ମିଛ ଚିହ୍ନାଇବ ଶରୀର ଭଙ୍ଗୀ

ମିଛ ଚିହ୍ନାଇବ ଶରୀର ଭଙ୍ଗୀ
Ipsita Picture
By: Ipsita
Published On


କେତେକ ଏଭଳି ପୁରାଣ ଅଛି ଯେଉଁଥିରୁ ଅନେକ କିଛି ଶିଖିବାକୁ ମିଳିଥାଏା ପୂରାଣରେ କେତେକ ବର୍ଣ୍ଣିତ କଥା ଆମକୁ ନୀତିଶିକ୍ଷା ଦେବା ସହିତ ଜୀବନରେ ଅନେକ ସମସ୍ୟାର ସମାଧାନ କରିଥାଏା ସେହିଭଳି ଏକ ପୂରାଣ ହେଲା ଗରୁଡ ପୂରାଣା ଏଥିରେ ବିଷ୍ଣୁ ଓ ଗରୁଡଙ୍କର କଥାକୁ ବର୍ଣ୍ଣନା କରାଯାଇଛିା ଏଥିରେ ବର୍ଣ୍ଣନା କରାଯାଇଛି କିଭଳି ଜଣେ ମଣିଷ ମିଛ କହୁଛି ବୋଲି ଜାଣିବା ବୈଜ୍ଞାନିକମାନେ ମଧ୍ୟ ଲାଏଡିଟେକ୍‌ସନ ଟେଷ୍ଟ ଦ୍ୱାରା ଶରୀର କେତେକ ଅଙ୍ଗଭଙ୍ଗୀରୁ ମିଛ ସତର ପ୍ରଭେଦ ଜାଣି ଥାଆନ୍ତିା ସେହିଭଳି ଏହି ପୂରାଣ ଅନୁସାରେ ଯଦି ଜଣେ ମିଛ କହୁଛି ତେବେ ତାହାର ଶାରୀରିକ ଆଭଭାବରୁ ଏହା ଜଣାପଡିବା ମିଛ କହୁଥିବା ବ୍ୟକ୍ତି ସର୍ବଦା ନିଜ ମିଛକୁ ସତ କରିବା ପାଇଁ ଏହାକୁ ବର୍ଣ୍ଣନା କରି କହିଥାଏା ସବୁବେଳେ ବ୍ୟକ୍ତି ଜଣଙ୍କ ସତ ଲୁଚାଇବାକୁ ଚେଷ୍ଟା କରିଥାଏା କୌଣସି ଚର୍ଚ୍ଚିତ ବିଷୟ ଉପରେ ଆଲୋଚନା ଚାଲିଥିବା ବେଳେ ବ୍ୟକ୍ତି ଯଦି ଅଧିକ ଗମ୍ଭୀର ରୁହନ୍ତି, କଥାବାର୍ତ୍ତା ସମୟରେ ଗୋଟିଏ ପଟକୁ ନିଜ କାନ୍ଧକୁ ଢଳାଇ କରି କଥା କୁହନ୍ତି ତେବେ ଏହା ମିଛର ସଙ୍କେତ ହୋଇପାରୋ ସେହିଭଳି ଜଣେ ବ୍ୟକ୍ତି ଯଦି ଦରକାରରୁ ଅଧିକ ଆରାମରେ କଥା ହୁଅନ୍ତି ତେବେ ସେ ମଧ୍ୟ ମିଛ କହୁଥିବାର ସମ୍ଭାବନା ବଢିଥାଏ ବୋଲି ଏହି ପୂରାଣରେ ବର୍ଣ୍ଣନା କରାଯାଇଛିା କିଛି ବ୍ୟକ୍ତି କଥା କହିବା ସମୟରେ ଦୁଇଟି ଯାକ ହାତ ହଲାଇଥାଆନ୍ତି, ପାଦ ମଧ୍ୟ ହଲାନ୍ତିା ହେଲେ ଯଦି ଜଣେ ମିଛ କହିଥାଏ ତେବେ ସେ ଅଧିକ ମାନସିକ ଚିନ୍ତାରେ ରହିଥାଏ ତେବେ ଏହି ପରିପ୍ରେକ୍ଷୀରେ ସେ ଅଧିକ ଗୋଡ ହଲାଇଥାଏା କଥା ହେଉଥିବା ବ୍ୟକ୍ତିଙ୍କ ସହ ଆଖି ମିଶାଇ କଥା ମଧ୍ୟ ହୋଇନଥାଏା ସେହିଭଳି ଅନାବଶ୍ୟକୀୟ କଥା କହିବା ସହିତ ଖୁବ୍‌ ତରତର ହୋଇଥାଆନ୍ତିା ଏହା ମିଛ କହିବାର ଏକ ବଡ ସଙ୍କେତା 

Tags: