ମିମିକ୍ରୀ ମାଷ୍ଟର ବ୍ଲାକ୍ ଡ୍ରୋଙ୍ଗୋ
ବିଶ୍ୱରେ ଏଭଳି ଅନେକ ପଶୁପକ୍ଷୀ ଅଛନ୍ତି ଯାହା ବିଷୟରେ ହୁଏତ ଆମେ ସେତେଟା ଜାଣିନଥାଉ । ସେଥିମଧ୍ୟରୁ ଗୋଟିଏ ହେଉଛି ଗ୍ରେଟର ରାକେଟ୍ ଟ୍ରେଲ ଡ୍ରୋଙ୍ଗୋ । ଏହା ହେଉଛି ଏକ ଅଦ୍ଭୁତ ପକ୍ଷୀ, ଯାହା ଅନ୍ୟ ଜୀବର ସ୍ୱରକୁ ନକଲ କରିବାରେ ମାହିର ଥାଏ । ତେଣୁ ଏହାକୁ ମାଷ୍ଟର ଅଫ୍ ମିମିକ୍ରୀ ବୋଲି କୁହାଯାଏ । ଚଢ଼େଇଟି ଅନ୍ୟ ପକ୍ଷୀ, ପୋକ, ବେଙ୍ଗ ସମେତ ମୋଟ ୪୦ଟି ପ୍ରଜାତି ଜୀବର ସ୍ୱରର ନକଲ କରିବାର […]
ବିଶ୍ୱରେ ଏଭଳି ଅନେକ ପଶୁପକ୍ଷୀ ଅଛନ୍ତି ଯାହା ବିଷୟରେ ହୁଏତ ଆମେ ସେତେଟା ଜାଣିନଥାଉ । ସେଥିମଧ୍ୟରୁ ଗୋଟିଏ ହେଉଛି ଗ୍ରେଟର ରାକେଟ୍ ଟ୍ରେଲ ଡ୍ରୋଙ୍ଗୋ । ଏହା ହେଉଛି ଏକ ଅଦ୍ଭୁତ ପକ୍ଷୀ, ଯାହା ଅନ୍ୟ ଜୀବର ସ୍ୱରକୁ ନକଲ କରିବାରେ ମାହିର ଥାଏ । ତେଣୁ ଏହାକୁ ମାଷ୍ଟର ଅଫ୍ ମିମିକ୍ରୀ ବୋଲି କୁହାଯାଏ । ଚଢ଼େଇଟି ଅନ୍ୟ ପକ୍ଷୀ, ପୋକ, ବେଙ୍ଗ ସମେତ ମୋଟ ୪୦ଟି ପ୍ରଜାତି ଜୀବର ସ୍ୱରର ନକଲ କରିବାର କ୍ଷମତା ରଖିଥାଏ । ଏହି ଚଢ଼େଇକୁ ବିଶ୍ୱରେ ବ୍ଲାକ୍ ଡ୍ରୋଙ୍ଗୋ ନାଁରେ ଜଣାଯାଉଥିବାବେଳେ ଭାରତରେ ଏହାକୁ କୋତୱାଲ, ପୋଲିସ ଓ ଭୁଜଙ୍ଗ ପକ୍ଷୀ ବୋଲି କୁହାଯାଏ । ଏହି ଚଢ଼େଇଟି ନୀଳ ଓ କଳା ରଙ୍ଗର ମିଶ୍ରଣ ହୋଇଥିବାବେଳେ ଏହାର ଶରୀରରେ ଦୁଇଟି ଲମ୍ବା ପର ବାହାରିଥାଏ । ଯାହା ଏହାକୁ ଭିଡ଼ ଭିତରେ ଭିନ୍ନ କରିଥାଏ । ରିପୋର୍ଟ ମୁତାବକ, ଏହି ପକ୍ଷୀ ୩୫ଟି ଅନ୍ୟ ଜୀବ ସହିତ ୩ଟି ସ୍ତନ୍ୟପାୟୀ ଓ ୨ଟି ବେଙ୍ଗର ସ୍ୱରର ନକଲ କରିଥାଏ । ବେଙ୍ଗାଲୁରୁସ୍ଥିତ ନାସନାଲ୍ ସେଣ୍ଟର ଫର୍ ବାୟୋଲଜିକାଲ୍ ସାଇନ୍ସେସ୍ରୁ ୱାଇଲଡ ଲାଇଫ୍ ଆଣ୍ଡ୍ କଞ୍ଜରଭେସନ୍ରେ ମାଷ୍ଟର ଡିଗ୍ରୀ କରିଥିବା ସମୀରା ଅଗ୍ନିହୋତ୍ରୀ ଏହି ଚଢ଼େଇ ଉପରେ ଦୀର୍ଘ ତିନିବର୍ଷ ଧରି ଗବେଷଣା କରିଥିଲେ । ଯାହାଫଳରେ ଚଢ଼େଇ ସମ୍ବନ୍ଧରେ ଏହି ରୋଚକ ତଥ୍ୟ ଲୋକଲୋଚନକୁ ଆସିପାରିଛି । ଏହି ପକ୍ଷୀର ବୈଜ୍ଞାନିକ ନାଁରେ ହେଉଛି ଡିକ୍ରୁରସ୍ ପାରାଡାଇଜସ୍ । ଏହାର ପଛରେ ଥିବା ଲମ୍ବା ପର ପାଇଁ ଏହା ଉଡ଼ିବା ସମୟରେ ଲାଗେ ସତେ ଯେମିତି ଦୁଇଟି ମହୁମାଛି ଏହାକୁ ପିଛା କରୁଛନ୍ତି । ଏହି ଚଢ଼େଇକୁ ଖୁବ୍ ଜୋର୍ରେ ସିଟି ମାରିବାରେ ବି ଜଣାଯାଇଥାଏ । ଯାହାଫଳରେ ଭାରତରେ ଏହାକୁ କୋତୱାଲ ବା ପୋଲିସ ନାଁରେ ଜଣାଯାଏ । ଶିକାରୀମାନେ ଅନ୍ୟ ପକ୍ଷୀକୁ ଶିକାର କରିବା ଲାଗି ପ୍ରୟାସ କରୁଥିବା ସମୟରେ ଏହି ପକ୍ଷୀ ଜୋର୍ରେ ଶବ୍ଦ କରି ଅନ୍ୟ ପକ୍ଷୀକୁ ସତର୍କ କରିଥାଏ । ଯାହାଫଳରେ ଅନ୍ୟ ପକ୍ଷୀ ନିଜନିଜର ଜୀବନ ରକ୍ଷା କରିବାରେ ସଫଳ ହୋଇଥାଆନ୍ତି । ଏହାସହିତ ଏହା ନିଜ ଅଞ୍ଚଳରେ ଅନ୍ୟ ପକ୍ଷୀକୁ ପଶିବାକୁ ଦିଏନାହିଁ, ଯାହାଫଳରେ ଏହାକୁ କୋତୱାଲ ବା ପୁଲିସ ବୋଲି କୁହାଯାଏ ।




