ମୂର୍ତ୍ତିକୁ ମାରନ୍ତି ଚାପୁଡା
ଚୀନରେ ଏଭଳି ଅନେକ ପ୍ରଥା ରହିଛି ଯାହା ସାରା ବିଶ୍ୱକୁ ଚକିତ କରିଥାଏ । ଏହି ପ୍ରଥା ଗୁଡିକ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିକ୍ରମରେ ଏକ ପ୍ରଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଗତ ୫୦୦ ବର୍ଷଧରି ଲୋକମାନେ ଚୀନର ସୋଂଗ ବଂଶର ପୂର୍ବ ଚାନ୍ସଲର କିନ୍ ହୁଇ ଓ ତାଙ୍କ ପନିୀଙ୍କ ମୂର୍ତ୍ତିକୁ ଚାପୁଡା ମାରୁଛନ୍ତି । ତେବେ ଏହାପଛରେ ଇତିହାସର ଏକ ଘଟଣା ସମ୍ପୃକ୍ତ ରହିଛି […]
ଚୀନରେ ଏଭଳି ଅନେକ ପ୍ରଥା ରହିଛି ଯାହା ସାରା ବିଶ୍ୱକୁ ଚକିତ କରିଥାଏ । ଏହି ପ୍ରଥା ଗୁଡିକ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିକ୍ରମରେ ଏକ ପ୍ରଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଗତ ୫୦୦ ବର୍ଷଧରି ଲୋକମାନେ ଚୀନର ସୋଂଗ ବଂଶର ପୂର୍ବ ଚାନ୍ସଲର କିନ୍ ହୁଇ ଓ ତାଙ୍କ ପନିୀଙ୍କ ମୂର୍ତ୍ତିକୁ ଚାପୁଡା ମାରୁଛନ୍ତି । ତେବେ ଏହାପଛରେ ଇତିହାସର ଏକ ଘଟଣା ସମ୍ପୃକ୍ତ ରହିଛି । ସୂଚନା ଅନୁସାରେ ୧୨ତମ ଶତାବ୍ଦୀରେ କିନ ହୁଇ ଜେନେରାଲୟୁ ଫେଇଙ୍କ ଉପରେ ରାଜଦ୍ରୋହର ମିଛ ମାମଲା ରୁଜୁ କରିଥିଲେ, ଯାହାଫଳରେ ତାଙ୍କୁ ଫାଶୀ ଦିଆଯାଇଥିଲା । ଯାହାପରେ କିନ୍ ହୁଇଙ୍କୁ ସମସ୍ତେ ଘୃଣା କରିବାକୁ ଲାଗିଥିଲେ । ହାଙ୍ଗଝୋଉ ସହରରେ ଜନରଲୟୁ ଫେଇଙ୍କ ସମାଧୀ ସାମନାରେ ଉଭୟଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । ମୂର୍ତ୍ତିରେ ଉଭୟ ନିଜର ଆ=ୁ ଭାଙ୍ଗି ବସିବା ସହିତ ସେମାନଙ୍କର ହାତ ପଛପଟେ ବନ୍ଧା ଯାଇଛି । ଲୋକମାନେ ପ୍ରତିଦିନ ତାଙ୍କୁ ଚାପୁଡା ମାରିଥାଆନ୍ତି ।




