ମୁଡ ହିସାବରେ ବଦଳିଥାଏ ମୁହଁ

ପଶୁମାନଙ୍କର ବି ଖରାପ ମୁଡ୍‌ ଭଲ ମୁଡ୍‌ ରହିଥାଏ । ଏଭଳି ଏକ ରିପୋର୍ଟ ଦେଇଛନ୍ତି ଆଇଏନ୍‌ଆର୍‌ଏଇ ରିସର୍ଚ୍ଚ ଟିମ୍‌ । ଟିମ୍‌ର ତଥ୍ୟ ଅନୁସାରେ କୁକୁଡା ମାନଙ୍କର ମୁଡ ହିସାବରେ ମୁହଁର ରଙ୍ଗରେ ପରିବର୍ତ୍ତନ ହୋଇଥାଏ । ଯେପରି ମଣିଷଙ୍କ ମୁହଁ ରାଗରେ ଲାଲ ପଡୁଥିବାବେବେଳେ ଦୁଃଖରେ ଝାଉଁଳି ପଡେ, ସେହିଭଳି କୁକୁଡାଙ୍କର ମଧ୍ୟ ଦେଖିବାକୁ ମିଳିଥାଏ । ରିପୋର୍ଟ ଅନୁସାରେ ଏମାନଙ୍କର ନିଜ ମନର ଭାବ ପ୍ରକାଶ କରିବାର ଏହା ହେଉଛି ଏକ ବାଟ […]

Samaya Live Picture
Published On

ପଶୁମାନଙ୍କର ବି ଖରାପ ମୁଡ୍‌ ଭଲ ମୁଡ୍‌ ରହିଥାଏ । ଏଭଳି ଏକ ରିପୋର୍ଟ ଦେଇଛନ୍ତି ଆଇଏନ୍‌ଆର୍‌ଏଇ ରିସର୍ଚ୍ଚ ଟିମ୍‌ । ଟିମ୍‌ର ତଥ୍ୟ ଅନୁସାରେ କୁକୁଡା ମାନଙ୍କର ମୁଡ ହିସାବରେ ମୁହଁର ରଙ୍ଗରେ ପରିବର୍ତ୍ତନ ହୋଇଥାଏ । ଯେପରି ମଣିଷଙ୍କ ମୁହଁ ରାଗରେ ଲାଲ ପଡୁଥିବାବେବେଳେ ଦୁଃଖରେ ଝାଉଁଳି ପଡେ, ସେହିଭଳି କୁକୁଡାଙ୍କର ମଧ୍ୟ ଦେଖିବାକୁ ମିଳିଥାଏ । ରିପୋର୍ଟ ଅନୁସାରେ ଏମାନଙ୍କର ନିଜ ମନର ଭାବ ପ୍ରକାଶ କରିବାର ଏହା ହେଉଛି ଏକ ବାଟ । ସେମାନେ ମଧ୍ୟ ନିଜର ରାଗ, ରୁଷା ଓ ଦୁଃଖକୁ ମୁହଁ ସାହାଯ୍ୟରେ ପ୍ରକାଶ କରିଥାଆନ୍ତି । ତେବେ କୁକୁଡାଙ୍କର ନିଜ ମନ କଥା ପ୍ରକାଶ କରିବାର ଉପାୟ ନିଆରା ହୋଇଥାଏ । ଗବେଷକଙ୍କ ଅନୁସାରେ ଯେତେବେଳେ କୁକୁଡା ଖୁସି ଥାଏ ଏହାର ମୁହଁର ରଙ୍ଗ ପିଙ୍କ ଥାଏ । ତେବେ ଏହି ପରିବର୍ତ୍ତନ ସେମାନଙ୍କ ରକ୍ତ ପ୍ରବାହ କାରଣରୁ ହୋଇଥାଏ । ସେମାନଙ୍କ ମୁହଁ ପାଖରେ ଥିବା ସ୍କିନ୍‌ ବହୁତ ସେନ୍ସିଟିଭ୍‌ ହୋଇଥାଏ ତେଣୁ ଏହି ପରିବର୍ତ୍ତନ ସଙ୍ଗେସଙ୍ଗେ ଜଣା ପଡିଥାଏ । ଯେତେବେଳେ ସେମାନେ ଦୁଃଖ, ଡର ଅନୁଭବ କରନ୍ତି, ସେତେବେଳେ ସେମାନଙ୍କ ମୁହଁ ଗାଢ ଲାଲ ରଙ୍ଗରେ ପରିବର୍ତ୍ତନ ହୋଇଥାଏ । ଏହି ଗବେଷଣା ପାଇଁ କିଛି କୁକୁଡାଙ୍କୁ ଗୋଟିଏ ସ୍ଥାନରେ ରଖାଯାଇ ପରୀକ୍ଷଣ କରାଯାଇଥିଲା । ଏମାନଙ୍କ ସମସ୍ତ ଇମୋସନର ଫଟୋ ନିଆଯାଇ ସେଗୁଡିକୁ ପରୀକ୍ଷା କରାଯାଇଥିଲା, ଯାହାପରେ ଏଭଳି ତଥ୍ୟ ସାମନାକୁ ଆସିଥିଲା ।

Tags: