଂ କିଛି ଭିନ୍ନ ପ୍ରକ୍ରିୟାରେ ବ୍ୟବହାର କରୁଥିଲେ । ଚୀନର ଜଣେ ଝିଅଙ୍କର ମୁହଁର ରଙ୍ଗ ବଦଳି ଲାଲ ରଙ୍ଗ ହୋଇଯାଇଛି । ତେବେ ଏହା ପଛରେ କାରଣ ରହିଛି ମେକଅପ୍ । […]
ସାଧାରଣତଃ ସମସ୍ତ ଝିଅ ସୁନ୍ଦର ଦେଖାଯିବାକୁ ମେକଅପ୍ ନେଇଥାଆନ୍ତି । ତେବେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି, ଯେଉଁଠି ମେକଅପ ଜଣେ ଝିଅଙ୍କ ପାଇଁ କାଳ ସାଜିଛି । ତେବେ ସେ କିନ୍ତୁ ଏହି ମେକଅପ ସାଧାରଣ ଝିଅଙ୍କ ଭଳି ନୁହେଁ ବରଂ କିଛି ଭିନ୍ନ ପ୍ରକ୍ରିୟାରେ ବ୍ୟବହାର କରୁଥିଲେ । ଚୀନର ଜଣେ ଝିଅଙ୍କର ମୁହଁର ରଙ୍ଗ ବଦଳି ଲାଲ ରଙ୍ଗ ହୋଇଯାଇଛି । ତେବେ ଏହା ପଛରେ କାରଣ ରହିଛି ମେକଅପ୍ । ଏକ ଭିଡିଓରେ ଯୁବତୀଜଣଙ୍କ ଏନେଇ ନିଜେ ସୂଚନା ଦେଇଛନ୍ତି । ୩୭ ବର୍ଷୀୟ ଏହି ଯୁବତୀ ଜଣଙ୍କ ବିଗତ ୨୨ ବର୍ଷଧରି ନିଜ ମୁହଁରେ ସବୁଦିନ ମେକଅପ୍ କରିଥିଲେ ହେଲେ ସେ ମେକଅପ ଲଗାଇବା ପରେ ଏହାକୁ ଧୋଇବାକୁ କେବେ ବି ଫେସଓ୍ୱାସର ବ୍ୟବହାର କରିନଥିଲେ । ଯାହାର ପରିମାଣ ଏବେ ସେ ଭୋଗୁଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କ ମୁହଁରେ ବିଭିନ୍ନ ସଂକ୍ରମଣ ଦେଖିବାକ ମିଳୁଛି, ଏପରିକି ତାଙ୍କ ମୁହଁର ରଙ୍ଗରେ ମଧ୍ୟ ପରିବର୍ତ୍ତନ ଘଟିଛି । ସୋସିଆଲ ମିଡିଆରେ ଯୁବତୀଙ୍କ କାହାଣୀ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ତାଙ୍କୁ ଏକ ଶିକ୍ଷାଭାବେ ଗ୍ରହଣ କରିଛନ୍ତି । ମେକଅପ ଲଗାଇବା ପରେ ମୁହଁକୁ ଭଲଭାବେ ଧୋଇବାର ଗୁରୁତ୍ୱତା ବର୍ତ୍ତମାନ ବଢିଯାଇଛି । ସେହିଭଳି କେମିକାଲ ଆମ ମୁହଁପାଇଁ ଖୁବ ଖରାପ ବୋଲି ମତ ପ୍ରକାଶ ପାଇଛି ।




