ମୃତ୍ୟୁର ସମୟ କହିବ ଏଆଇ !
ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ସବୁପ୍ରକାରର ଅସମ୍ଭବ ପ୍ରସଙ୍ଗ ସମ୍ଭବପର ହୋଇପାରୁଛି । କେଉଁଠି ରୋବଟ୍ କଥା କହୁଛି ତ ଆଉ କେଉଁଠି ବୈଜ୍ଞାନିକମାନେ ସେମାନଙ୍କ ଦୂରଆକାଶ ମିସନ୍ରେ ରୋବୋଗୁଡ଼ିକୁ ସାମିଲ କରୁଛନ୍ତି । ବର୍ତ୍ତମାନ ଠିକ୍ ସେହିଭଳି ଏକ ଚମତ୍କାର ଉଦ୍ଭାବନ ବିଷୟରେ ଜଣାପଡ଼ିଛି । ଏହା ଅନ୍ତର୍ଗତ ବୈଜ୍ଞାନିକମାନେ ଏଭଳି ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଡେଲ୍ ପ୍ରସ୍ତୁତ କରିଛନ୍ତି, ଯାହା ମନୁଷ୍ୟଙ୍କର ସବିଶେଷ ତଥ୍ୟକୁ ରିଡ୍ କରି ତାଙ୍କ ଭବିଷ୍ୟତର ଘଟଣାବଳୀ ସମ୍ବନ୍ଧରେ ସଠିକ ସୂଚନା […]
ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ସବୁପ୍ରକାରର ଅସମ୍ଭବ ପ୍ରସଙ୍ଗ ସମ୍ଭବପର ହୋଇପାରୁଛି । କେଉଁଠି ରୋବଟ୍ କଥା କହୁଛି ତ ଆଉ କେଉଁଠି ବୈଜ୍ଞାନିକମାନେ ସେମାନଙ୍କ ଦୂରଆକାଶ ମିସନ୍ରେ ରୋବୋଗୁଡ଼ିକୁ ସାମିଲ କରୁଛନ୍ତି । ବର୍ତ୍ତମାନ ଠିକ୍ ସେହିଭଳି ଏକ ଚମତ୍କାର ଉଦ୍ଭାବନ ବିଷୟରେ ଜଣାପଡ଼ିଛି । ଏହା ଅନ୍ତର୍ଗତ ବୈଜ୍ଞାନିକମାନେ ଏଭଳି ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମଡେଲ୍ ପ୍ରସ୍ତୁତ କରିଛନ୍ତି, ଯାହା ମନୁଷ୍ୟଙ୍କର ସବିଶେଷ ତଥ୍ୟକୁ ରିଡ୍ କରି ତାଙ୍କ ଭବିଷ୍ୟତର ଘଟଣାବଳୀ ସମ୍ବନ୍ଧରେ ସଠିକ ସୂଚନା ପ୍ରଦାନ କରିବ । ଏମିତିକି ଏହା ମନୁଷ୍ୟଙ୍କର ମୃତୁ୍ୟର ସମୟ ମଧ୍ୟ କହିବ ବୋଲି ଉଲ୍ଲେଖ କରାଯାଇଛି । ରିପୋର୍ଟ ମୁତାବକ, ଏହି ଏଆଇ ମଡେଲ୍ର ନæô ହେଉଛି ଲାଇଫ୍ଟୁଭେକ୍, ଯାହାକୁ ଡେନ୍ମାର୍କ ଏବଂ ଆମେରିକୀୟ ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ୬୦ ଜଣ ଲୋକଙ୍କୁ ନେଇ ଏହି ମଡେଲ୍ର ପରୀକ୍ଷଣ କରାଯାଇଛି । ପ୍ରଥମେ ଏହି ମଡେଲ୍କୁ ୬୦ ଜଣଙ୍କର ସବିଶେଷ ତଥ୍ୟ ପ୍ରଦାନ କରାଗଲା, ଯେଉଁଥିରେ ଜନ୍ମ ତାରିଖ, ସ୍କୁଲ, ଶିକ୍ଷା, ବେତନ, ଗୃହ ଏବଂ ସ୍ୱାସ୍ଥ୍ୟ ଆଦି ସାମିଲ ଥିଲା । ଏହାକୁ ଆଧାର କରି ଏଆଇ ମଡେଲ୍ ଭବିଷ୍ୟତରେ କ’ଣ ହେବ ବୋଲି ତଥ୍ୟ ଦେଇଥିଲା । ଟେକ୍ନିକାଲ୍ ୟୁନିଭର୍ସିଟି ଅଫ୍ ଡେନମାର୍କରେ ହୋଇଥିବା ଏହି ପ୍ରୋଜେକଫରେ ଅଧିକାଂଶ ୩୫ରୁ ୬୫ ବର୍ଷ ବୟସର ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଥିଲା । ତେବେ ସମସ୍ତ ପ୍ରଶ୍ନ ମଧ୍ୟରୁ ଏହି ମଡେଲ୍ଟିର ୭୮ ପ୍ରତିଶତ ଉତ୍ତର ସଠିକ ଥିଲା ବୋଲି କୁହାଯାଇଛି ।




